୧୪୯ ବର୍ଷ ପରେ ଗୁରୁ ପୂର୍ଣିମାରେ ହେଉଛି ଏହି ଯୋଗ, ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ

ଏହି ବର୍ଷ ଆଷାଢ ମାସର ପୂର୍ଣିମା ଦିନ ଚନ୍ଦ୍ର ଗ୍ରହଣ ଲାଗିବାର ଅଛି ଓ ୧୪୯ ବର୍ଷ ପରେ ଏହି ସଂଯୋଗ ପ୍ରସ୍ତୁତ ହେଉଛି । ୧୬ ଜୁଲାଇର ରାତିରୁ ହିଁ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇ ଯାଉଛି ଓ ଯାହାକି ୧୭ ଜୁଲାଇ ସକାଳ ପର୍ଯ୍ୟନ୍ତ ରହିବ । ୧୪୯ ବର୍ଷ ପରେ ଶନି ଓ ରାହୁ – କେତୁଙ୍କର ଯୋଗରେ ଗୁରୁ ପୂର୍ଣିମାରେ ଏହି ଚନ୍ଦ୍ର ଗ୍ରହଣ ଲାଗୁଛି । ଏହି ଚନ୍ଦ୍ର ଗ୍ରହଣ ଭାରତ ଛଡା ଅସ୍ଟ୍ରେଲିୟା, ଆଫ୍ରୀକା, ଏଶିୟା, ୟୁରୋପ ଓ ଦକ୍ଷିଣ ଆମେରିକା ଉପରେ ବି ଏହାର ପ୍ରଭାବ ଦେଖାଯିବ ଓ ସହିତ ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ କେତେକ ରାଶି ଉପରେ ବି ପଡିବ ।

କେବେ ଆରମ୍ଭ ହେବ ଚନ୍ଦ୍ର ଗ୍ରହଣ

ମଙ୍ଗଳବାର ମାନେ ୧୬ ଜୁଲାଇ ୨୦୧୯ର ରାତି ୧.୩୧ରୁ ଗ୍ରହଣ ଆରମ୍ଭ ହୋଇଯିବ । ଯାହାକି ଆସନ୍ତା ଦିନ ସକାଳ ୪.୩୦ ପର୍ଯ୍ୟନ୍ତ ରହିବ । ଚନ୍ଦ୍ର ଗ୍ରହଣରେ ହାଣ୍ଡି ଛାଡର ସମୟ ୯ ଘଣ୍ଟା ପୂର୍ବେ ମାନେ ୪.୩୦ରେ ଆରମ୍ଭ ହୋଇଯିବ । ଏହି ଚନ୍ଦ୍ର ଗ୍ରହଣ ଏହି ବର୍ଷର ଦ୍ଵିତୀୟ ଓ ଅନ୍ତିମ ଚନ୍ଦ୍ର ଗ୍ରହଣ ଅଟେ ।

୧୪୯ ବର୍ଷ ପରେ ଚନ୍ଦ୍ର ଗ୍ରହଣ ଉପରେ ହେଉଛି ଏହି ଦୁର୍ଲଭ ଯୋଗ

୧୪୯ ବର୍ଷ ପରେ ଶନି ଓ ରାହୁ – କେତୁଙ୍କର ଯୋଗ ଗୁରୁ ପୂର୍ଣିମା ଉପରେ ଏହି ଚନ୍ଦ୍ର ଗ୍ରହଣ ଲାଗୁଛି । ଏହା ପୂର୍ବରୁ ୧୨ ଜୁଲାଇ, ୧୮୭୦ ମସିହାରେ ଏହି ଯୋଗ ହୋଇଥିଲା । ଏଥର ଚନ୍ଦ୍ର ଗ୍ରହଣର ପ୍ରଭାବ କିଛି ରାଶିମାନଙ୍କ ଉପରେ ବି ପଡିବାର ଦ୍ଵାରା କିଛି ରାଶିଙ୍କର ଭଲ ଓ କିଛି ରାଶିଙ୍କର ଖରାପ ହୋଇପାରେ ।

ଜାଣନ୍ତୁ କେଉଁ ରାଶି ଉପରେ ପଡିବ ଚନ୍ଦ୍ର ଗ୍ରହଣଙ୍କର କେମିତି ପ୍ରଭାବ

·    ମେଷ ରାଶିଙ୍କ ଉପରେ ଏହି ଚନ୍ଦ୍ର ଗ୍ରହଣର ଭଲ ପ୍ରଭାବ ପଡିବ ।

·    ବୃଷ ରାଶିର ଲୋକମାନଙ୍କୁ ବିଭିନ୍ନ କଷ୍ଟର ସାମନା କରିବାକୁ ପଡିବ ।

·    ମିଥୁନ ରାଶିର ଲୋକମାନଙ୍କୁ ଦୁଖ ଖବର ଶୁଣିବାକୁ ମିଳିବ ।

·    କର୍କଟ ରାଶିର ଲୋକମାନଙ୍କ ପାଇଁ ଏହି ଗ୍ରହଣ ଉତ୍ତମ ପ୍ରମାଣିତ ହେବ ।

·    ସିଂହ ରାଶିଙ୍କୁ କୌଣସି ବଡ ଅସୁବିଧାର ସମାନା କରିବାକୁ ପଡିପାରେ ।

·    କନ୍ୟା ରାଶିର ଲୋକମାନଙ୍କୁ ଜୀବନରେ ନୂତନ ସମସ୍ୟା ଆସିବ ।

·    ତୁଳା ରାଶିର ଲୋକମାନଙ୍କୁ ଶୁଭ ସମାଚାର ମିଳିବ ।

·    ବିଛା ରାଶିର ଲୋକମାନଙ୍କୁ ସାବଧାନ ରହିବାକୁ ପଡିବ ।

·    ଧନୁ ରାଶିର ଲୋକମାନଙ୍କୁ ଏହି ଗ୍ରହଣର ଖରାପ ପ୍ରଭାବ ପଡିପାରେ ।

·    ମକର ରାଶିର ଲୋକମାନଙ୍କୁ ଶୁଭ ସଙ୍କେତ ମିଳି ପାରେ ।

·    କୁମ୍ଭ ରାଶିର ଲୋକମାନଙ୍କର ଉନ୍ନତି ହେବ ।

·    ମୀନ ରାଶିର ଲୋକମାନେ କୌଣସି ଦୂର ସ୍ଥାନକୁ ଯାଇ ପାରନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।