ଘରୁ କୌଣସି କାମରେ ବାହାରିବା ବେଳେ ମିଳିଲେ ଏହି ସଂକେତ ! ଜାଣନ୍ତୁ କିଛି ଘଟଣା ଆପଣଙ୍କ ସହ ଘଟିବାକୁ ଯାଉଛି… Sadhu Vani

ବନ୍ଧୁଗଣ ଏହି ଦୁନିଆରେ କାହା ସହ କାହାର ଯେ କିଭଳି ଭାବେ ସମ୍ପର୍କ ଯୋଡି ହୋଇ ରହିଥାଏ । ତାହା ତ କଳନା କରିବା ମଧ୍ୟ ଅସମ୍ଭବ ହୋଇଥାଏ । ଏହି ଯେମିତି ଆମ ସହ ଘଟିବାକୁ ଯାଉଥିବା କୌଣସି ଶୁଭ କି ଅଶୁଭ ଘଟଣା ଆମକୁ ଆମ ଚାରିପାଖ ଅର୍ଥାତ ପରିବେଶ କି ପଶୁପକ୍ଷୀଙ୍କ ଠାରୁ ମିଳିଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିଭଳି କେତେକ ସଂକେତ ବିଷୟରେ କହିବାକୁ ଯାଉଛୁ । ଯେଉଁ ସଂକେତ ଯଦି ଆପଣ ମଧ୍ୟ କୌଣସି କାମକୁ ଯିବା ପୂର୍ବରୁ ପାଉଛନ୍ତି । ତେବେ ସେଥିପାଇଁ ଆପଣଙ୍କୁ ପ୍ରଥମେ କ’ଣ କରିବାକୁ ପଡିବ ଜାଣି ରଖିବା ଉଚିତ ।

ଛି଼ଙ୍କ ଆସିବା – ଯଦି ଆପଣ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଥିବା ବେଳେ ଆପଣଙ୍କୁ ଛିଙ୍କ ଲାଗିଥାଏ, ତାହା ଅଶୁଭ ବୋଲି ମାନାଯାଇଥାଏ । ଯଦି ଆପଣ ଘରୁ ବାହାରକୁ ଯାଉଛନ୍ତି ତ ଛି଼ଙ୍କ ଆସିଲେ କିଛି ସମୟ ବସିଯିବା ଉଚିତ । ଯଦି ଅନ୍ୟ ଜଣେ ବାରମ୍ବାର ଛିଙ୍କେ ତ ଶୁଭ ହୋଇଥାଏ । ଯଦି ଗାଈର ଛିଂକ ଶୁଣନ୍ତି ତ ଅଶୁଭ ହୋଇଥାଏ । ତେଣୁ କିଛି ସମୟ ବିଶ୍ରାମ ପରେ ଯାତ୍ରା କରନ୍ତୁ ।

ଚାବି ପେନ୍ଥା- ସବୁ ଗୃହିଣୀଙ୍କ ପାଖରେ ଘରର ଚାବି ପେନ୍ଥା ରହିଥାଏ । ଯେଉଁଥିରେ ଘରର ସବୁ ଚାବି ଗୁଡିକ ଗୋଟେ ପେନ୍ଥା ହୋଇ ଘରର ମୁଖ୍ୟ ମହିଳାଙ୍କ ଅଣ୍ଟାରେ ରହିଥାଏ । ଯଦି ଏଥିରେ ଧୀରେ ଧୀରେ ଜଙ୍କ ଲାଗେ ତ ଏହାକୁ ଶୁଭ ସଂକେତ ବୋଲି କୁହାଯାଇଥାଏ । ଏହା ଧନ ପ୍ରାପ୍ତିର ସୂଚନା ଦେଇଥାଏ ।

ଡ୍ରେସ ବଟନ- ଯଦି ସାର୍ଟ ପିନ୍ଧୁ ପିନ୍ଧୁ ବୋତାମ ଭୁଲ ଯାଗାରେ ଲାଗିଯାଏ ତ ଅଶୁଭ ହୋଇଥାଏ । ଏହାଦ୍ବାରା ସବୁ କାମ ଓଲଟା ହୋଇଥାଏ ତ ଏହାକୁ ଖୋଲି ଆଉଥରେ ଠିକରେ ଲଗେଇବା ଉଚିତ । ଯଦି ରାସ୍ତାରେ ଯାଉଥିବା ସମୟରେ କୌଣସି ପୁରୁଣା ବଟମକୁ ଦେଖନ୍ତି । ତେବେ ନିକଟରେ ଆପଣ ଆପଣଙ୍କର କୌଣସି ପୁରୁଣା ମିତ୍ରଙ୍କ ସହ ସାକ୍ଷାତ କରିବାକୁ ଯାଉଛନ୍ତି ବୋଲି ଏହି ସଂକେତ ଦର୍ଶାଇଥାଏ ।

କୁକୁର ଭୂକିବା- ଯଦି ବାହାରକୁ ଗଲା ବେଳେ ପାଳିତ କୁକୁର ବାରମ୍ବାର ଭୁକେ ତ ଅଶୁଭ ହୋଇଥାଏ । ଏହାର କାରଣ ଘର ବାହାରେ କିଛି ଦୁର୍ଘଟଣା ଘଟିପାରେ । ଯଦି ବାହାର କୁକୁର ଭୂକେ ତ ଯେଉଁ କାମରେ ଯାଉଛନ୍ତି ତାହା ପୁରା ହେବନି ।

ବନ୍ଧୁଗଣ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ ।