ନମସ୍କାର ବନ୍ଧୁଗଣ, ଘରର ସୁଖ ଶାନ୍ତି ହିଁ ମଣିଷକୁ ପ୍ରକୃତ ଶାନ୍ତି ଦେଇଥାଏ । ଘରର ମଧ୍ୟ କିଛି ନୀତି ନିୟମ ରହିଛି ଯାହାର ପାଳନ କରିବା ଫଳରେ ଘରକୁ ସୁଖ ଶାନ୍ତି, ସମୃଦ୍ଧି ଆସିଥାଏ । ତେବେ ଘରର ସବୁଠାରୁ ମୁଖ୍ୟ ହୋଇଥାଏ ଘରର ମୁଖ୍ୟଦ୍ଵାର । ତେଣୁ ଆପଣ ନିହାତି ଭାବରେ ଜାଣିବା ଦରକାର ଘରର ମୁଖ୍ୟଦ୍ଵାର ପାଖରେ କେଉଁ ଜିନିଷ ରଖିବା ଅନୁଚିତ ହୋଇଥାଏ । କାରଣ କିଛି ଜିନିଷ ଘର ପାଇଁ ବାସ୍ତୁ ଦୋଷ ସୃଷ୍ଟି କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ସମ୍ପର୍କରେ ।

ପ୍ରଥମ: ଆପଣ ନିଜ ଘରର ମୁଖ୍ୟାଦ୍ଵାର ପାଖରେ ଝାଡୁ ବିଲକୁଲ ମଧ୍ୟ ରଖିବା ଉଚିତ ହୋଇନଥାଏ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଝାଡୁ ସର୍ବଦା ଏଭଳି ସ୍ଥାନରେ ରଖିବା ଦରକାର ଯେଉଁଠାରେ କାହାର ମଧ୍ୟ ନଜର ପଡିନଥାଏ । ମୁଖ୍ୟ ଦ୍ଵାର ପାଖରେ ଝାଡୁ ରଖିବା ଦ୍ଵାରା ଘରେ ଧନର ଖର୍ଚ ବଢିଥାଏ ।
ଦିତୀୟ: ଆପଣ ନିଜ ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ଗଣେଶଙ୍କ ମୂର୍ତ୍ତି ନିହାତି ରଖନ୍ତୁ । ଗଣେଶଙ୍କ ମୂର୍ତ୍ତି ରଖିବା ଫଳରେ ଆପଣଙ୍କ ଘର ପ୍ରତି ଆସୁଥିବା ବିପଦରୁ ଗଣପତି ବାପା ଆପଣଙ୍କୁ ରକ୍ଷା କରିଥାନ୍ତି । ତୃତୀୟ: ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ଲେମ୍ବୁ ଏବଂ ଲଙ୍କା ନିହାତି ଟଙ୍ଗାଇବା ଉଚିତ । ଏହା କରିବା ଫଳରେ ଆପଣଙ୍କ ଘରେ ଲକ୍ଷ୍ମୀଙ୍କ ବଡ ଭଉଣୀ ଅଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିପାରନ୍ତି ନାହିଁ । ଅଲକ୍ଷ୍ମୀ ଘରକୁ ପ୍ରବେଶ କରିବା ଦ୍ଵାରା ଘରକୁ ଦାରିଦ୍ରତା ଆସିଥାଏ ।

ଚତୁର୍ଥ: ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ପାଣି ଟାଙ୍କି କିମ୍ବା ବିଜୁଳି ଖୁଣ୍ଟ ରହିବା ଉଚିତ୍ ହୋଇନଥାଏ ।ଏହା ଫଳରେ ଘରେ ବାସ କରୁଥିବା ଲୋକଙ୍କୁ ଅନେକ ହନ୍ତସନ୍ତ ହେବାକୁ ପଡିଥାଏ । ମୁଖ୍ୟଦ୍ଵାର ଦେଇ ସୂର୍ଯ୍ୟଲୋକ ଆପଣଙ୍କ ଘରକୁ ପ୍ରବେଶ କରୁଥିବା ଆପଣଙ୍କ ଶୁଭ ହୋଇଥାଏ ।
ପଞ୍ଚମ: ମୁଖ୍ୟଦ୍ଵାର ସାମ୍ନାରେ ଭିତର ପଟକୁ ଅନ୍ୟ କୌଣସି ମୁଖ୍ୟ ଦ୍ଵାର ରହିବା ଉଚିତ ହୋଇନଥାଏ । ମୁଖ୍ୟ ଦ୍ଵାର ସାମ୍ନାରେ ଆପଣଙ୍କ ଅନ୍ୟ ଘରର କବାଟ ରହିବା କୌଣସି କ୍ଷତି କରାଇନଥାଏ । ଷଷ୍ଠ: ଘରର ମୁଖ୍ୟଦ୍ଵାର ସର୍ବଦା କାଠରେ ତିଆରି ହେବା ଆବଶ୍ୟକ । ଏହା ଆପଣଙ୍କୁ ଶ୍ରେଷ୍ଠ ଫଳ ଦେଇଥାଏ । ଧ୍ୟାନ ରଖିବେ କି ଜେଭଳି ମୁଖ୍ୟଦ୍ଵାର ଘରର ଅନ୍ୟ ଦ୍ଵାର ଅପେକ୍ଷା ବଡ ହେବା ଆବଶ୍ୟକ । ବାସ୍ତୁ ଅନୁଯାୟୀ ଏହା ମହତ୍ବପୁର୍ଣ ଅଟେ ।

ସପ୍ତମ: ମୁଖ୍ୟଦ୍ଵାରରେ ଦୁଆର ବନ୍ଧ ରଖିବା ଆବଶ୍ୟକ । ଦୁଆର ବନ୍ଧ ଆପଣଙ୍କ ଘରକୁ ନକରାତ୍ମକ ଶକ୍ତିକୁ ଆସିବା ପାଇଁ ଅଟକାଇଥାଏ । ଦ୍ଵାରରେ ଦୁଆର ବନ୍ଧ ରଖିବା ଦ୍ଵାରା ମାନ ସମ୍ମାନ ବଢିଥାଏ । ମୁଖ୍ୟ ପର୍ବପର୍ବାଣିରେ ଦୁଆର ବନ୍ଧର ପୂଜା କରିବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।