ଘରର ମନ୍ଦିରରେ ଯଦି ଅଛି ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ତ କେବେ ବି ଭୁଲନ୍ତୁ ନାହିଁ ଏହି ୬ ଟି ଜିନିଷ !

ଶ୍ରୀ କୃଷ୍ଣଙ୍କୁ ପ୍ରେମର ଦେବତା ବୋଲି କୁହାଯାଏ । ଗ୍ରନ୍ଥରେ କୁହାଯାଏ କି ଶ୍ରୀ କୃଷ୍ଣଙ୍କର ବ୍ୟକ୍ତିତ୍ଵ ବହୁତ ସମ୍ମୋହିକ ଅଟେ । ସେ ହଳଦିଆ ଧୋତି ଧାରଣ କରନ୍ତି ଓ ତାଙ୍କର ମୁକୁଟରେ ମୟୂର ପର ଲଗାନ୍ତି । ଶ୍ରୀ କୃଷ୍ଣ ୬ ଟି ଜିନିଷକୁ ବହୁତ ଭଲ ପାଆନ୍ତି, ପ୍ରଥମ ହେଉଛି ବଂଶୀ ଯାହାକୁ ସେ ସବୁବେଳେ ନିଜର ଓଠରେ ଲଗାଇ ରଖନ୍ତି । ଦ୍ଵିତୀୟ ଗାଈ, ତୃତୀୟ ଲହୁଣୀ, ଚତୁର୍ଥ ମୟୂର ପର, ପଞ୍ଚମ ପଦ୍ମ ଓ ଷଷ୍ଠ ବଜୟନ୍ତୀ ମାଳା ।

Image courtesy: Google

ଏହି ୬ଟି ଜିନିଷ ଶ୍ରୀ କୃଷ୍ଣଙ୍କର ବହୁତ ପ୍ରିୟ ଅଟେ । ସେଥିପାଇଁ ଯିଏ ବି ଶ୍ରୀ କୃଷ୍ଣଙ୍କୁ ଏହି ଜିନିଷ ଅର୍ପଣ କରିଥାଏ ତାହାର ଘରେ ସବୁବେଳେ ସୁଖ ସମୃଦ୍ଧି ଓ ଐଶ୍ୱର୍ୟ ରହିଥାଏ । ଆସନ୍ତୁ ଜାଣିବା ଶ୍ରୀ କୃଷ୍ଣଙ୍କର ପ୍ରିୟ ୬ ଟି ଜିନିଷ ବିଷୟରେ…..

ମୁରଲୀ ବା ବାଂସୁରୀ

Image courtesy: Google

କୃଷ୍ଣଙ୍କୁ ବାଂସୁରୀ ବହୁତ ପସନ୍ଦ ଅଟେ । ବାଂସୁରୀ ତିନୋଟି କଥା ଆମକୁ ଶିଖାଇଥାଏ । ପ୍ରଥମେ ଏହା ସିଧା ହୋଇଥାଏ ଏଥିରେ କୌଣସି ପ୍ରକାରର ଗଣ୍ଠି ନଥାଏ ଯାହା ଆମକୁ ସଂକେତ ଦେଇଥାଏ କି ନିଜ ଭିତରେ କୌଣସି ପ୍ରକାରର ଖରାପ ଭାବନା ରଖିବା ଉଚିତ ନୁହେଁ । ଦ୍ବିତୀୟରେ ନ ବଜାଇଲେ ତାହା ବାଜେ ନାହିଁ ଅର୍ଥାତ ଯେତେବେଳ ପର୍ଯ୍ୟନ୍ତ ନ କୁହାଯାଇଛି ସେତେବେଳ ପର୍ଯ୍ୟନ୍ତ କହିବା ଉଚିତ ନୁହେଁ ।

ତୃତୀୟ ଯେତେବେଳେ ଏହା ବାଜେ ଏହା ମଧୁର ବାଜିଥାଏ । ଏହାର ଅର୍ଥ ଯେତେବେଳେ ବି କୁହ ମିଠା କଥା କୁହ ।

ଗାଈ

Image courtesy: Google

କୁହନ୍ତି କି ଗାଈଙ୍କର ଶରୀରରେ ୩୩ କୋଟି ଦେବତା ବାସ କରନ୍ତି । ଗାଈ ଶ୍ରୀ କୃଷ୍ଣଙ୍କର ଅତିପ୍ରିୟ ଅଟନ୍ତି । ଗାଈ ଦ୍ଵାରା ପ୍ରାପ୍ତ ମୁତ୍ର, ଗୋବର, କ୍ଷୀର ଓ ଘିଅ ଇତ୍ୟାଦିର ବହୁତ ମହତ୍ଵ ଅଛି । ମାନ୍ୟତା ଅନୁସାରେ ଏହାକୁ ସେବନ କରିବା ଦ୍ଵାରା ଶରୀରରେ ପାପ ରୁହେ ନାହିଁ । ଏହା ସହିତ ଘରର ମନ୍ଦିରରେ କୃଷ୍ଣଙ୍କ ପାଖରେ ଗାଈ ସହିତ ବାଛୁରି ବି ରଖିବା ଉଚିତ ।

ମୟୂର ପର

Image courtesy: Google

ମୟୂର ପର ଦେଖିବାକୁ ବହୁତ ସୁନ୍ଦର ହୋଇଥିବାରୁ ଏହାକୁ ସମ୍ମୋହନର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ସେଥିପାଇଁ ଶ୍ରୀ କୃଷ୍ଣ ମୁଣ୍ଡରେ ମୟୂର ପର ଧାରଣ କରିଥାନ୍ତି । ମୟୂର ପରର ଗଭୀର ରଙ୍ଗକୁ ଦୁଃଖ ଓ କଷ୍ଟ, ହାଲକା ରଙ୍ଗକୁ ସୁଖ ଶାନ୍ତି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ ।

ପଦ୍ମ

Image courtesy: Google

ପଦ୍ମ ପଙ୍କରେ ହିଁ ଫୁଠିଥାଏ ଓ ସେଥିରୁ ହିଁ ପୋଷଣ ନେଇଥାଏ, କିନ୍ତୁ ଏହା ସବୁବେଳେ ପଙ୍କରୁ ଅଲଗା ହୋଇ ରହିଥାଏ । ସେଥିପାଇଁ ପଦ୍ମକୁ ପବିତ୍ରତାର ପ୍ରତୀକ ବୋଲି କୁହାଯାଏ । ଏହାର ସୁନ୍ଦରତା ଓ ସୁଗନ୍ଧ ସମସ୍ତଙ୍କର ମନକୁ ମୋହି ନେଇଥାଏ । ଏହା ସହିତ ପଦ୍ମ ଏହା ସଂକେତ ଦେଇଥାଏ କି ଆମ୍ଭମାନଙ୍କୁ କେମିତି ନିଜର ଜୀବନ ବିତାଇବା ଦରକାର ।

ମିଶ୍ରି ଲହୁଣୀ

Image courtesy: Google

କାହ୍ନାଙ୍କୁ ଲହୁଣୀ ମିଶ୍ରି ବହୁତ ଭଲ ଲାଗେ । ମିଶ୍ରି ଲହୁଣିରେ ମିଶାଇବା ଦ୍ଵାରା ଏହା ଲହୁଣୀକୁ ଆହୁରି ସ୍ଵାଦିଷ୍ଟ କରିଥାଏ । ମିଶ୍ରି ଯୁକ୍ତ ଲହୁଣୀ ଜୀବନ ଓ ବ୍ୟବହାରରେ ପ୍ରେମକୁ ଆପଣାଇବା ପାଇଁ ସନ୍ଦେଶ ଦେଇଥାଏ ।

ବଜୟନ୍ତୀ ମାଲା

Image courtesy: Google

ଭଗବାନଙ୍କ ବେକରେ ବଜୟନ୍ତୀ ମାଳା ଥିବା ଦରକାର ଯାହା ପଦ୍ମର ମଞ୍ଜିରୁ ହିଁ ତିଆରି ହୋଇଥିବ । କହିବାକୁ ଗଲେ ପଦ୍ମର ମଞ୍ଜି ଭାଙ୍ଗେ ନାହିଁ, ପଚିଯାଏ ନାହିଁ ଓ ସବୁବେଳେ ଚମକୁ ଥାଏ । ଏହାର ଅର୍ଥ ବଞ୍ଚିଥିବା ପର୍ଯ୍ୟନ୍ତ ସବୁବେଳେ ପ୍ରସନ୍ନ ରହିବା ଉଚିତ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।