20 ରୁ ବି ଅଧିକ ରୋଗ ଭଲ କରି ଦେଇପାରେ ଏହି ଗୋଟିଏ ପତ୍ର, ଯାହା କୋଟିଏ ଟଙ୍କା ଖର୍ଚ୍ଚ କଲେ ବି ମିଳିବନି…(Health Tips)

ପିଜୁଳି ଖାଇବାକୁ ସମସ୍ତେ ଭଲ ପାଇଥାଉ । ତେବେ ଏହା କେବଳ ସ୍ଵାଦିଷ୍ଟ ନୁହେଁ ବରଂ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ । ପିଜୁଳିରେ ଭିଟାମିନ-ଏ, ଭିଟାମିନ-ସି, ପୋଟାସିୟମ ଏବଂ ଫାଇବରର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ । ତେବେ ଏହି ପିଜୁଳି କିପରି ଆପଣଙ୍କ ପାଇଁ ଉପକାରୀ ଏବଂ ପିଜୁଳି ପତ୍ରକୁ କେଉଁ ଉପାୟରେ ଖାଇବା ଦ୍ଵାରା ଆମର କଣ ଉପକାର ହୋଇଥାଏ, ତାହା ଆଜି ଆମେ ଜାଣିବା । ତେବେ ଚାଲନ୍ତୁ ଆରମ୍ଭ କରିବା ।

ପିଜୁଳିକୁ ଗରିବ ଲୋକଙ୍କ ସେଓ ବୋଲି କୁହାଯାଏ । ଭାରତୀୟ ଜଳବାୟୁ ପାଇଁ ପିଜୁଳି ଗଛ ଅନୁକୂଳ ହୋଇଥିବାରୁ ଆମେ ଗର୍ବିତ ହେବା ଉଚିତ । ପିଜୁଳି ଗଛର ଫଳ ଠାରୁ ଆରମ୍ଭ କରି ପତ୍ର ଓ ଛାଲି ପର୍ଯ୍ୟନ୍ତ ସବୁ ଅତ୍ୟନ୍ତ ଉପଯୋଗୀ ଅଟେ । ଆଜିକାଲି ଅନେକ ପ୍ରକାରର କ୍ୟାନ୍ସର ରୋଗ ସବୁ ଦେଖାଯାଉଛି । ତେବେ ନିୟମିତ ଭାବେ ପିଜୁଳି ଖାଇବା ଲୋକ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଠାରୁ ଦୂରେଇ ରହିପାରିବ ବୋଲି ଡାକ୍ତର ମାନେ କୁହନ୍ତି ।

ପିଜୁଳି ଖାଇବା ଦ୍ଵାରା ରକ୍ତହୀନ ରୋଗ ମଧ୍ୟ ଦୂର ହୋଇଥାଏ ଓ କୋଷ୍ଠକାଠିନ୍ଯ ଭଳି ସମସ୍ୟାକୁ ମଧ୍ୟ ପିଜୁଳି ଦୂର କରିଥାଏ । ବୟସ ବଢିଲେ ଅନେକ ଲୋକଙ୍କର ଥଣ୍ଡା କାଶ ଆଦି ଲାଗି ରହିଥାଏ, ତେବେ ପିଜୁଳି ଖାଇବା ଦ୍ଵାରା ତାହା ଭଲ ହୋଇ ଯାଇଥାଏ । ବୟସ୍କ ଲୋକଙ୍କୁ ପିଜୁଳି ଖୁବ ବଳ ଯୋଗାଇ ଥାଏ ଓ ସେମାନଙ୍କ ରକ୍ତ ମଧ୍ୟ ବୃଦ୍ଧି କରିଥାଏ ।

