ଗୋଟିଏ ବିଜ୍ଞାପନ ବଦଳାଇ ଦେଇଥିଲା ବେଙ୍ଗଲ ଟାଇଗର Sourav Ganguly ଙ୍କ ଭାଗ୍ୟ, ପୁରା ଘଟଣା ଜାଣିଲେ ଆପଣ ବି ଭାବୁକ ହୋଇଯିବେ (Sourav Ganguly Comeback Story)

ଭାରତୀୟ କ୍ରିକେଟ ଟିମ୍ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବା ଦାଦା ନିଜ କ୍ଯାରିୟରର ସବୁଠୁ ଖରାପ ସମୟ ଦେଇ ଗତି କରୁଥିବା ବେଳେ ଗୋଟିଏ ବିଜ୍ଞାପନ ହିଁ ତାଙ୍କର ଭାଗ୍ୟ ବଦଳାଇ ଦେଇଥିଲେ । ଗାଙ୍ଗୁଲି ଏହି ବିଜ୍ଞାପନ କରିବୀ ବୋଲି ଯଦିଓ ସଫା ସଫା ମନା କରି ଦେଇଥିଲେ କିନ୍ତୁ କମ୍ପାନୀ ତାଙ୍କୁ ଏଥିପାଇଁ ବ୍ଲାକମେଲ କରିଥିଲା । ସେହି ସମୟରେ ଉଭୟ କମ୍ପାନୀ ଓ ଦାଦାଙ୍କ ଭାଗ୍ୟ ଖରାପ ଯାଉଥାଏ । ସେତେବେଳେ ଲୋକଙ୍କ ହୃଦୟ ଜିତିବା ପାଇଁ କମ୍ପାନୀ ଏକ ଭାବନାତ୍ମକ ବିଜ୍ଞାପନ ତିଆରି କରିଥିଲା ।

ଇଚ୍ଛା ନଥିଲେ ବାଧ୍ୟ ହୋଇ ସେହି ବିଜ୍ଞାପନ ଶୁଟ କରିଥିଲେ ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି । ଆଉ ରାତାରାତି ପୁରା ଦେଶରେ ନିଆଁ ଲଗାଇ ଦେଇଥିଲା ଏହି ବିଜ୍ଞାପନ । ଦାଦାଙ୍କୁ ନେଇ ଚାଲିଥିବା ଷଡଯନ୍ତ୍ର ଉପରେ ସାରା ଦେଶ ସ୍ଵର ଉଠାଇଥିଲା । ଯାହାଫଳରେ ଟିମ୍ ମ୍ୟାନେଜମେଣ୍ଟ ବାଧ୍ୟ ହୋଇ ଦାଦାଙ୍କୁ ଟିମ୍ ରେ ସାମିଲ କରିଥିଲେ । ଯାହାପରେ ବଦଳି ଯାଇଥିଲା ଦାଦାଙ୍କ ଭାଗ୍ୟ । ୨୦୦୬ରେ କୋଚ ଗ୍ରେଗ ଚାପେଲ ଓ ଗାଙ୍ଗୁଲିଙ୍କ ମଧ୍ୟରେ ଚାଲିଥିବା ଶୀତଲ ଯୁଦ୍ଧ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥାଏ ।

ଗାଙ୍ଗୁଲି ଭଲ ଖେଳୁଥିବା ସତ୍ତ୍ୱେ ଗ୍ରେଗ ଚାପେଲ, ଟିମ୍ ମ୍ୟାନେଜମେଣ୍ଟ ଓ ବୋର୍ଡର କିଛି ବରିଷ୍ଠ ସଦସ୍ୟ ମିଶି ଦଳରୁ ଗାଙ୍ଗୁଲିଙ୍କୁ ହଟାଇବା ଷଡଯନ୍ତ୍ର କରୁଥିଲେ । ଏପରିକି କିଛି ସାଥି ଖେଳାଳି ମଧ୍ୟ ତାଙ୍କ ବିରୋଧରେ ଥିଲେ । ପ୍ରଥମେ ତାଙ୍କ ଅଧିନାୟକତା ଛଡ଼ାଯାଇ ତାଙ୍କୁ ଟିମ୍ ରୁ ବାହାର କରି ଦିଆଗଲା । ଯେଉଁ ଗ୍ରେଗ ଚାପେଲଙ୍କୁ ଗାଙ୍ଗୁଲି କୋଚ ଭାବେ ଚୟନ କରିଥିଲେ ସେ ହିଁ ତାଙ୍କର ଶତ୍ରୁ ପାଲଟି ଯାଇଥିଲେ ।

