ଗୋ ମାତା ସହ ଜଡିତ ଏହି ଉପାୟ, ଆପଣଙ୍କ ସବୁ ସମସ୍ୟାକୁ କରିଦେବ ଦୂର, ଦେବୀ – ଦେବତାମାନଙ୍କର ମିଳିବ ଆଶୀର୍ବାଦ

ହିନ୍ଦୁ ଧର୍ମରେ ଗାଈଙ୍କୁ ମା ରୂପରେ ପୂଜା କରାଯାଇ ଥାଏ । ଏମିତି କୁହାଯାଏ କି ଗାଈଙ୍କ ଭିତରେ ୩୩ କୋଟି ଦେବତା ବାସ କରନ୍ତି । ଗୋ ମାତା ଅନ୍ନପୂର୍ଣା ଓ କାମଧେନୁ ଅଟନ୍ତି । ଯଦି ବ୍ୟକ୍ତି ଗାଈମାନଙ୍କର ସେବା କରିଥାଏ ତେବେ ତାହାର ସମସ୍ତ ମନୋକାମନା ପୁରା ହୋଇଥାଏ । ଗାଈମାନଙ୍କ ଠାରୁ ମିଳୁଥିବା ସମସ୍ତ ଜିନିଷ ଆମ ଜୀବନର ସମସ୍ୟାକୁ ଦୂର କରିଥାଏ । ଗାଈମାନଙ୍କର ସେବା କରିବା ଦ୍ଵାରା ସମସ୍ତ ଦେବା ଦେବୀଙ୍କର ଆଶୀର୍ବାଦ ବି ମିଳିଥାଏ ।

ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଗୋ ମାତାଙ୍କ ସହ ଜଡିତ କିଛି ଉପାୟ ବିଷୟରେ ସୂଚନା ଦେବାକୁ ଯାଉଛୁ । ଯାହାକୁ ଆପଣାଇ ଆପଣ ନିଜର ସମସ୍ତ ଦୁଃଖକୁ ଦୂର କରି ପାରିବେ ।

ଆସନ୍ତୁ ଜାଣିବା ଗୋ ମାତାଙ୍କ ସହ ଜଡିତ ଏହି ଉପାୟ ବିଷୟରେ

·    ଯଦି ବ୍ୟକ୍ତି ଗୋ ମାତାଙ୍କର ସେବା ଓ ତାଙ୍କର ପୂଜା – ଅର୍ଚ୍ଚନା କରୁଛି ତେବେ ତାହା ଉପରେ ଆସୁଥିବା ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯାଏ ।

·    ଯଦି ଆପଣ ଗୋ ମାତାଙ୍କର ଗୋବରରୁ ପ୍ରସ୍ତୁତ ଘଷି କୁ ଜଳାଉଛନ୍ତି ତେବେଏହା ଦ୍ଵାରା ସେଥିରୁ ବାହାରୁଥିବା ଧୂଆଁରେ ଘର ଓ ଦୋକାନର ବାତାବରଣ ଶୁଦ୍ଧ ହୋଇଯାଏ ଓ ନକାରାତ୍ମକତା ଊର୍ଜା ଦୂର ହୋଇଯାଏ । ଗୋ ମାତାଙ୍କର ଘଷି କୁ ଜଳାଇବା ଦ୍ଵାରା ସକାରାତ୍ମକ ଊର୍ଜା ସଂଚାର ହୋଇଥାଏ ।

·    ଗାଈଙ୍କର କ୍ଷୀର ଅମୃତ ସମାନ ହୋଇଥାଏ । ଗୋ ମାତାଙ୍କର କ୍ଷୀର, ଘିଅ, ଲହୁଣୀ, ଦହି, ଗୋବର, ଗୋମୁତ୍ର ଦ୍ଵାରା ବିଭିନ୍ନ ପ୍ରକାର ରୋଗର ଚିକିଶ୍ଚା ବି କରାଯାଏ । ଯଦି ଏହାର ସେବନ କରୁଛନ୍ତି ତେବେ ଆପଣଙ୍କୁ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ ।

·    ଆପଣମାନେ ଗୋ ମାତାଙ୍କର ପିଠିରେ ଏକ କୂବଯ ଦେଖିଥିବେ । ଏହି କୂବଯ ସୂର୍ଯ୍ୟ କେତୁର ନାଡି ହୋଇଥାଏ । ଯଦି ଆପଣ ସବୁଦିନ ସକାଳ ସମୟରେ ଅଧ ଘଣ୍ଟା ଗୋ ମାତାଙ୍କର କୁବଯ ଉପରେ ହାତ ବୁଲାଉଛନ୍ତି ତେବେ ଆପଣଙ୍କର ଅନେକ ରୋଗ ଦୂର ହୋଇଯିବ ।

·    ଏମିତି କୁହାଯାଏ କି ଯଦି ଗୋ ମାତାଙ୍କୁ ନିଜ ଘରେ ରଖାଯାଏ ଓ ତାଙ୍କର ସେବା କରାଯାଏ, ତେବେ ବ୍ୟକ୍ତି ନିଜ ଜୀବନରେ ସୁଖୀ ରହିଥାଏ । ଏହା ଛଡା ଅକାଳ ମୁର୍ତ୍ୟୁରୁ ବି ସେ ବଞ୍ଚିତ ହୋଇଥାଏ ।

·    ଯଦି ଆପଣ ଗୋ ମାତାଙ୍କର ସେବା ହୃଦୟର ସହିତ କରୁଛନ୍ତି ତେବେ ଆପଣଙ୍କୁ ବିଷ୍ଣୁ ଲୋକଧାମରେ ବାସ କରିବାକୁ ମିଳିଥାଏ, ସବୁ ଦେବୀ ଦେବତା ନିଜ ଆଶୀର୍ବାଦ ଦେଇଥାନ୍ତି ।