ବାପା ମା ହେଲେ ବିରାଟ ଓ ଅନୁଷ୍କା, ଫ୍ୟାନ୍ସ ମାନଙ୍କୁ ଟ୍ଵିଟରେ ଏମିତି କହିଲେ କୋହଲି

ଅନୁଷ୍କା ଶର୍ମା ଓ ବିରାଟ କୋହଲି ସୋମବାର ୧୧ ଜାନୁଆରୀ ୨୦୨୦ ଅର୍ଥାତ ଆଜି ଦ୍ଵିପହରରେ ଏକ ନବଜାତ ଶିଶୁ ରୂପରେ ଝିଅର ମାତା ପିତା ହୋଇଛନ୍ତି । ଗତ କିଛି ଦିନ ହେବ ଅନୁଷ୍କା ଶର୍ମା ଗର୍ଭବତ୍ତୀ ଅଛନ୍ତି ବୋଲି ଖବର ମିଡିଆରେ ଚର୍ଚାରେ ବିଷ୍ୟ ହୋଇ ରହିଥିଲା ଓ ଝିଅ ଜନ୍ମ ହେବା ପୂର୍ବରୁ ଦୁଇ ଜଣ ଏହି ଖବରକୁ ସର୍ବେ ପ୍ରଥମେ ସୋସିଆଲ ମିଡିଆରେ ସାର୍ବଜନୀକ କରିଥିଲେ । ସମୟ ସହିତ ଏହି ଖବର ବି ଜୋର ଧରିଥିଲା ।

ନିଜର ପ୍ରଥମ ସନ୍ତାନର ଜନ୍ମ ସମୟରେ ସେହି ସ୍ଥାନରେ ଉପସ୍ଥିତ ରହିବା ପାଇଁ ଭାରତୀୟ କ୍ୟାପଟେନ ବିରାଟ କୋହଲି ଅଷ୍ଟ୍ରେଲିୟାରେ ଚାଲିଥିବା ଟେସ୍ଟ ମ୍ୟାଚର ଅଧାରୁ ଓଲହାଇଯିବା ପାଇଁ ନିଷ୍ପତି ନେଇଥିଲେ ।

ଯେଉଁଥିପାଇଁ ତାଙ୍କୁ ବହୁତ ଆଲୋଚନାର ସାମ୍ନା ବି କରିବାକୁ ପଡିଥିଲା । କହିଦେଉଛୁ କି ଅନୁଷ୍କା ଶର୍ମା ଓ ବିରାଟ କୋହଲି ନିଜର ପ୍ରଥମ ସନ୍ତାନକୁ ନେଇ ବହୁତ ଅଧିକ ଉତ୍ସାହିତ ଥିଲେ । ବର୍ତ୍ତମାନ ନିଜର ଝିଅ ଜନ୍ମ ହେବା ପରେ ଆଧିକାରିକ ରୂପରେ ଉଭୟ ଅନୁଷ୍କା ଶର୍ମା ଓ ବିରାଟ କୋହଲି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏହା ବିଷୟରେ ଘୋଷଣା କରିଛନ୍ତି । ବିରାଟ କୋହଲି ଟ୍ୱିଟରରେ ଏହା ବିଷୟରେ କହିଲେ କି ଆପଣ ସମସ୍ତଙ୍କ ସହିତ ଏହି ଖୁସିକୁ ଶେୟାର କରି ମୁଁ ବହୁତ ଉସ୍ତାହିତ ଅଛି ।

ଆଜି ଦ୍ଵିପହରରେ ମୁଁ ଏକ ଝିଅ ସହିତ ଧନ୍ୟ ହୋଇ ଯାଇଛି । ଆମେ ଆପଣଙ୍କର ଭଲ ପାଇବା, ପ୍ରାର୍ଥନା ଓ ଶୁଭକାମନା ପାଇଁ ଧନ୍ୟବାଦ କରୁଛୁ । ଅନୁଷ୍କା ଓ ଶିଶୁ ଦୁଇ ଜଣ ହିଁ ସୁସ୍ଥ ଅଛନ୍ତି ଓ ଆମେ ଆମର ଜୀବନର ଏହି ନୂଆ ଅଧ୍ୟାୟକୁ ଆରମ୍ଭ କରିବା ପାଇଁ ଧନ୍ୟ ଅନୁଭବ କରୁଛୁ । ଅଗଷ୍ଟ ୨୦୨୦ରେ ଅନୁଷ୍କା ଓ ବିରାଟ ଘୋଷଣା କରିଥିଲେ କି ସେ ମାତା ପିତା ହେବାକୁ ଯାଉଛନ୍ତି । ଏହା ସହିତ କହିଦେଉଛୁ କି କିଛି ଦିନ ପୂର୍ବେ ଖବର ଆସିଥିଲା କି ଏହି ଦମ୍ପତ୍ତିକୁ ଗୋଟିଏ  କ୍ଲିନିକରେ ଲଗାତାର ଆସିବା ପାଇଁ ଅଟକାଇ ଦିଆଯାଇଥିଲା ।

କାରଣ ଅନୁଷ୍କା ଓ ବିରାଟ ଲୋକପ୍ରିୟ ବ୍ୟକ୍ତି ଅଟନ୍ତି । କହିଦେଉଛୁ କି ଅନୁଷ୍କା ଶର୍ମାଙ୍କ ପୋସ୍ଟ ଡେଲିବରି ପରେ ଶୁଟିଙ୍ଗ ଆରମ୍ଭ କରିବାର ଯୋଜନା ଅଛି । ସେ ପୂର୍ବରୁ କହିଥିଲେ କି ମୁଁ ନିଜର ଶିଶୁକୁ ଜନ୍ମ ଦେବା ପରେ ନିଜର ଶୁଟିଙ୍ଗ ଉପରକୁ ପୁଣି ଥରେ ଫେରିଯିବି । ଘରେ ଏକ ଏମିତି ପ୍ରଣାଳୀ ସ୍ଥାପିତ କରିବି କି ଯେଉଁଥିରେ ମୁଁ ସୁନିଶ୍ଚିତ କରିବି କି ମୁଁ ସନ୍ତାନ, ଘର ଓ ମୋ କାମ ସବୁ ସନ୍ତୁଳିତ ଅଛି । ମୁଁ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବା ପାଇଁ ଚାହୁଁଛି । ଯେମିତି କି ମୁଁ ରହୁଛି । କାରଣ ଅଭିନୟ ମୋତେ ବାସ୍ତବରେ ଖୁସି କରିଥାଏ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।