ଗୁରୁବାର ଦିନ କଦଳୀ ଗଛମୂଳେ ଅର୍ପଣ କରି ଦିଅନ୍ତୁ ଏହି 6 ଜିନିଷ, ସବୁ ମନୋଷ୍କାମନା ହେବ ପୂର୍ଣ୍ଣ

ଗୁରୁବାର ଦିନ ମାଥ୍ୟା ଲକ୍ଷ୍ମୀଙ୍କ ଏକ ବିଶେଷ ବୋଲି ମାନାଯାଏ । କୁହାଯାଏ କି ଏହିଦିନ ମା ଲକ୍ଷ୍ମୀଙ୍କ ବିଶେଷ ପୂଜା କଲେ ଭାଗ୍ୟ ଉଦୟ ହେବା ସହ ଭାଗ୍ୟ ଚମକି ଉଠିଥାଏ । ଏହି ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ପୂଜା ସହ କଦଳୀ ଗଛମୂଳେ ଯଦି କିଛି ଖାସ ଜିନିଷ ଅର୍ପଣ କରାଯାଏ ତେବେ ଆପଣଙ୍କ ରାଶିରେ ବୃହସ୍ପତି ଗ୍ରହ ମଧ୍ୟ ମଜବୁତ ହୋଇଥାନ୍ତି । ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ଓ ଘର ଧନଧାନ୍ୟରେ ପୁରି ଉଠିଥାଏ । ଚାଲନ୍ତୁ ଜାଣିବା ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର କିଛି ସରଳ ଉପାୟ ।

ପ୍ରଥମରେ ହେଉଛି ଗୁରୁବାର ଦିନ ମା କଦଳୀ ଗଛମୂଳେ ହଳଦୀ ପାଣି ଅର୍ପଣ କଲେ ଭାଗ୍ୟରେ ଉନ୍ନତି ହୋଇଥାଏ ଏବଂ ବ୍ୟକ୍ତି ଉତ୍ତମ ରୋଜଗାରକ୍ଷମ ହୋଇଥାନ୍ତି । ଏପରି କରିବା ଦ୍ଵାରା ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ମଧ୍ୟ ପ୍ରଚୁର ଉନ୍ନତି ଦେଖାଦିଏ । ଦ୍ଵିତୀୟରେ ଯଦି ଆପଣ ଜୀବନରେ ସୁଖରେ ଜୀବନ ଅତିବାହିତ କରିବାକୁ ଚାହାନ୍ତି ତେବେ ଆପଣ ଗୁରୁବାର ଦିନ କଦଳୀ ଗଛମୂଳେ କିଛି ବତୁରା ହୋଇଥିବା ବୁଟ ଏବଂ କିଛି ଗୁଡ ଅର୍ପଣ କରନ୍ତୁ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସବର୍ଦା ବନି ରହିଥାଏ ।

ତୃତୀୟରେ ଆପଣ ଯଦି କିଛି ନୂଆ କର୍ମ ଆରମ୍ଭ କରିବାକୁ ଇଚ୍ଛା କରୁଛନ୍ତି ତେବେ ଗୁରୁବାର ଦିନ କଦଳୀ ଗଛମୂଳେ ମିଶ୍ରି ମିଶା ପାଣି ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ କାର୍ଯ୍ୟ ସଫଳ ହୋଇଥାଏ ଓ ଫସି ରହିଥିବା କାର୍ଯ୍ୟ ମଧ୍ୟ ପୁଣି ଥରେ ଉନ୍ନତି କରିଥାଏ ।

ଚତୁର୍ଥରେ ହେଉଛି ଯଦି ଆପଣଙ୍କ ଜୀବନରେ ସମସ୍ଯାମାନ ଲାଗି ରହୁଥାଏ ତେବେ ସେସବୁ ଦୂର କରିବା ପାଇଁ ଆପଣ ଗୁରୁବାର ଦିନ ଗଛମୂଳେ ଦୁଇଟି ଗୋଟା ହଳଦୀ ରଖିଦିଅନ୍ତୁ । ଏହାଦ୍ବାରା ସବୁ ସମସ୍ଯା ଓ ବାଧାବିଘ୍ନ ଦୂର ହୋଇଯିବ । ପଞ୍ଚମରେ ଯଦି କେହି ଜୀବନରେ ଧନୀ ହେବାକୁ ଚାହୁଁଛନ୍ତି ତେବେ ଆପଣ ଗୁରୁବାର ଦିନ କଦଳୀ ଗଛମୂଳେ ଏକ ଟଙ୍କିଆ ମୁଦ୍ରା ପୋତି ଦିଅନ୍ତୁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଘରକୁ ଟାଣି ହୋଇ ଆସନ୍ତି ।

ଷଷ୍ଠରେ ଯଦି ଆପଣଙ୍କ ବୈବାହିକ ଜୀବନରେ ସମସ୍ଯା ଦେଖା ଦେଉଥାଏ କିମ୍ବା ବିବାହ ହୋଇ ପାରୁ ନଥାଏ, ତେବେ ଗୁରୁବାର ଦିନ ଆୟନା କଡି ଗଛମୂଳେ ଗୋଟା ହଳଦୀ ଓ କିଛି ବତୁରା ହୋଇଥିବା କିସମିସ ଅର୍ପଣ କରନ୍ତୁ । ଲଗାତାର ସାତୋଟି ଗୁରୁବାର ଏଭଳି କରନ୍ତୁ, ମାଆ ଲକ୍ଷ୍ମୀ ନିଶ୍ଚୟ ଏହାର ଫଳ ଦେବେ ।

ସପ୍ତମରେ ଗୁରୁବାର ଦିନ ଗାଧୋଇ ସାରି କଦଳୀ ଗଛମୂଳେ ପାଣି ଦେଲେ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହୋଇଥାଏ । ଅଷ୍ଟମରେ ହେଉଛି ଗୁରୁବାର ଦିନ କଦଳୀ ଗଛମୂଳେ ହଳଦୀ ଘୋରା କିମ୍ବା ଚନ୍ଦନ ଘୋରା ଅର୍ପଣ କଲେ ସୁଖ ସମୃଦ୍ଧି ପ୍ରାପ୍ତ ଓ ଧନ ସମ୍ପତ୍ତି ହୋଇଥାଏ ଓ ଜୀବନର ସମସ୍ତ ପ୍ରକାର ସମସ୍ଯା ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।