ଯିଏବି ନିଜ ଘରେ କରିବ ଏହି 1 କାମ, ମା ଲକ୍ଷ୍ମୀ ତା ଘରେ କରିବେ ଧନର ବର୍ଷା

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତେକ ମଣିଷର ଜୀବନରେ କିଛି ନା କିଛି ସମସ୍ଯା ଲାଗି ରହିଥାଏ । ମଣିଷ ନିଜ କର୍ମ ଫଳରେ ହିଁ ନିଜ ଭାଗ୍ୟ ନିର୍ଧାରଣ କରିଥାଏ । ମଣିଷର ଭଲ କାମ ତାକୁ ଭଲ ଫଳ ଦେଇଥାଏ ତ ମଣିଷର ଖରାପ କାମ ତାକୁ ଖରାପ ପରିଣାମ ଦେଇଥାଏ । ଏହା ଫଳରେ ମଣିଷ ଜୀବନରେ ଅନେକ ଦୁଖ କଷ୍ଟ ଲାଗି ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏହାର ନିବାରଣ ବିଷୟରେ କିଛି ନିୟମ ରହିଛି ଯାହା କହିବାକୁ ଯାଉଛୁ ।

ଯଦି ଆପଣ ଚାକିରି କରିଛନ୍ତି ଓ ସେଥିରେ ସଦାବେଳେ ସମସ୍ଯା ଦେଖା ଯାଉଛି ତେବେ ଷ୍ଟିଲ ପାତ୍ରରେ ସୋରିଷ ତେଲ ରଖି ଅନ୍ୟକୁ ଦାନ କରନ୍ତୁ । ଏହା ଛଡା ଓସ୍ତ ଗଛ ତଳେ ଦୀପ ଲଗାଇଲେ ଆପଣକର ରୋଜଗାରର ସମସ୍ଯା ଦୂର ହୋଇଯିବ । ଜୀବନର ଦୁଖ କଷ୍ଟରୁ ମୁକ୍ତି ମିଳିବ । ଯଦି ଆପଣ ବ୍ୟବସାୟ କରୁଛନ୍ତି ଓ ବେପାରରେ ସମସ୍ଯା ହେଉଛି ତେବେ ମା ଲକ୍ଷ୍ମୀ, ଗଣେଶ ଓ ସରସ୍ଵତୀ ଥିବା ଏକ ଫୋଟୋ ଲଗାନ୍ତୁ । ଏହା କରିବା ଫଳରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ ।

ଏହା ସହ ଆପଣଙ୍କର ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହୋଇଥାଏ । ଘର ପରିବାରରେ କିଛି ସମୟରେ ଦାଂପତ୍ଯ ଜୀବନରେ କିଛି କାରଣରୁ ସମସ୍ଯା ହୋଇଥାଏ । ଦାମ୍ପତ୍ୟ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଏପରି କଳହ ଲାଗି ରହେ ଯାହାର କୌଣସି କଳାନା କରାଯାଇ ପାରିବ ନାହି । ଏହାର ନିରାକରଣ ପାଇଁ କିଛି ସମାଧାନ ରହିଛି । ପାଣିରେ କିଛି ଲୁଣ ମିଶାଇ ଘରକୁ ପୋଛିଲେ ଘରେ ସୁଖ ଶାନ୍ତିର ବାତାବରଣ ହୋଇଥାଏ ।

ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ଭିତରେ ପ୍ରେମ ଭରପୁର ହୋଇ ରହିବ । ଯଦି ଆପଣଙ୍କ ଜୀବନରେ ସଦାବେଳେ ସମସ୍ଯା ହେଉଥାଏ ତେବେ ରାତିରେ ହେଉଥିବା ରୋଟିରେ ତେଲ ବା ଘିଅ ଲଗାଇ କୁକୁରକୁ ଖାଇବାକୁ ଦେଲେ ଏହି ସମସ୍ୟା ଦୂର ହୋଇଥାଏ । ଯଦି ଆପଣଙ୍କର ବହୁତ ଦିନରୁ କୌଣସି ମନସ୍କାମନା ପୂରଣ ହେଉନାହି ତେବେ ଏହାର ନିବାରଣ ପାଇଁ କିଛି ବିଷେଶ ଉପାୟ ରହିଛି । ଏଥି ପାଇଁ ଓସ୍ତ ଗଛ ମୂଳେ ପାଣିରେ କିଛି କ୍ଷୀର ମିଶାଇ ଢାଳିଲେ ଏହି ସମସ୍ୟାର ନିବାରଣ ହୋଇଥାଏ ।

ଯଦି କେଉଁ ବ୍ଯକ୍ତିର ବିବାହରେ ବିଳମ୍ବ ହେଉଥାଏ ବା ବିବାହ ଯୋଗ ହେଉନ ଥାଏ ତେବେ ସୂର୍ଯ୍ୟ ଦେବତାଙ୍କୁ ପାଣିରେ କିଛି ହଳଦୀ ମିଶାଇ ଅର୍ପଣ କରିଲେ ବିବାହ ଯୋଗ ଅତି ଜଲ୍ଦି ହୋଇଥାଏ । ଏହା କରିଲେ ଦାଂପତ୍ଯ ଜୀବନରେ ମଧ୍ୟ ସୁଖ ଶାନ୍ତି ଆଗମନ ହୋଇଥାଏ । ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଭଲ ବୁଝାମଣା ରହିଥାଏ । ଦୁହିଙ୍କ ଭିତରେ ପ୍ରେମ ସମ୍ପର୍କ ଅତି ନିବିଡ ହୋଇଥାଏ । ଏହି ସବୁ ନିୟମ କରିଲେ ମା ଲକ୍ଷ୍ମୀଙ୍କର କୃପା ମିଳିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।