ଗାଙ୍ଗୁଲିଙ୍କ ସପକ୍ଷରେ ଯିଏବି ବାହାରୁଥିଲେ ତାଙ୍କ ମୁହଁ କୌଣସିମତେ ବନ୍ଦ କରି ଦିଆଯାଉଥିଲା । ସେତେବେଳେ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତରେ ଥିବାବେଳେ ଗାଙ୍ଗୁଲୀ ରାଜନୈତିକ ଚାପ ପକାଇ ଟିମ୍ ରେ ସାମିଲ ହୋଇଥିଲେ । ପ୍ରଥମ ମ୍ଯାଚରେ ସେ ଭଲ ସ୍କୋର କରିବା ପରେ ବାକି ସବୁ ମ୍ଯାଚରେ ଆକ୍ରୋଶମୂଳକ ଭାବେ ତାଙ୍କୁ ଡ୍ରପ କରି ଦିଆଯାଇଥିଲା । ବିଦେଶୀ ମାଟିରେ ଭାରତୀୟ କ୍ରିକେଟକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିବା ଏହି ପ୍ରତିଭାବାନ ଖେଳାଳିଙ୍କ ଅନ୍ତ ଏଭଳି ଦୁଃଖଦ ସ୍ଥିତିରେ ହେବ ଏକଥା ଗାଙ୍ଗୁଲି ବି ନିଜେ ଜାଣି ନଥିଲେ ।

ସେତେବେଳେ ସଫ୍ଟ ଡ୍ରିଙ୍କସ୍ କମ୍ପାନୀ ମାର୍କେଟରେ ରାଜ୍ କରୁଥିବା ପେପ୍ସି । କିନ୍ତୁ ଅନ୍ୟ ଦେଶରେ ବିକ୍ରି ହେଉଥିବା ପେପ୍ସି ତୁଳନାରେ ଭାରତରେ ବିକ୍ରି ହେଉଥିବା ପେପ୍ସିରେ ୨୪% ଅଧିକ ପେଷ୍ଟ୍ରିସାଇଡ ଥିବା ଅଭିଯୋଗ ଉଠିଥିଲା । ଏହାକୁ ନେଇ କେତେକେ ରାଜ୍ୟରେ ପେପ୍ସିକୁ ବୟାନ କରି ଦିଆଯାଇଥିଲା । ହେଲେ କମ୍ପାନୀ କ୍ଵାଲିଟିକୁ ନେଇ ଯେତେ ସଫେଇ ଦେଲେବି କେହି ଶୁଣିବା ଅବସ୍ଥାରେ ନଥିଲେ । ଏହି ସମୟରେ ଦାଦାଙ୍କ ଇମୋଶନକୁ ଯୋଡି ତାଙ୍କୁ ଏଥିରେ ବିଜ୍ଞାପନ କରିବାକୁ କହିଲା ପେପ୍ସି କମ୍ପାନୀ ।

ଦାଦା କିନ୍ତୁ ଏହି ବିଜ୍ଞାପନ ପାଇଁ ରାଜି ହୋଇ ନଥିଲେ । ସେତେବେଳେ କମ୍ପାନୀ ଦାଦାଙ୍କୁ ଏକ ଲିଗାଳ ନୋଟିସ ପଠାଇଥିଲା ଯେଉଁଥିରେ ଲେଖାଥିଲା, ଆପଣ ୨୦୦୭ ଯାଏଁ ବିଜ୍ଞାପନ କରିବାକୁ ଏଥିରେ ସାଇନ କରିଛନ୍ତି । ତେଣୁ ବିଜ୍ଞାପନ ନକଲେ ଆମେ ଲିଗାଲ ନୋଟିସ ନେବୁ । ଏହାପରେ ବାଧ୍ୟ ହୋଇ ଗାଙ୍ଗୁଲି ଏହି ବିଜ୍ଞାପନ ଶୁଟ କରିଥିଲେ । ଯେଉଁଥିରେ ସେ ଏକା ଗୋଟିଏ ଷ୍ଟାଡିୟମ ଭିତରେ ବସିଛନ୍ତି ଆଉ କହୁଛନ୍ତି, “ହାଏ ମୁଁ ସୌରଭ ଗାଙ୍ଗୁଲି ମୋତେ ଭୁଲି ନାହାନ୍ତି ତ ?

ଯାହା ସବୁ କେମିତି ହେଲା ଓ କାହିଁକି ହେଲା ଏସବୁ ଭାବି ମୋତେ ଦୁଃଖ ବି ଲାଗୁଥିଲା ଆଉ ରାଗ ବି ଲାଗୁଥିଲା । ହେଲେ ଆଉ ଏବେ ନୁହେଁ ମୁଁ ଟିମ୍ କୁ ଫେରିବା ପାଇଁ ଜୋରଦାର ଅଭ୍ଯାସ କରୁଛି । କେଜାଣି ଆଉ ଥରେ ବ୍ୟାଟ ବୁଲାଇବା ପାଇଁ ମୋତେ ସୁଯୋଗ ମିଳିପାରିବ କି ନାହିଁ । ତେବେ ମୁଁ ବାହାରେ ଥାଏ କି ଟିମ୍ ରେ ଥାଏ ସବୁ ମ୍ଯାଚଏ ଇଣ୍ଡିଆ ଟିମ୍ ପାଇଁ ଚିୟର ଅଫ୍ କରିବି । ଆଉ ଆପଣ ବି କରନ୍ତୁ । ଆପଣଙ୍କ ଦାଦାଙ୍କ କଥା ଆପଣ ମାନିବେ ତ ?”

ଆଉ ଏହି ବିଜ୍ଞାପନ ରାତାରାତି ଦେଶରେ ନିଆଁ ଲଗାଇ ଦେଇଥିଲା । ଡ୍ରେସିଂ ରୁମ୍ ର ବିବାଦ ଆସି ରାଜରାସ୍ତାରେ ପହଞ୍ଚିଥିଲା । ଲୋକେ ରାସ୍ତାରେ ନାରା ଲଗାଇବା ସହ ନବଜୋତ ସିଂ ସିଧୁଙ୍କ ଭଳି କିଛି ପୂର୍ବତନ ଖେଳାଳି ଚାପେଲଙ୍କୁ ଆଉଟ କରିବା ସହ ଗାଙ୍ଗୁଲି ଟିମ୍ ରେ ସାମିଲ କରିବା ପାଇଁ ଖୋଲାଖୋଲି ବୟାନ ଦେଇଥିଲେ । ସେତେବେଳେ ଟିମ୍ ଇଣ୍ଡିଆ ବହୁତ ଖରାପ ପ୍ରଦର୍ଶନ କରୁଥାଏ । ଏହି ସମୟରେ ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟରେ ହଠାତ ଦାଦାଙ୍କ ନାଁ ଆସିଲା ।

ଘାଇଲା ବାଘ ଭଳି ଦଳକୁ ଫେରିଥିବା ସୌରଭ ଗାଙ୍ଗୁଲି ପ୍ରଥମ ମ୍ଯାଚରେ ଅର୍ଦ୍ଧଶତକ କଲେ ଓ ଦଳ ଟେଷ୍ଟ ମ୍ଯାଚ ମଧ୍ୟ ଜିତିଲା । ଏହାପରେ ଦିନିକିଆ ଟିମ୍ କୁ ମଧ୍ୟ ଫେରି ପ୍ରଥମ ମ୍ଯାଚରେ ୯୮ ରନ୍ ର ଜବରଦସ୍ତ ପାରି ଖେଳିଥିଲେ । ଏହାପରେ ଟିମ୍ ରେ ଚାଲିଲା ଦାଦାଙ୍କ ଦାଦାଗିରି ଏବଂ କିଛିଦିନ ପରେ ବିଦା ହେଲେ ଟିମ୍ କୁ ବରବାଦ କରୁଥିବା ଗ୍ରେଗ ଚାପେଲ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।