ଘରେ ଯଦି ଗଙ୍ଗାଜଳ ରଖୁଛନ୍ତି ତେବେ ଏହି 5 ଜରୁରୀ କଥାପ୍ରତି ଦିଅନ୍ତୁ ଧ୍ୟାନ

ଶାସ୍ତ୍ର ଗୁଡିକରେ ଗଙ୍ଗା ନଦୀକୁ ବିଶେଷ ମହତ୍ଵ ଦିଆଯାଇଛି । କିମ୍ବଦନ୍ତୀ ଅନୁସାରେ ଗଙ୍ଗା ନଦୀରେ ଗାଧୋଇଲେ ଆପଣଙ୍କ ସବୁ ପାପ ଧୋଇ ହୋଇଯାଏ ଓ ସବୁ ଦୁର୍ଭାଗ୍ୟରୁ ମୁକ୍ତି ମିଳିଥାଏ । ସେଥିପାଇଁ ଗଙ୍ଗାଜଳକୁ ଘରେ ଓ ଧାର୍ମିକ ଅନୁଷ୍ଠାନରେ ବ୍ୟବହାର କରାଯାଏ । ଯଦି ଆପଣ ବି ଆପଣଙ୍କ ଘରେ ଗଙ୍ଗାଜଳ ରଖୁଛନ୍ତି ତେବେ ଆପଣଙ୍କୁ ଏହି ଜରୁରୀ କଥା ପ୍ରତି ଧ୍ୟାନ ରଖିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସେହି ଜରୁରୀ କଥା ବିଷୟରେ ।

ଆପଣ ଘରର ଯେଉଁ ସ୍ଥାନରେ ଗଙ୍ଗାଜଳକୁ ରଖୁଛନ୍ତି ତେବେ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ କି ସେହି ସ୍ଥାନଟି ସଫା ସୁତୁରା ଅଛି ନା ନାହିଁ କାରଣ ଗଙ୍ଗାଜଳ ପରିଷ୍କାର ସ୍ଥାନରେ ରଖିବା ଉଚିତ । ଏହା ସହିତ ସେହି ସ୍ଥାନରେ ପିଆଜ, ରସୁଣ ଓ ଆମିଷ ଖାଦ୍ୟ ପଦାର୍ଥ ରଖିବେ ନାହିଁ । କାରଣ ଶାସ୍ତ୍ର ଅନୁସାରେ ଗଙ୍ଗାଜଳ ପୂଜନୀୟ ଅଟେ । ସେଥିପାଇଁ ଏହାର ଆଖ ପାଖରେ ସବୁ ବେଳେ ପବିତ୍ରତା ରହିବା ଆବଶ୍ୟକ ।

ଗଙ୍ଗାଜଳକୁ ସବୁବେଳେ ଘରର ସଠିକ ଦିଗରେ ରଖିବା ଉଚିତ । ଗଙ୍ଗାଜଳକୁ ସବୁବେଳେ ଇଶାନ କୋଣରେ ରଖିବା ଉଚିତ । କାରଣ ଏହି ଦିଗ ଭଗବାନଙ୍କର ଦିଗ ଅଟେ । ଏହା ସହିତ ଏହି ଦିଗ ଧାର୍ମିକ କାର୍ଯ୍ୟ କରିବା ପାଇଁ ବି ଉଚିତ ଅଟେ ।

ସାଧାରଣତଃ ଲୋକମାନେ ଗଙ୍ଗାଜଳକୁ ପ୍ଲାଷ୍ଟିକ ଡବାରେ ରଖିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଗଙ୍ଗାଜଳକୁ କେବେ ବି ପ୍ଲାଷ୍ଟିକ ଡବା କିମ୍ବା ପ୍ଲାଷ୍ଟିକ ପାତ୍ରରେ ରଖିବା ଉଚିତ ନୁହେଁ  । ଏହି ପବିତ୍ର ଜଳକୁ ସବୁବେଳେ କୌଣସି ତମ୍ବା କିମ୍ବା ଚାନ୍ଦିର ପାତ୍ରରେ ରଖିବା ଉଚିତ । ନଚେତ ଅନ୍ୟ କୌଣସି ଧାତୁ ଦ୍ଵାରା ନିର୍ମିତ ପାତ୍ରରେ ରଖିବା ଉଚିତ ।

ଗଙ୍ଗାଜଳକୁ ଘରେ ରଖିବା ସମୟରେ ଏହି କଥା ପ୍ରତି ବି ଧ୍ୟାନ ରଖନ୍ତୁ କି ଏହାକୁ ଘରେ କେବେ ବି ଅନ୍ଧାର ହୋଇଥିବା ସ୍ଥାନରେ ରଖନ୍ତୁ ନାହିଁ । ଏହା ସହିତ ଘରର ନକରାତ୍ମକ ପ୍ରଭାବକୁ ଦୂର କରିବାକୁ ସବୁଦିନ ଗଙ୍ଗାଜଳକୁ ଘରେ ଛିଞ୍ଚନ୍ତୁ ।

ଶାସ୍ତ୍ର ଅନୁସାରେ ଗଙ୍ଗାଜଳକୁ କେବେ ବି ଅପରିଷ୍କାର ହାତରେ କିମ୍ବା ଅଇଁଠା ହାତରେ ଧରିବା ଉଚିତ ନୁହେଁ । ଗଙ୍ଗାଜଳକୁ ପ୍ରୟୋଗ କରିବା ପୂର୍ବରୁ ହାତକୁ ଭଲ ଭାବରେ ଧୋଇ ନେବା ଉଚିତ । ଏହା ପରେ ମାତା ଗଙ୍ଗାଙ୍କୁ ସ୍ମରଣ କରି ତାଙ୍କୁ ପ୍ରଣାମ କରି ଗଙ୍ଗାଜଳକୁ ପ୍ରୟୋଗ କରିବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।