ଗୋଧୀ ଠାରୁ ‘ଚାପୁଡା’ ଖାଇ ରାଗରେ ଚିତା କଲା କିଛି ଏମିତି, ଦେଖନ୍ତୁ ଭାଇରାଲ ଭିଡିଓ

ବାଘ ଛୁଆ ଓ ଗୋଧୀର ଏକ ଭିଡିଓ କିଛି ଦିନ ହେବ ବହୁତ ମାତ୍ରାରେ ଭାଇରାଲ ହେଉଛି । ଭାରତୀୟ ବନସେବା ଅଧିକାରୀ ପରବୀନ କାସବାନ ୫ ଜାନୁୟାରୀ  ସକାଳ ସମୟରେ ଏହି ଭିଡିଓକୁ ଟ୍ଵିଟ କରିଥିଲେ । ଯାହାଫଳରେ ଧୀରେ ଧୀରେ ଏହି ଭିଡିଓ ଭାଇରାଲ ହୋଇଥିଲା । ଡେଲି ମେଲ ଅନୁସାରେ ଜଣା ପଡିଛି କି ଭିଡିଓକୁ ଜାମ୍ବିଆ ର କେଙ୍ଗୟୁ ସଫାରି ଲଜ୍ ରେ କରା ଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


ଏହି ଭିଡିଓରେ ରାସ୍ତା ମଝିରେ ଏକ ଗୋଧୀ ଶୋଇଛି ଓ ସେଠାରେ ବାଘ ଛୁଆ ମଧ୍ୟ ଅଛି । ବାଘ ଛୁଆକୁ ଗୋଧୀ ନିଜର ଜୀବନ ବଞ୍ଚେଇବା ପାଇଁ ଲାଞ୍ଜରେ ଚାପୁଡା ମାରିବାରୁ ବାଘ ଛୁଆଟି ତାକୁ ପଞ୍ଜା ମାରୁଛି । ହେଲେ ଗୋଧୀ ନିଜର ଜୀବନ ବଞ୍ଚେଇବା ପାଇଁ ଲଗାତାର ଚାପୁଡା ମାରି ମଧ୍ୟ ଅସଫଳ ହେଇଯାଉଛି । ଶେଷରେ ବାଘ ଗୋଧୀର ବେକକୁ କାମୁଡି ଜଙ୍ଗଲ ଆଡକୁ ନେଇଯାଉଛି ।

https://twitter.com/i/status/1224944809141387266

ଏହି ଭିଡିଓରେ ବର୍ତ୍ତମାନ ୧୨୦୦୦ ରୁ ଅଧିକ ଭ୍ୟୁଜ ହୋଇସାରିଛି । ଏହା ସହିତ ୧୦୦୦ ରୁ ଅଧିକ ଲାଇକ୍ସ ଓ ୩୦୦ ରୁ ଅଧିକ ରିଟ୍ଵିଟ ହୋଇସାରିଛି । ଡେଲି ମେଲ ଅନୁସାରେ ଭିଡିଓ କରିଥିବା ଅଧିକାରୀଙ୍କ ମତରେ, ଗୋଧୀ ଜାଣିଯାଇଥିଲା କି ସେ ସମସ୍ୟାରେ ଅଛି ଓ ସେ ନିଜକୁ ବଞ୍ଚେଇବା ପାଇଁ ତାର ଲାଞ୍ଜ ଦ୍ଵାରା ବାଘକୁ ଚାପୁଡା ମାରିଥିଲା ।

ଗୋଧୀର ଲାଞ୍ଜ ବହୁତ ଶକ୍ତ ଅଟେ । ଗୋଧୀ ତାର ଜୀବନ ବଞ୍ଚାଇବା ପାଇଁ ବହୁତ କଷ୍ଟ କରିଥିଲା, ହେଲେ ସେ ଅସଫଳ ହୋଇଯାଇଥିଲା । ଶେଷରେ ବାଘ ଛୁଆଟି ଗୋଧୀର ବେକକୁ ଧରି ଜଙ୍ଗଲକୁ ନେଇଯାଇଥିଲା ।