ଦାରିଦ୍ରତାର କାରଣ ହୋଇଥାଏ ଘରେ ପଡିଥିବା ଏହି ଜିନିଷ, ଜାଣନ୍ତୁ ଓ ଜଲ୍ଦି ବାହାର କରି ଫିଙ୍ଗନ୍ତୁ

ମଣିଷ ସବୁବେଳେ ଖୁସିରେ ରହିବା ପାଇଁ ଏବଂ ଭଲ ଖାଇବା ପିନ୍ଧିବା ପାଇଁ ବହୁତ ପରିଶ୍ରମ କରିଥାଏ । ସବୁ ଲୋକ ଅଲଗା ଅଲଗା ମାଧ୍ୟମରେ ପଇସା ରୋଜଗାର କରିଥାନ୍ତି । କିନ୍ତୁ କିଛି ସମୟରେ ଏମିତି ପରିସ୍ଥିତି ଆସେ ଯେ ଆମକୁ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡିଥାଏ ଏବଂ ଆମ ଜୀବନ ଦାରିଦ୍ରତାରେ ଭରି ଯାଇଥାଏ । ବାସ୍ତୁ ଅନୁସାରେ ଏମିତି କିଛି ଜିନିଷ ଥାଏ ଯାହା ଆମ ଘରକୁ ନକରାତ୍ମକ ଶକ୍ତି ଆଣି ଆସିଥାଏ ଯାହାକି ଦରିଦ୍ରତାର କାରଣ ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ।

ଘରେ ହୋଇଥିବା ବୁଢିଆଣୀ ବସାକୁ ଶୀଘ୍ର କାଢିଦେବା ଉଚିତ କାରଣ ଏହା ଘରେ ହେଲେ ଘରର ଖରାପ ସମୟ ଚାଲି ଆସିଥାଏ । କାରଣ ସେମାନେ ନିଜେ ରହିବା ପାଇଁ ଜାଲ ବୁଣି ନଥାନ୍ତି ଶିକାର କରିବା ପାଇଁ ଏମିତି କରିଥାନ୍ତି । ଏଥିପାଇଁ ଏହାକୁ ହଟାଇ ଦେବା ବହୁତ ଜରୁରୀ ଅଟେ ।

ଘରେ କେବେ ହେଲେ ବି ମହାଭାରତ ଯୁଦ୍ଧ ଚିତ୍ର, ନଟରାଜ ଙ୍କ ମୂର୍ତି, ତାଜମହଲ ର ଚିତ୍ର, ବୁଡିଯାଉ ଥିବା ଡଙ୍ଗାର ଚିତ୍ର, କଣ୍ଟା ଜାତୀୟ ଗଛର ଚିତ୍ର ଏବଂ ଜଙ୍ଗଲରେ ରହୁଥିବା ପଶୁଙ୍କ ଚିତ୍ର କେବେ ହେଲେ ବି ଲଗାଇବା କଥା ନୁହେଁ । ଏହାର ପ୍ରଭାବ ପରିବାରର ସଦସ୍ୟଙ୍କ ଉପରେ ପଡିଥାଏ ଏବଂ ଏହା ପିଲା ମାନଙ୍କ ଉପରେ ଅଧିକ ପ୍ରଭାବ ପକାଇ ଥାଏ, ଯାହା ଦ୍ଵାରା କି ପିଲାମାନେ ରାଗି ହୋଇ ଥାନ୍ତି ।

ଆପଣଙ୍କ ଘରେ ଥିବା ଭଙ୍ଗା ଚୌକି ଏବଂ ସୋଫା କୁ କେବେ ହେଲେ ବି ଘରେ ରଖନ୍ତୁ ନାହିଁ ଏହାଦ୍ଵାରା ପଇସାର ଅଭାବ ଦେଖା ଯାଇଥାଏ । ସୋଫା ଉପରେ ପଡିଥିବା ଚାଦର ବି ସଫା ଏବଂ ଭଲ ରହିବା ଦରକାର ।

ଘରେ ପୁରୁଣା କପଡା ରଖିବା ଦ୍ଵାରା ଘର ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ପୁରୁଣା କଳହ କେବେ ହେଲେ ବି ଶେଷ ହୋଇ ନଥାଏ । ଏଥିପାଇଁ ପୁରୁଣା କପଡାକୁ କେବେ ହେଲେ ବି ଘରେ ରଖନ୍ତୁ ନାହିଁ ।

ଦେବୀ ଦେବତାଙ୍କ ଭାଙ୍ଗି ଯାଇଥିବା ମୂର୍ତି ଏବଂ ଫଟୋକୁ ଘରେ ରଖିବା ଉଚିତ ନୁହେଁ କାରଣ ଏହାଦ୍ୱାରା ଆର୍ଥିକ ହାନି ହୋଇପାରେ । ଏଥିପାଇଁ ଏହି ଭଳି ଫଟୋ ଏବଂ ମୂର୍ତିକୁ ଜଳରେ ବିସର୍ଜନ କରିଦେବା ଉଚିତ । ଏହାଛଡା ଘରକୁ କେବେ ହେଲେ ବି ଦେବୀ ଦେବତାଙ୍କ ଫଟୋରେ ସଜାଇବ ନାହିଁ ।

ଘରେ ସଜାଉଥିବା କଣ୍ଟା ଜାତୀୟ ଗଛ ବା ନକଲି ଗଛ ସାହାଯ୍ୟରେ ଘରର ନକରାତ୍ମକ ଶକ୍ତି ବଢିଥାଏ । ଏଥିପାଇଁ କେବେ ହେଲେ ବି କଣ୍ଟା ଜାତୀୟ ଗଛକୁ ଘରେ ରଖନ୍ତୁ ନାହିଁ ।

ଘରେ ପୁରୁଣା ଲୁହାର ଜିନିଷ ସାଇତି ରଖିବା ଦ୍ଵାରା ଘରେ ପଇସାର ସମସ୍ୟା ଦେଖାଯାଇ ଥାଏ ।

ଘରେ ରହିଥିବା ଭଙ୍ଗା ଆଲମୀରା ଏବଂ କବାଟ ସବୁ କାମରେ ବାଧା ଦେଇଥାନ୍ତି ଏବଂ ଘରର ସବୁ ପଇସା ବି ପାଣି ଭଳି ଖର୍ଚ ହୋଇଯାଇ ଥାଏ ।

ଘରେ ଥିବା ସବୁ ଭଙ୍ଗା ଜିନିଷ ବାହାରକୁ ଫୋପାଡି ଦିଅନ୍ତୁ କାରଣ ଏହା ମାନସିକ ଚିନ୍ତାର କାରଣ ହୋଇ ଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।