ମା’ ଲକ୍ଷ୍ମୀଙ୍କ ବରଦାନ, ଯିଏ ବି ଏହି ସମୟରେ ଘରେ ଲଗାଇଥାଏ ଝାଡୁ, ତା ଘରେ ହୋଇଥାଏ ଧନର ବର୍ଷା- Vastu Shastra

ନୀତି ଦିନ ଜୀବନରେ ଜଣା ଅଜଣାରେ କିଛି ଏମିତି ଭୁଲ ହେଇଯାଏ ଯାହାର ପ୍ରଭାବ ଆମ ଘର ପରିବାର ଉପରେ ପଡ଼ିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଆମ ଘରର ସମସ୍ତ ଜିନିଷ ରଖିବାର ନିର୍ଦ୍ଧାରିତ ଯାଗା ଥାଏ ଏବଂ ଆମକୁ ଏହାର ଜ୍ଞାନ ନଥାଏ । ସେହିପରି ଭୁଲ୍ ଆମେ ଝାଡୁକୁ ନେଇ କରିଥାଉ ଯେଉଁଠି ଝାଡୁର ଭୁଲ ବ୍ୟବହାର ଦରିଦ୍ରତାକୁ ଆମନ୍ତ୍ରଣ କରି ଥାଏ । ଯିଏ ଏହାର ସଠିକ ବ୍ୟବହାର କରେ ମା ଲକ୍ଷ୍ମୀ ତା ପାଇଁ ଘରର ଦ୍ବାରକୁ ଖୋଲି ଦିଅନ୍ତି ।

ଝାଡୁ ଯାହାକୁ ଆମେ ସାମାନ୍ୟ ବସ୍ତୁ ବୋଲି ଭାବନ୍ତି କିନ୍ତୁ ଶାସ୍ତ୍ରରେ ଏହାକୁ ମା ଲକ୍ଷ୍ମୀଙ୍କ ତୁଲ୍ୟ ମାନାଯାଏ । ଆମେ ଅଜାଣତରେ ଝାଡୁର ଅପମାନ କରିଦେଇ ଥାଉ ଏବଂ ତା’ର ପ୍ରଭାବ ଆର୍ଥିକ, ପରିବାର ଏବଂ ସାମାଜିକ ଜୀବନ ଉପରେ ପଡ଼ିଥାଏ । ଆପଣ ଜାଣିନଥିବେ ଝାଡୁକୁ ଉଚିତ ଜାଗାରେ ରଖିଲେ ମା ଲକ୍ଷ୍ମୀଙ୍କ କୃପା ବରଷି ଥାଏ । ଝାଡୁର ସବୁବେଳେ ସମ୍ମାନ କରିବା ଦରକାର ଯାହା ଆମ ଘରକୁ ଦାରିଦ୍ର୍ୟତା ଏବଂ ନକାରାତ୍ମକ ଶକ୍ତିର ପ୍ରଭାବକୁ କମ୍ କରି ସୁଖ ସମୃଦ୍ଧିରେ ଭରି ଦିଏ‌ ।

ଝାଡୁକୁ ସବୁବେଳେ ଏମିତି ଜାଗାରେ ରଖିବା ଯେମିତି ଲୋକଙ୍କ ଦୃଷ୍ଟି ତା ଉପରକୁ ନଯିବ । ଝାଡୁ ଲକ୍ଷ୍ମୀଙ୍କ ରୂପ ହୋଇଥାଏ ସେଥିପାଇଁ କାହା ନଜର ଲାଗିବା କଥା ନୁହେଁ । ଝାଡୁକୁ କେବେ ଠିଆ କରିକି ରଖନ୍ତୁ ନାହିଁ, ତାକୁ ସବୁବେଳେ ଶୁଆଇକି ରଖନ୍ତୁ । ଏହାର ଅର୍ଥ ଆମ ଘରେ ମା ଲକ୍ଷ୍ମୀ ଆରାମରେ ଶୋଇଛନ୍ତି । ସେଥିପାଇଁ ସବୁବେଳେ ଧ୍ୟାନ ଦିଅନ୍ତୁ କି ଝାଡୁ ସବୁବେଳେ ସ୍ବଚ୍ଛ ଜାଗାରେ ରଖାଯାଉ ।

ଏପରି ଯାଗାରେ ଝାଡୁ ରଖନ୍ତୁ ନାହିଁ ଯେଉଁଠି ଚପଲ, ଅଳିଆ ଆବର୍ଜ୍ଜନା ଥିବ । ଝାଡୁ ରଖିବାର ଯାଗା ଦକ୍ଷିଣ ଏବଂ ପଶ୍ଚିମ ହୋଇଥାଏ । ବିଶେଷକରି ପଶ୍ଚିମ ଦିଗରେ ଝାଡୁକୁ ରଖିଲେ ଘରେ ସମୃଦ୍ଧି ବଢେ । ଝାଡୁକୁ ଏପରି ସ୍ଥାନରେ ରଖନ୍ତୁ ନାହିଁ ଯେମିତି ତାହାରି ପାଦ ନ ଲାଗିବ କିମ୍ବା ତାକୁ ଡେଇଁ ଯିବାକୁ ପଡ଼ିବ । ଝାଡୁକୁ ଏପରି ସ୍ଥାନରେ ରଖନ୍ତୁ ଯେମିତି କାହା ନଜର ତା ଉପରେ ନପଡେ ।

ଘରେ ନୂଆ ଝାଡୁ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ସନ୍ଧ୍ୟା ପୂର୍ବରୁ କିଣିବା ଦରକାର । ଅଇଁଠା କୁ କେବେବି ଝାଡୁ ମାରିବା କଥା ନୁହେଁ । ସନ୍ଧ୍ୟା ପରେ କେବେବି ଝାଡୁ ଲଗାନ୍ତୁ ନାହିଁ । ଯେତେବେଳେ ସୂର୍ଯ୍ୟ କିରଣ ପଡ଼ିବ ସେତେବେଳେ ଝାଡୁ ଲଗାଇବା ଦରକାର । ମା ଲକ୍ଷ୍ମୀ ଆମର ଟିକିଏ ପ୍ରାର୍ଥନାରେ ପ୍ରସନ୍ନ ହୋଇ ଯାଆନ୍ତି ସେହିପରି ଆମର ଟିକିଏ ଭୁଲ ରେ ମା ଲକ୍ଷ୍ମୀ ରାଗି ଯାଇଥାଆନ୍ତି ।

ଯଦି ଆପଣ ସବୁବେଳେ ଆର୍ଥିକ ପରିସ୍ଥିତିରେ ଘେରି ରୁହନ୍ତି ନହେଲେ ଧନର ଅଭାବ ପାଇଁ ମାନସିକ ଅଶାନ୍ତି ଅନୁଭବ କରନ୍ତି ତେବେ ଧ୍ୟାନ ଦିଅନ୍ତୁ ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଛି ଯେଉଁଥିପାଇଁ ଏପରି ହେଉଛି । ଜଦି ଏମିତି ଭୁଲ ଆପଣଙ୍କ ଦ୍ବାରା ହେଇଛି ତେବେ ଏହି ପ୍ରତି ଧ୍ୟାନ ଦିଅନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।