ଶୁକ୍ରବାର ଦିନ ଗୋଟିଏ ମହିନ୍ଦ୍ରା SUV କାର ଜାମ୍ମୁ କାଶ୍ମୀରର ବରମୁଲା ଜିଲ୍ଲାର ଗୁଲମର୍ଗ ସହରରେ ବରଫ ରାସ୍ତାରେ ଖସି ଯାଇ ବ୍ୟାରିୟର ଭାଙ୍ଗି ଖାଇ ତଳକୁ ଖସି ଗଲା । ବର୍ତ୍ତମାନ ଏହାର ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଅନୁସାରେ ଦୁଇ ଜଣ ଯାତ୍ରୀ ଶେଷ ସମୟରେ ଗାଡିରୁ ଡେଇଁ ନିଜର ଜୀବନ ବଞ୍ଚାଇଛନ୍ତି । କହିବାକୁ ଗଲେ ଏହି ଗାଡି ଯେତେବେଳେ ଖାଇକୁ ଯାଉଥିଲା ତେବେ ପଛରେ ଆସୁଥିବା ଏକ ଗାଡି ଭିଡିଓ କରୁଥିଲା ଓ ସେହି ସମୟରେ ଏହି ଦୃଶ୍ୟ କଏଦ ହୋଇ ଯାଇଛି ।
ଭିଡିଓରେ ଆପଣ ଦେଖି ପାରିବେ କି ଗାଡିଟି ବହୁତ ବରଫବାରୀ ମଧ୍ୟରେ ଗୁଲମର୍ଗ ରୋଡର ଏକ ମୋଢ ପାଖ ଦେଇ ଯାଉ ଥିଲା । ଗାଡିର ଟାୟାରର ଚିହ୍ନ ଦେଖି ଆପଣ ଜାଣି ପାରିବେ କି ଗାଡି କେମିତି ନିଜର ନିୟନ୍ତ୍ରଣ ହରାଇଛି ।
କହିଦେଉଛୁ କି ପୋଲିସ ପ୍ରଶାସନ ଏହିଭଳି ସିଜିନରେ ପାହାଡରେ ବରଫ ବାରି ସମୟରେ କେମିତି ଗାଡି ଚଳାଇବା ଉଚିତ ତାହାର ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି । ପୋଲିସ ଲୋକମାନଙ୍କୁ ଏହିଭଳି ସ୍ଥିତିରେ ଗାଡି ଚଳାଇବା ସମୟରେ ଅତିରିକ୍ତ ସାବଧାନ ରହିବା ପାଇଁ କହିଛନ୍ତି । ସୂଚନା ଅନୁସାରେ ଉତ୍ତର କାଶ୍ମୀରର ବାରାମୁଲା ଜିଲ୍ଲାର ଗୁଲମର୍ଗ ଅଞ୍ଚଳରେ ଶୁକ୍ରବାର ଦିନ ଗୋଟିଏ ଗାଡି ରାସ୍ତାରେ ଖସି ଯାଇ ଖାଇରେ ପଡି ଗଲା ।
ଯେଉଁ କାରଣରୁ ୩ ଜଣ ପର୍ଯ୍ୟଟକଙ୍କ ସହିତ ପାଖାପାଖି ୪ ଜଣ ଲୋକ ଆଘାତ ହୋଇଛନ୍ତି । ଆଘାତରେ କ୍ୟାବର ଚାଳକ ବି ସାମିଲ ଥିଲା । କୁହାଯାଉଛି ଗାଡିରେ ଥିବା ପର୍ଯ୍ୟଟକମାନେ କଲିକତାରୁ କାଶ୍ମୀର ବୁଲିବା ପାଇଁ ଆସିଥିଲେ । ଗାଡି ଖାଇରେ ପଡିବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର ଟିମ ତାଙ୍କ ପାଖକୁ ପହଞ୍ଚି ଆଘାତମାନଙ୍କୁ ପାଖରେ ଥିବା ହସ୍ପିଟାଲକୁ ନେଇ ଯାଇଛନ୍ତି ।
କୁହାଯାଉଛି କି ହସ୍ପିଟାଲରେ ଭର୍ତି ହୋଇଥିବା ଲୋକମାନଙ୍କ ମଧ୍ୟରେ ଜଣଙ୍କର ମୁଣ୍ଡରେ ଅଧିକ ଆଘାତ ଲାଗିବା କାରଣରୁ ଶ୍ରୀନଗରର ହସ୍ପିଟାଲରେ ରେଫର କରି ଦିଆ ଯାଇଛି । ପୋଲିସ ଅଧିକାରୀ କହିଲେ କି ଏହି ଦୁର୍ଘଟଣା ସେହି ସମୟରେ ହେଲା ଯେତେବେଳେ କ୍ୟାବରେ ବସିଥିବା ତିନି ଜଣ ପର୍ଯ୍ୟଟକ ହିଲଟପ କ୍ରସିଂଗ ପାଖରେ ଥିବା ରାସ୍ତାରୁ ଖସି ଗଲେ । ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ପୋଲିସ ଦୁର୍ଘଟଣା ସ୍ଥାନକୁ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ ।