କରୋନା କବଳରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ୪୨ ଦିନ ହେବ ଘରକୁ ଯାଇ ନାହାନ୍ତି

ଚୀନ ରୁ ଆସିଥିବା ଏହି ଭାଇରସ ଦ୍ଵାରା ପୁରା ଦୁନିଆ ଭୟଭୀତ ଅଛି । ପୁରା ଦୁନିଆର କଥା କହିବା ତ ଏହି ବଡ ମହାମାରୀ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ହଜାରରୁ ବି ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମଣର ୮୬୩ଟି ମାମଲା ପୃଷ୍ଟି ହୋଇ ସାରିଛି । ଯେଉଁଥିରେ ୨୦ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏମିତିରେ ଏହି ଭୟାଭୟ ପରିସ୍ଥିତିରେ କିଛି ଲୋକମାନେ ଏମିତି ବି ଅଛନ୍ତି ଯେଉଁମାନେ ଏହାକୁ ସାମ୍ନା କରି ନିଜର ଧର୍ମ ପାଳନ କରୁଛନ୍ତି ।

ଏମାନଙ୍କ ମଧ୍ୟରୁ କିଛି ଲୋକମାନେ ଏମିତି ବି ଅଛନ୍ତି ଯେଉଁମାନେ ଏକ ମାସରୁ ଅଧିକ ସମୟ ହେବ ନିଜ ଘରକୁ ଯାଇ ନାହାନ୍ତି । ନିଜର ମାତା, ପିତା, ପତ୍ନୀ ଓ ପିଲାମାନଙ୍କ ସହ ବି ମିଶି ନାହାନ୍ତି । ସେବା ଭାବନା ରଖୁଥିବା ଏହି ଲୋକମାନଙ୍କୁ ଆମର ସ୍ୟାଲୁଟ ।

କିଂଗ ଜାର୍ଜ ମେଡିକାଲ ୟୁନିବର୍ସିଟୀ (କେଜୀଏମୟୁ)ର ବୀଏସଏଲ ଥ୍ରୀ-ଲ୍ୟାବ ରିସର୍ଚ ସାଇଂଟିସ୍ଟ ଓ ଟେକ୍ନୀସିୟାନ ଦିନେ ଦୁଇ ଦିନ ନୁହେଁ ବରଂ ୪୨ ଦିନ ହେବ ଘରକୁ ଯାଇ ନାହାନ୍ତି । କହିବାକୁ ଗଲେ କରୋନାର ଯୁଦ୍ଧରେ ଏମାନେ ଅସଲ ହିରୋ ଅଟନ୍ତି । ଆସନ୍ତୁ ଏମାନଙ୍କ ବିଷୟରେ ଆମେ ଆପଣଙ୍କୁ କହିଦେଉଛୁ । ଏମାନେ ଅଟନ୍ତି ଡା. ଶାନ୍ତନୁ ପ୍ରକାଶ, ଡା. ବୃଜନାଥ ତିବାରୀ, ଡା. ଅନିଲ କୁମାର, ରିଚା ମିଶ୍ର, ଦାନିଶ ଖାନ, ଓମ ପ୍ରକାଶ, ଅଜୟ ପାଂଡେ ଓ କମଲେଶ କୁମାର ।

ଏମାନଙ୍କ ମଧ୍ୟରୁ କେହି ବି ୪୨ ଦିନ ହେବ ନିଜର ମାତା ପିତା, ପତ୍ନୀ ଓ ପିଲାମାନଙ୍କ ସହିତ ଦେଖା କରି ନାହାନ୍ତି । ଏମାନଙ୍କ ମଧ୍ୟରୁ କେହି ବି ରବିବାର କିମ୍ବା ହୋଲିରେ ବି ଛୁଟି ନେଇ ନାହାନ୍ତି । ସେମାନଙ୍କର କହିବା ଅଟେ କି ବର୍ତ୍ତମାନ ଆମ୍ଭେମାନେ ସେହି ଦିନ ହିଁ ହୋଲି ଖେଳିବୁ ଓ ଇଦ ପାଳନ କରିବୁ ଯେଉଁ ଦିନ ଆମେ ଏହି କରୋନାର ଯୁଦ୍ଧକୁ ଜିତିବୁ ।

କେଜୀଏମୟୁରେ ଫେବୃୟାରୀର ପ୍ରଥମ ସପ୍ତାହରେ ହିଁ ବୀଏସଏଲ ଥ୍ରୀ ଲ୍ୟାବ ଆରମ୍ଭ ହୋଇଥିଲା । ଆପଣଙ୍କୁ କହିଦେଉଛୁ କି ଏହି ଲ୍ୟାବ ମଧ୍ୟରେ ପବନ ଠାରୁ ନେଇ ପାଣି ପୂରାପୂରି ସଫା ହୋଇ ଯାଇଥାଏ । କାରଣ ଅଳ୍ପ ଅସାବଧାନତା ଦ୍ଵାରା ସାରା ସହରରେ ଭାଇରସ ବ୍ୟାପିପାରେ । ଏହା ଛଡା କରୋନା ଭାଇରସର ଯାଞ୍ଚ ବହୁତ ସାବଧାନ ହୋଇ କରିବାକୁ ପଡେ । ଆପଣଙ୍କୁ କହିଦେଉଛୁ କି ୨୪ ଘଣ୍ଟା ଏହି ଲ୍ୟାବରେ କାରଜ୍ଯ ଚାଲିଛି ।

ଏହି ସ୍ଥାନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୫୦ଟି ସାମ୍ପଲ ଟେସ୍ଟ ହୋଇ ସାରିଛି । ଏହି ଭୟଙ୍କର ଭାଇରସର ଯାଞ୍ଚ କରିବା ପାଇଁ ରିସର୍ଚ ସାଇଂଟିସ୍ଟ, ଲ୍ୟାବ ଟେକ୍ନୀସିୟାନ, ଲ୍ୟାବ ଆଟେନ୍ଡାନ୍ଟ ୪୨ ଦିନ ପର୍ଯ୍ୟନ୍ତ ଘରକୁ ଯାଇ ନାହାନ୍ତି କାରଣ ଅଳ୍ପ ଅସାବଧାନତା ତାଙ୍କ ଘରର ଅନ୍ୟ ଲୋକମାନଙ୍କୁ ବି ସଂକ୍ରମଣ କରିପାରେ ।