ବାହାଘର ପରେ ଝିଅ ଶାଶୁଘରକୁ ଯିବା ପରେ ହିଁ ତୁରନ୍ତ କରିବା ଦରକାର ଏହି ୫ଟି କାମ, ପୁରା ଜୀବନ ରହିବ ସୁଖରେ

ଯେତେବେଳେ ବି କୌଣସି ଝିଅ ବିବାହ ହେବା ପରେ ନିଜର ଶାଶୁ ଘରକୁ ଯାଇଥାଏ ତେବେ ତାହାର ଶାଶୁଘରକୁ ନେଇ ମନରେ ଡର ଥାଏ । କାରଣ ତାକୁ ନିଜର ପିତା ଘରକୁ ଛାଡି ଶାଶୁ ଘରକୁ ଯିବାକୁ ପଡିଥାଏ । କାରଣ ସେଠାରେ ସେ କାହାକୁ ବି ଚିହ୍ନି ନଥାଏ । ଏମିତିରେ ଝିଅ ମନରେ ବିଭିନ୍ନ ପ୍ରଶ୍ନ ବି ଉଙ୍କି ମାରିଥାଏ । ତାହାର ଶାଶୁଘର ଲୋକମାନେ କେମିତି ହୋଇଥିବେ ? ବିବାହ ପରେ ସେ ଖୁସିରେ ରହିବ କି ନାହିଁ ଇତ୍ୟାଦି ?

ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ ଟିପ୍ସ କିମ୍ବା କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ନିଜ ଶାଶୁଘର ଯିବା ମାତ୍ରେ ହିଁ କରୁଛନ୍ତି ତେବେ ଆପଣଙ୍କର ଜୀବନରେ ଖୁସି ହିଁ ଖୁସି ରହିବ ।

ସମସ୍ତଙ୍କ ସହ ମିଶିଯିବା :

ବାହାଘର ପରେ ଯେତେବେଳେ ଆପଣ ଶାଶୁଘରକୁ ଯାଉଛନ୍ତି ତେବେ ସେଠି ସମସ୍ତଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା କରନ୍ତୁ । ଏମିତିରେ ଶାଶୁଘରେ ଅନ୍ୟ କିଛି ସମ୍ପର୍କୀୟ ବି ରହିଥାନ୍ତି, ଯଦି ଆପଣ ସେମାନଙ୍କ ସହ ଜଲ୍ଦି ମିଶି ଯାଉଛନ୍ତି ତେବେ ତାଙ୍କ ଉପରେ ଆପଣଙ୍କର ଇମ୍ପ୍ରେସ ଭଲ ପଡିଥାଏ ଓ ସମସ୍ତଙ୍କ ସାମ୍ନାରେ ନିଜର ଛବି ଭଲ ହୋଇଥାଏ ।

ସମସ୍ତ କାମ କରନ୍ତୁ :

ବାହାଘର ପରେ ଘରର ସଦସ୍ୟମାନେ ଆପଣଙ୍କର କାମ ପ୍ରତି କେତେ ଇଚ୍ଛା ଅଛି ତାକୁ ବି ଦେଖନ୍ତି । ସେଥିପାଇଁ ବାହାଘରର ପ୍ରଥମ ମାସରେ କୌଣସି ବି କାମକୁ ମନା କରନ୍ତୁ ନାହିଁ । ଆଗକୁ ଆସି ସମସ୍ତ କାମ କରନ୍ତୁ । ଏହା ଦ୍ଵାରା ସମସ୍ତେ ଆପଣଙ୍କୁ ଭଲ କହିବେ ।

ଖରାପ ଚିନ୍ତା ଧାରା ରଖନ୍ତୁ ନାହିଁ :

ଗୋଟିଏ ବଡ ପରିବାରରେ ପ୍ରାୟତଃ ଲୋକମାନେ ପିଠି ପଛରେ ଖରାପ କଥା କହିଥାନ୍ତି । ସେଥିପାଇଁ କିଛି ଲୋକମାନଙ୍କ ସାମ୍ନାରେ ଅନ୍ୟ ସଦସ୍ୟମାନଙ୍କ ବିଷୟରେ ଖରାପ କୁହନ୍ତୁ ନାହିଁ । ପ୍ରଥମେ ଆପଣ ପରିବାର ଲୋକମାନଙ୍କୁ ଦେଖନ୍ତୁ ଓ ଏହା ପରେ ହିଁ ତାଙ୍କ ଉପରେ ନିଜର କୌଣସି ରାୟ ଦିଅନ୍ତୁ ।

ସମସ୍ତଙ୍କୁ ଆଦର ସମ୍ମାନ ଦିଅନ୍ତୁ :

ଇଜ୍ଜତ ଏକ ଏମିତି ଜିନିଷ ଅଟେ ଯାହାକୁ ଅନ୍ୟ ଲୋକମାନଙ୍କୁ ଦେବା ଦ୍ଵାରା ହିଁ ଆପଣଙ୍କୁ ମିଳିଥାଏ । ସାମ୍ନାରେ ଥିବା ବ୍ୟକ୍ତି କେତେ ବି ଖରାପ ହୋଇଥାଉ, ଯଦି ଆପଣ ସବୁବେଳେ ତାହା ସହିତ ଭଲ ବ୍ୟବହାର କରୁଛନ୍ତି ତେବେ ସେ ଆପଣଙ୍କୁ ବି ଇଜ୍ଜତ ଦେବ ।

ଶାଶୁ ମା’ଙ୍କର ବିଶେଷ ଧ୍ୟାନ ରଖନ୍ତୁ :

ସମସ୍ତଙ୍କର ଘରର ମୁଖିଆ ସେଠିକାର ଶାଶୁ ହୋଇଥାନ୍ତି । ଯଦି ଆପଣ ପ୍ରଥମରୁ ହିଁ ତାଙ୍କ ସହିତ ଭଲ ସମ୍ପର୍କ ରଖୁଛନ୍ତି ତେବେ ପରିବାର ରେ ସମସ୍ତେ ଆପଣଙ୍କ ବିରୁଦ୍ଧରେ ହୋଇଗଲେ ବି ସେ ଆପଣଙ୍କ ସହିତ ନିଶ୍ଚିତ ରହିବେ ।