Vastu Shastra- ଗୁରୁବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି 1 ଜିନିଷ, ଘର ଛାଡି ଚାଲିଯିବେ ମା’ ଲକ୍ଷ୍ମୀ, ପୁରା ପରିବାର ହେଇଯାଏ ବର୍ବାଦ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଗୁରୁବାର ଦିନକୁ ଜ୍ଞାନ, ସନ୍ତାନ କାରଣ ଏବଂ ଦେବଗୁରୁ ବୃହସ୍ପତି ଙ୍କ ଦିନ କୁହାଯାଏ । ମାନ୍ୟତା ଅନୁସାରେ ଏହି ଦିନ ଏଭଳି କିଛି କାର୍ଯ୍ୟ ରହିଛି ଯାହା କରିବା ଆଦୋୖ ଉଚିତ ନୁହେଁ । ଯଦି ଏହାର ବିପରୀତ ରେ କୌଣସି ବ୍ୟକ୍ତି କାର୍ଯ୍ୟ କରିଥାଏ ତେବେ ସେହି ବ୍ୟକ୍ତି ଙ୍କ ଉପରେ ଦେବଗୁରୁ ବୃହସ୍ପତି ଙ୍କ କୋପ ଦୃଷ୍ଟି ପଡ଼ିଥାଏ । ଏହା ସହିତ ଏକ ଜିନିଷ ମଧ୍ୟ ଅଛି ଯାହା ଖାଇବା ଆଦୋୖ ଉଚିତ ନୁହେଁ ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଏବଂ ଏଭଳି କେଉଁ ଜିନିଷ ରହିଛି ଯାହା ଖାଇବା ଆଦୋୖ ଉଚିତ ନୁହେଁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଗୁରୁବାର ଦିନ କୌଣସି ମହିଳା ମୁଣ୍ଡ ଧୋଇବା ଆଦୋୖ ଉଚିତ ନୁହେଁ । ଏହି ଦିନ ମୁଣ୍ଡ ଧୋଇବା ଦ୍ୱାରା ପତି ଓ ସନ୍ତାନ ଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ତେଣୁ କୌଣସି ବି ମହିଳା ଭୁଲ ରେ ମଧ୍ୟ ଗୁରୁବାର ଦିନ ମୁଣ୍ଡ ଧୁଅନ୍ତୁ ନାହିଁ ।

୨. ବନ୍ଧୁଗଣ ଦ୍ବିତୀୟତଃ, କୌଣସି ବ୍ୟକ୍ତି କୁ ଗୁରୁବାର ଦିନ ନଖ ଅଥବା ଦାଢ଼ି କାଟିବା ଅନୁଚିତ । ଏହି ଦିନ ନଖ ଓ ଦାଢ଼ି କାଟିବା ଦ୍ୱାରା ଆୟୁ କ୍ଷୀଣ୍ଣ ହୋଇଥାଏ । ତେଣୁ ଭୁଲ ରେ ମଧ୍ୟ ଏହି କାର୍ଯ୍ୟ କରନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, ଗୁରୁବାର ଦିନ କେବେବି ଘର ଧୂଆ ପୋଛା କରନ୍ତୁ ନାହିଁ । ଏହି ଦିନ ଘର ଧୂଆ ପୋଛା କରିବା ଦ୍ୱାରା ମାତଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ଘରେ କେବେବି ବାସ କରନ୍ତି ନାହିଁ । ତେଣୁ ଏହାର ପୁର୍ବ ଦିନ ଆପଣ ଘର ଧୂଆ ପୋଛା କରନ୍ତୁ ।

୪. ବନ୍ଧୁଗଣ ଚତୁର୍ଥତଃ, ଦେବଗୁରୁ ବୃହସ୍ପତି ଙ୍କ ପ୍ରିୟ ଖାଦ୍ୟ ସାମଗ୍ରୀ କଦଳୀ ଅଟେ । ଏହି ଦିନ ବୃହସ୍ପତି ଙ୍କୁ କଦଳୀ ଅର୍ପଣ କରିବା ଦ୍ୱାରା ବୃହସ୍ପତି ଗ୍ରହ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କୁ ଦେବଗୁରୁ ବୃହସ୍ପତି ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । କିନ୍ତୁ ଏହି ଦିନ ଆପଣ କଦଳୀ ଖାଆନ୍ତୁ ନାହିଁ କେବଳ ଏହା ଅର୍ପଣ କରନ୍ତୁ । ଏହା ସହିତ କଦଳୀ ଗଛ ମୂଳରେ ଜଳ ରେ ଅଳ୍ପ ହଳଦୀ ମିଶାଇ ଅର୍ପଣ କରନ୍ତୁ ।

ଏହାଦ୍ବାରା ଆପଣଙ୍କ ବୃହସ୍ପତି ଗ୍ରହ ଶାନ୍ତ ହୋଇଥାଏ । ଏହା ସହିତ ଆପଣ ଗୁରୁବାର ଦିନ ନିଜର ଗୁରୁ ଦୋଷ ରୁ ମୁକ୍ତି ପାଇବା ନିମନ୍ତେ କିଛି ହଳଦିଆ ବସ୍ତ୍ର ତଥା ସାମଗ୍ରୀ ଦାନ କରି ପାରିବେ । ଯଦି ଆପଣଙ୍କ ଗୁରୁ ଗ୍ରହ କମଜୋର ଅଛି ତେବେ ଏହି ଉପାୟ ନିଶ୍ଚିତ ଭାବରେ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।