ବାରମ୍ବାର କମ୍ ଗ୍ଯାସ ଥିବା ସିଲିଣ୍ଡର ଘରକୁ ଆସୁଛି କି ? ଆପଣଙ୍କ ପାଇଁ ଖୁସି ଖବର ! ଏଥର ଘରକୁ ଆସିବ QR Code ବାଲା ସିଲିଣ୍ଡର, ମିଳିବ ଏହି ସବୁ ସୁବିଧା…

ଏଲପିଜି ଗ୍ଯାସ ସିଲିଣ୍ଡର ଯଦି ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ରୋଷେଇ ଗ୍ଯାସ ସିଲିଣ୍ଡରକୁ ନେଇ ବଡ ପଦକ୍ଷେପ ନେଲେ କେନ୍ଦ୍ର ସରକାର । ଏଥର ଘରକୁ ଆସିବ କ୍ୟୁଆର କୋଡ ବିଶିଷ୍ଟ ଏଲପିଜି ସିଲିଣ୍ଡର । ଫଳରେ ଉପଭୋକ୍ତାଙ୍କୁ ଏଥିରୁ ଅନେକ ଫାଇଦା ମିଳିବ । ଅନେକ ଥର ଆପଣ ଏଭଳି ପରିସ୍ଥିତିର ସାମ୍ନା କରୁଥିବେ ଯେବେ ଆପଣଙ୍କୁ ମିଳୁଥିବା ଗ୍ଯାସ ସିଲିଣ୍ଡରରେ ଗ୍ଯାସ କମ୍ ଥାଏ । ତେବେ ଏବେ ଠାରୁ ଆଉ ଆପଣଙ୍କ ଗ୍ଯାସ ଚୋରୀ ହୋଇପାରିବ ନାହିଁ ।

ଏଥିପାଇଁ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଏବେଠୁ ଆପଣଙ୍କ ଘରକୁ କ୍ୟୁଆର କୋଡ ଥିବା ସିଲିଣ୍ଡର ଆସିବ । ଏଭଳି ହେବା ଦ୍ଵାରା ଗ୍ଯାସ ଚୋରୀ କରୁଥିବା ଲୋକଙ୍କୁ ସହଜରେ ଟ୍ରାକ କରା ଯାଇପାରିବ । କାରଣ ସରକାରଙ୍କ ଏହି ବ୍ୟବସ୍ଥା ଦ୍ଵାରା ଏଲପିଜି ଗ୍ଯାସ ସିଲିଣ୍ଡରରୁ ଗ୍ଯାସ ଚୋରୀ କରୁଥିବା ଲୋକମାନେ ନିଶ୍ଚୟ ଭୟ କରିବେ ଓ ଚୋରୀ କରିବା ପୂର୍ବରୁ ନିହାତି ଭାବେ ଭଲରେ ଚିନ୍ତା କରିବେ । ଆଉ ଏହାର ସବୁଠୁ ବଡ ଫାଇଦା ମିଳିବ ସାଧାରଣ ଲୋକ ତଥା ଉପଭୋକ୍ତାଙ୍କୁ ।

କାରଣ ଗ୍ଯାସ ଚୋରୀ ଉପରେ ଲଗାମ ଲାଗିବା ପରେ ପୁରା ଗ୍ଯାସ ବାବଦକୁ ଆପଣ ଟଙ୍କା ଦେବେ । ଯଦି କୌଣସି ଡେଲିଭେରି ବୟ ଆପଣଙ୍କ ଘରେ ଗ୍ଯାସ ପହଞ୍ଚାଇବା ପୂର୍ବରୁ ଗ୍ଯାସ ବାହାର କରି ଦେଉଥାଏ ତେବେ ଆପଣ ତାହାର ଚୋରୀକୁ ଧରିପାରିବେ । ପୂର୍ବରୁ ଏହା ଅସମ୍ଭବ ଥିବାବେଳେ ଏବେ ଏହି ଗ୍ଯାସ ଚୋରୀକୁ ରