ଘଟଗାଁ ତାରିଣୀ ମନ୍ଦିର ରୁ 4 କିମି ଦୂରରେ ଘଟିଲା ଭୟଙ୍କର ଦୁର୍ଘଟଣା, ମରିଗଲେ 8 ବ୍ୟକ୍ତି ।

କଥା କହୁ କହୁ କୋହ ଆସି ଯାଉଛି । ଆଖି ରୁ ସୁଖୁ ନାହିଁ ଲୁହ । କିଛି ଦିନ ପୂର୍ବରୁ ଏ ପରିବାରରେ ଘଟିଥିଲା ବଡ ଦୁଃଖଦ ଅଘଟଣ । ଦିଗପହଣ୍ଡି ବସ ଦୁର୍ଘଟଣାରେ ଆଖି ବୁଜିଥିଲେ ଗଞ୍ଜାମ ସାନ ଖେମୁଣ୍ଡି ବ୍ଲକ ପୋଡାମାରୀ ର ଗଜେନ୍ଦ୍ର ଙ୍କ ପରିବାର ରୁ 10 ଜଣ ସଦସ୍ୟ । ଆଉ ଗତ କାଲି ପୁଣି ଥରେ ଦୁର୍ଘଟଣାରେ ଚାଲି ଯାଇଛନ୍ତି ପରିବାରରେ 3 ଜଣଙ୍କ ସହ ଅନ୍ୟ 5 ଜଣ । ମୃତ୍ୟୁ ଏମିତି ବି ଆସେ ତାହା ବିଶ୍ଵାସ କରି ହେଉ ନାହିଁ ।

ସରି ଆସୁଛି ପୁରୁଣା ବର୍ଷ । ନୂଆ ବର୍ଷକୁ ଆଉ ଅଳ୍ପ ଦିନ ବାକି ରହିଲା । ଆଉ ସେଥିପାଇଁ ଖୁସି ରେ ଘରୁ ବାହାରିଥିଲେ ମା ତାରିଣୀ ଙ୍କୁ ଦର୍ଶନ କରିବା ପାଇଁ ପରିବାରର ସବୁ ସଦସ୍ୟ । ମା ଙ୍କ ଦର୍ଶନ ସଋ ବାହାରି ଥାନ୍ତେ ପୁରୀ । କିନ୍ତୁ ଅଧ ରହିଗଲା ସବୁ ସ୍ଵପ୍ନ । ମଉଳିବୁ ଆଶା । ସବୁ ଖୁସି ଦେଖୁ ଦେଖୁ ପାଣି ଫୋଟକା ପରି ମିଳାଇଗଲା । ତାରିଣୀ ମନ୍ଦିରରୁ ମାତ୍ର 4 କିମି ଦୂରରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା ।

ଯାହାକୁ କେହି କେବେ ଭାବି ନ ଥିଲେ । ରାସ୍ତା କଡ ରେ ଠିଆ ହୋଇଥିବା ଟ୍ରକ କୁ ଭ୍ୟାନ ଧକ୍କା ଦେବାରୁ 8 ଜଣଙ୍କର ମୃତ୍ୟୁ ଘଟିଛି । ଏମିତିକି 8 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାରେ ବୋଲି କୁହା ଯାଉଛି । ସେମାନଙ୍କୁ କଟକ ବଡ ମେଡିକାଲ ରେ ଭର୍ତ୍ତି କରା ଯାଇଛି । ଅନ୍ୟ 5 ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରା ଯାଇଛି ।

ମୃତକଙ୍କ ମଧ୍ୟରେ ପୋଡାମାରୀ ର ମିତା ପ୍ରଧାନ, ଆକାଶ ପ୍ରଧାନ ଓ ଲିଲି ପ୍ରଧନଙ୍କର ମୃତ୍ୟୁ ହୋଇଥିବା ବେଳେ ବତାଗଡା ର 3 ଜଣ, ପାଳଝାଡି ର ଜଣଙ୍କର ଓ ଦେଖାଳି ର ଜଣଙ୍କର ମୃତ୍ୟୁ ଘଟିଛି । ପୋଡାମାରୀ ର ମିତା ପ୍ରଧାନ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କର ଜା ବୋଲି ଜଣା ପଡିଛି । ନିଜ ସ୍ତ୍ରୀ, ପୁଅ ଓ ବୋହୂ କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି ଗଜେନ୍ଦ୍ର ପ୍ରଧାନ । କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ କୋଡିଏଫ ବାଲିଜୋରି ନିକଟରେ ଗତ କାଲି ଭୋର ସମୟରେ ଘଟି ଯାଇଛି ଏହି ମରମୁଡା ଘଟଣା । ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର ଏବେ ଫେରାର ହୋଇ ଯାଇଛି । ତେବେ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ପଛ ସିଟ ରେ ବସିଥିଲା ଜଣେ ବ୍ୟକ୍ତି ।

ବ୍ୟକ୍ତିଙ୍କର ସୂଚନା ଅନୁଯାୟୀ ଘଟ ଗାଁ ତାରିଣୀ ମନ୍ଦିର ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୋଡାମାରୀ ରୁ ଯାଇଥିଲା ଏକ ୱିଙ୍ଗର ଭ୍ୟାନ । ଏହି ଗାଡିରେ ଥିଲେ ପାଖା ପାଖି 18 ଜଣ । ଭୋର ସମୟରେ କୁହୁଡି ଥିବା କାରଣରୁ ଡ୍ରାଇଭର ରାସ୍ତା କଡ ରେ ଥିବା ଟ୍ରକ କୁ ଦେଖି ନ ପାରିବାରୁ ଦୃତ ବେଗରେ ଆସି ଟ୍ରକ ସହ ଧକ୍କା ହୋଇଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।