ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଇଁଛ ଏକ ଏପରି ପ୍ରାଣୀ । ଜିଏକି ଧନ ବୃଦ୍ଧି କରିବା ତଥା ଘରେ ସୁଖ, ସମୃଦ୍ଧି ବଢାଇବାରେ ଭୂମିକା ନେଇଥାଏ । ତେବେ ସତସତିକିଆ ଜୀବନ୍ତ କଇଞ୍ଛ ଘରେ ଆଣି ଯତ୍ନ ସହକାରେ ରଖିବା ଅନେକ ଲୋକଙ୍କ ପାଖରେ ସମ୍ଭବପର ହୋଇନଥାଏ । ହେଲେ ବିଭିନ୍ନ ଧାତୁରୁ ପ୍ରସ୍ତୁତ କଇଞ୍ଛର ମୂର୍ତ୍ତି ଘର ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଧାତୁର କଇଞ୍ଛ କେଉଁ ସ୍ଥାନରେ ରଖିବା ଦ୍ଵାରା ମା’ ଲକ୍ଷ୍ମୀଙ୍କ କୃପା ଘର ଉପରେ ପଡିଥାଏ ।

ଘର, ଅଫିସ, ଦୋକାନ ଏଭଳି ସମସ୍ତ ସ୍ଥାନର ଉତ୍ତର ପୂର୍ବ କୋଣ ଅର୍ଥାତ ଐଶାନ୍ୟ କୋଣରେ ହିଁ କଇଁଛକୁ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ କଇଁଛର ମୁହଁକୁ ମଧ୍ୟ ଉତ୍ତର ପୂର୍ବ ମୁହଁ କରି ରଖିବା ଶୁଭ ବୋଲି ବିବେଚନା କରାଯାଇଥାଏ । ହେଲେ ଭୁଲରେ ସୁଦ୍ଧା ଘରର ମୁଖ୍ୟ କବାଟ ପଟକୁ କଇଁଛର ମୁହଁ କରି କେବେ ବି ରଖିବେ ନାହିଁ । ଏହା ଦ୍ଵାରା ଘରର ଉନ୍ନତି ବଦଳରେ ଓଲଟା ଅବନ୍ନତି ହେବାରେ ଆରମ୍ଭ ହୋଇଯାଇଥାଏ ।
କଇଞ୍ଛ ଯେକୌଣସି ଧାତୁର ହୋଇଥାଉ ନା କାହିଁକି ? ତାହାକୁ ଏକ ପାତ୍ରରେ ପାଣି ମଧ୍ୟରେ ପୁରାଇ ରଖିବେ, ଯେପରି କଇଁଛଟି ପଣି ମଧ୍ୟରେ ଅଳ୍ପ ବୁଡିକି ରହୁଥିବ । ହେଲେ ଏଥିପ୍ରତି ମଧ୍ୟ ଧ୍ୟାନ ରଖିବାକୁ ହେବ । ଏହା କି ଯେ କଇଞ୍ଛ ରଖିଥିବା ପାଣିକୁ ନିତ୍ୟ ପରିବର୍ତ୍ତନ କରୁଥିବେ । ହେଲେ ନିଜର ଶୟନ କକ୍ଷରେ ରଖୁଥିବା କଇଞ୍ଛକୁ ପାଣି ମଧ୍ୟରେ ନବୁଡାଇ ଶୁଖିଲା ସ୍ଥାନରେ ରଖିବେ । ଯେଉଁ ମାନେ ଧନ ପ୍ରାପ୍ତି ପ୍ରାପ୍ତି ପାଇଁ ଅର୍ଥାତ ନିଜର ଆର୍ଥିକ ଅବସ୍ଥାକୁ ଭଲ କରିବା ପାଇଁ କଇଞ୍ଛ ରଖିବାକୁ ଇଛା କରୁଥାନ୍ତି ।

ସେମାନେ କ୍ରିଷ୍ଟାଲ ଧାତୁର କଇଞ୍ଛକୁ ଆଣି ଏକ କ୍ରିଷ୍ଟାଲ ଧାତୁର ପାତ୍ରରେ କିଛି ପାଣି ଦେଇ ସେଝି କଇଁଛକୁ ରଖନ୍ତୁ । ତାହା ଆପଣ ନିଜର କାର୍ଯ୍ୟ କ୍ଷେତ୍ର ଯେପରିକି ଅଫିସ, ଦୋକାନ ବା ନିଜ ଘରର ସିନ୍ଧୁକ, ଆଲମାରୀ ଉପରେ ମଧ୍ୟ ରଖି ପାରିବେ । ଯଦି ବ୍ୟବସାୟରେ ଲାଗାତର କିଛି ଦିନ ହେବ । ଆଶାନୁଯାଇ ଲାଭ ମିଳୁନଥାଏ । ତେବେ ଏକ ମେଟାଲ ଧାତୁର କଇଁଛକୁ ଏକ ମେଟାଲ ଧାତୁର ପାତ୍ରରେ ପାଣି ଦେଇ ରଖନ୍ତୁ ।
ଘରେ ଏକ ମାଟିର କଇଁଛ ରଖିବା ଦ୍ଵାରା ଘରେ ପରିବାର ସଦସ୍ୟଙ୍କ ସ୍ଵାସ୍ଥବସ୍ତା ଭଲ ରହିଥାଏ । ଯେଉଁ ମାନେ ନୂଆ କରି ନିଜର ବ୍ୟବସାୟ ଆରମ୍ଭ କରୁଥାନ୍ତି । ସେମାନେ ଯଦି ଏକ ରୂପା ପାତ୍ରରେ କିଛି ପାଣି ଦେଇ ସେଥିରେ ରୂପାର ଏକ କଇଚ ରଖନ୍ତି । ତେବେ ଏହା ବ୍ୟବସାୟରେ ବ୍ୟକ୍ତିକୁ ଉନ୍ନତିର ମାର୍ଗକୁ ନେଇଯାଇଥାଏ।

ପିତ୍ତଳର କଇଞ୍ଛକୁ ପିତ୍ତଳର ପାତ୍ରରେ ପାଣି ଦେଇ ରଖିବା ଦ୍ଵାରା ବିଦ୍ୟାର୍ଥୀ ତଥା ଚାକିରୀ ପାଇଁ ପ୍ରାଥୀ ମାନଙ୍କ ପାଇଁ ଏହା ଫଳପ୍ରଦ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