ଜୀବନରେ ଧନ ଓ ସୁଖ ସମୃଦ୍ଧି ଲାଭ କରିବା ପାଇଁ ମଣିଷ ପରିଶ୍ରମ କରିବା ସହ ପୂଜାପାଠ ମଧ୍ୟ କରିଥାଏ । ତେବେ ଶାସ୍ତ୍ରରେ କିଛି ନିୟମମାନ ଉଲ୍ଲେଖ ରହିଛି ଯାହା ଅନୁସରଣ କରିବା ଦ୍ଵାରା ଆପଣ ସୁଖୀ ଏବଂ ଧନବାନ ହୋଇପାରିବେ । ସୋମବାର ଦିନ ଷଣ୍ଢକୁ ଘାସ ଖୁଆଇବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଜୀବନରେ ସମସ୍ଯା ଦୂର ହେବାସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଗରିବ ଲୋକଙ୍କୁ ଅନ୍ନଭୋଜନ ଦେବା ଅତ୍ୟନ୍ତ କଲ୍ୟାଣକାରୀ ହୋଇଥାଏ ।
ଏହାଦ୍ବାରା ଘରେ ଅନ୍ନର ଅଭାବ ହୋଇନଥାଏ ଓ ପିତୃପୁରୁଷ ଶାନ୍ତି ହୋଇଥାନ୍ତି । ଯଦି ସ୍ଵପ୍ନରେ ବନ୍ୟାପାଣି କିମ୍ବା ଘଡଘଡି ମାରିବାର ଦେଖନ୍ତି ତେବେ ଅଶୁଭ ହୋଇଥାଏ ଏବଂ ଆଗକୁ କୌଣସି ଅଶୁଭ ଖବର ମିଳିବାର ସଂକେତ ଦେଇଥାଏ । କିନ୍ତୁ ସ୍ଵପ୍ନରେ ଯଦି ବନ୍ୟାଜଳରେ ପହଁରୁଥିବାର ଦେଖନ୍ତୁ ତେବେ ଏହା ଶୁଭ ହେବାସହ ବ୍ୟବସାୟରେ ସଫଳତା ପ୍ରାପ୍ତି ହେବାର ସଂକେତ ହୋଇଥାଏ ।
ଶୋଇବା ଘରେ କେବେବି ପାଣି ସମ୍ପର୍କିତ ଚିତ୍ର ଲଗାଇବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ସମସ୍ଯା କିମ୍ବା ମନୋମାଳିନ୍ୟ ହେବାର ସମ୍ଭାବନା ରହିଥାଏ । ଶୋଇବା ଘରେ କେବେବି ଦେବୀଦେବତାଙ୍କ ଫଟୋ କିମ୍ବା ପୂର୍ବପୁରୁଷଙ୍କ ଫଟୋ ଲଗାଇବା ଉଚିତ ନୁହେଁ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ।
ଶୋଇବା ଘରେ କେବେବି ହିଂସ୍ର ପଶୁପକ୍ଷୀଙ୍କ ଫଟୋ ଲଗାଇବା ଉଚିତ ନୁହେଁ, ଏହା ସନ୍ତାନହାନି ସହିତ ବଂଶବୃଦ୍ଧିରେ ବାଧା ଉତ୍ପନ୍ନକାରୀ ହୋଇଥାଏ । ଶୋଇବା ଘରେ ଅସ୍ତ ହେଉଥିବା ସୂର୍ଯ୍ୟ, ବୁଡୁଥିବା ଜାହାଜ ଏବଂ କଣ୍ଟାଜାତୀୟ ଗଛ ଇତ୍ୟାଦି ଫଟୋ ମଧ୍ୟ ଲଗାଇବା ଉଚିତ ନୁହେଁ , ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ ଏବଂ ପ୍ରଗତି ବାଧାପ୍ରାପ୍ତ ହୋଇଥାଏ । ଘରେ କେବେବି ଅଗ୍ନିକୋଣରେ ଅର୍ଥାତ ଦକ୍ଷିଣ-ପୂର୍ବ କୋଣରେ ଟଙ୍କା ପଇସା ରଖିବା ଉଚିତ ନୁହେଁ ।
ଏହାଦ୍ବାରା ଖର୍ଚ୍ଚ ବୃଦ୍ଧି ହୋଇଥାଏ ଏବଂ ଋଣ ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ଘରର ଦକ୍ଷିଣ ପଶ୍ଚିମ ଦିଗରେ ଟଙ୍କା ରଖିବା ଦ୍ଵାରା ବିଶେଷ ଲାଭ ହୋଇନଥାଏ ଏବଂ ଅର୍ଥ ଉପାର୍ଜନ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ । ଘରର ଉତ୍ତର-ପଶ୍ଚିମ ଦିଗରେ ଟଙ୍କାପଇସା ରଖିବା ଉଚିତ ନୁହେଁ, ଏହାଦ୍ବାରା ଋଣଭାର ବୃଦ୍ଧି ହୋଇଥାଏ ଏବଂ ଆବଶ୍ୟକ ମୁତାବକ ଅର୍ଥ ଉପାର୍ଜନ ହୋଇନଥାଏ ।
ଘରେ ଟଙ୍କାପଇସା କିମ୍ବା ସ୍ଵର୍ଣ୍ଣ ଆଭୂଷଣ ଇତ୍ୟାଦି ଉତ୍ତର ଦିଗରେ ଥିବା କୋଠରିରେ ଉତ୍ତରକୁ ଖୋଳୁଥିବା ଆଲମାରୀ ଭିତରେ ରଖିବା ଉଚିତ, ଏହା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ଘରେ ମାଛ ରଖିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ, ଏହା ବାସ୍ତୁଦୋଷ ଦୂର ହେବାରେ ସାହାଯ୍ୟ କରିଥାଏ । ଘରେ ହନୁମାନଙ୍କ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିଥିବା ଫଟୋ ରଖିବା ଦ୍ଵାରା ଶୁଭ ହେବାସହ ମଙ୍ଗଳକାରୀ ହୋଇଥାଏ ।
ଶ୍ଵେତ ଏବଂ ନୀଳ ଅପରାଜିତା ଫୁଲଗଛରେ ଅନେକ ଔଷଧୀୟ ଗୁଣ ରହିଥାଏ ଏବଂ ଏହା ଘରେ ଲଗାଇବା ଦ୍ଵାରା ଶୁଭ ହେବା ସହ ମଙ୍ଗଳକାରୀ ହୋଇଥାଏ । ଧଳା ଅପରାଜିତା ଫୁଲଗଛ ଘରେ ଲଗାଇବା ଦ୍ଵାରା କୌଣସି ପ୍ରକାର ସଙ୍କଟ ଘରେ ପ୍ରବେଶ କରିନଥାଏ ଏବଂ ଏହା ଧନ ସମ୍ପଦକୁ ଆକର୍ଷିତ କରିବାରେ ସକ୍ଷମ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।