ପିଜୁଳି ଛୋଟ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ପିଜୁଳିକୁ କଳା ଲୁଣ ସାଙ୍ଗେ ଖାଇବା ଦ୍ଵାରା ଏହା ଅଜୀର୍ଣ୍ଣତା ସମସ୍ଯା ମଧ୍ୟ ଦୂର କରିଥାଏ ଓ କଫ ଦୋଷ ମଧ୍ୟ ଠିକ କରିଥାଏ । ତେବେ କେବଳ ପିଜୁଳି ନୁହେଁ ଏହାର ପତ୍ର ମଧ୍ୟ ବେଶ ଉପକାରୀ । ଏଥିରେ ବହୁତ ଭିଟାମିନ ରହିଥାଏ ଓ ଏହାର ମୁହଁରୁ ନେଇ ପେଟ ପର୍ଯ୍ୟନ୍ତ ଅନେକ ରୋଗ ମଧ୍ୟ ଭଲ କରିଥାଏ । ପିଜୁଳି ପତ୍ରରେ ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ଇନଫ୍ଲେମେଟୋରୀ ଗୁଣ ମଧ୍ୟ ରହିଥାଏ ।

ପିଜୁଳି ପତ୍ରର ରସ କିମ୍ବା ପିଜୁଳି ପତ୍ରରୁ ପ୍ରସ୍ତୁତ ଚାହା ଆମ ତ୍ଵଚା ଏବଂ କେଶ ପାଇଁ ବେଶ ଲାଭକାରୀ ହୋଇଥାଏ । ପିଜୁଳି ପତ୍ରକୁ ଶୁଖାଇ ଗୁଣ୍ଡ କରି ରାତିରେ କ୍ଷୀର ସହ ସିଝାଇ ପିଇଲେ ଭଲ ନିଦ୍ରା ହୋଇଥାଏ । ଛୋଟ ପିଲାଙ୍କୁ ତରଳ ଝାଡା ହେଉଥିଲେ ପିଜୁଳି ପତ୍ରର ରସ ବାଟି ଛିତ ପିଲାଙ୍କୁ ତାହା ପିଇବାକୁ ଦେଲେ ତାହା ଭଲ ହୋଇଥାଏ ।

ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର ଚାହା ଏକ ଅକାଟ୍ୟ ଔଷଧ ଭାବେ କାର୍ଯ୍ୟ କରିଥାଏ । ରକ୍ତରେ ବଢୁଥିବା ଶର୍କରା ସ୍ତରକୁ ଏହା କମ୍ କରିବାରେ ଓ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ଓ ଏହି ଚାହା ଆମ କୋଲେଷ୍ଟ୍ରୋଲ ସ୍ତରକୁ ମଧ୍ୟ କମ୍ କରିଥାଏ । ଏହା ଆମ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ, ଫଳରେ ଆମ ହୃତପିଣ୍ଡ ସୁସ୍ଥ ରହିଥାଏ । ପିଜୁଳି ପତ୍ରକୁ ଚିବାଇ ଖାଇଲେ ଆମ ପେଟରେ ଥିବା କୃମି ମଧ୍ୟ ନଷ୍ଟ ହୋଇଯାନ୍ତି ଓ ଆମ ପାଚନକ୍ରିୟା ମଧ୍ୟ ଠିକ ରହିଥାଏ ।

କଅଁଳିଆ ପିଜୁଳି ପତ୍ରକୁ ବାଟି କପାଳରେ ଲଗାଇବା ଦ୍ଵାରା ମୁଣ୍ଡବିନ୍ଧା ରୋଗ ଦୂର ହୋଇଥାଏ । ପିଜୁଳି ଖାଇଲେ ଥଣ୍ଡା ହୁଏ ବୋଲି ଲୋକଙ୍କର ଏକ ଭୁଲ ଧାରଣା ରହିଛି । ମାତ୍ର ଏହା ଭୁଲ ଅଟେ । ଏହାକୁ ସମସ୍ତେ ଖାଇପାରିବେ କିନ୍ତୁ ସଠିକ ମାତ୍ରାରେ ଖାଆନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।