ଘରୁ ବାହାରକୁ ବାହାରୁଥିଲେ ହୋଇଯାନ୍ତୁ ସତର୍କ, ଏଥର ଏହି ସବୁ ନିୟମ ଉଲ୍ଲଂଘନ କଲେ ଗୋଡେଇ ଗୋଡେଇ ଧରିବ ପୋଲିସ, ଜାଣନ୍ତୁ ପୁରା ଅପଡେଟ

ଘରୁ ବାହାରକୁ ବାହାରୁଥିଲେ ଟ୍ରାଫିକ ନିୟମ ପାଳନ କରନ୍ତୁ । କାରଣ ମଙ୍ଗଳବାର ତଥା ଆଜିଠାରୁ ବଡ ଧରଣର ଧରପକଡ ହେବାକୁ ଯାଉଛି । ୧୩ରୁ ୧୭ ଯାଏଁ ହେବ ସ୍ପେଶାଲ ଡ୍ରାଇଭ । ଏଥର ଆଉ ନିସ୍ତାର ନାହିଁ ବରଂ ଗୋଡେଇ ଗୋଡେଇ ଧରିବ ପୋଲିସ । ଏହାସହ ଆରଟିଓ ପକ୍ଷରୁ ବି ତନାଘନା ହେବ । ଡ୍ରାଇଭିଂ ସମୟରେ ହେଲମେଟ ନ ପିନ୍ଧିବା, ଆବଶ୍ୟକ ଠାରୁ ଅଧିକ ସ୍ପିଡରେ ଗାଡି ଚଳାଇବା, ସ୍କୁଲ ବସ୍ ରେ ସେଫଟି ଅଡିଟ ଓ ଓଭରଲୋଡିଂ କ୍ଷେତ୍ରରେ ଏବେଠାରୁ ଧରପକଡ ଜୋରଦାର ହେବ ବୋଲି ସୂଚନା ମିଳିଛି ।

ଏସପିଙ୍କ ସହଯୋଗରେ ଆରଟିଓ ଅଧିକାରୀ ଏହି ଧରପକଡକୁ ଜୋରଦାର କରିବେ । ଏନେଇ ସମସ୍ତ ଆରଟିଓ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଅତିରିକ୍ତ ପରିବହନ କମିଶନର । ଦିନକୁ ଦିନ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏହିଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବୋଲି ଆରଟିଓ ପକ୍ଷରୁ ଜଣାପଡିଛି । ଟ୍ରାଫିକ ନିୟମ ସାମାନ୍ଯ ଉଲ୍ଲଂଘନ କରିବା ମାତ୍ରେ ଆପଣଙ୍କ ଘରେ ପହଞ୍ଚିଯିବ ଚାଲାଣ ।

ବିନା ଲାଇସେନ୍ସରେ ଗାଡି ଚଳାଇବା ବି ମହଙ୍ଗା ପଡିବ । ସେହିପରି ଗାଡିରେ ଯଦି ଓଭରଲୋଡିଂ ଅର୍ଥାତ କ୍ଷମତା ଠାରୁ ଅଧିକ ଲୋଡିଂ କରା ଯାଇଥିବାର ଦେଖାଯିବା ତେବେ ତୁରନ୍ତ ସମ୍ପୃକ୍ତ ଗାଡିକୁ ଆରଟିଓ ଅଧିକାରୀ ଓ ପୋଲିସଙ୍କ ସହାୟତାରେ ଜବତ କରାଯିବ । ହେଲେମେତ ନ ପିନ୍ଧିବା ଅଧିକ ସ୍ପିଡରେ ଗାଡି ଚଳାଇବା କ୍ଷେତ୍ରରେ ମଧ୍ୟ କଡା କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଥିପାଇଁ ତିନି ମାସ ପାଇଁ ଗାଡିଚାଳକଙ୍କ ଲାଇସେନ୍ସ ବି ବାତିଲ ହୋଇପାରେ । ଗତ ଅଗଷ୍ଟ ୧୬ରୁ ୩୦ ତାରିଖ ମଧ୍ୟରେ ହୋଇଥିବା ଧରପକଡରେ ୨୪ହଜାର ୪ଶହ ୩୪ଟି କେସ୍ କେବଳ ବିନା ହେଲମେଟରେ ଗାଡିଚାଳନା ପାଇଁ ହୋଇଥିଲା । ଏହାସହ ୮୮୮ଟି ଗାଡି ଜବତ ହେବା ସହିତ ୪୭୬୨ଟି ଡ୍ରାଇଭିଂ ଲାଇସେନ୍ସକୁ ରବ୍ଦ କରି ଦିଆଯାଇଛି । ଏ ସମସ୍ତଙ୍କ ଠାରୁ ପ୍ରାୟ ୬୩ଲକ୍ଷ ୯୮ହଜାର ୬ଶହ ଟଙ୍କା ଜୋରିମାନା ଭାବେ ଆଦାୟ କରାଯାଇଛି ।

ସେଥିପାଇଁ ଆପଣ ବି ସତର୍କ ହୋଇଯାନ୍ତୁ । ଯଦି ବିନା ହେଲମେଟ କିମ୍ବା ଲାଇସେନ୍ସରେ ଘରୁ ବାହାରକୁ ଯାଉଛନ୍ତି ତେବେ ଜୋରିମାନା ଦେବାକୁ ପ୍ରସ୍ତୁତ ରହିଥାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।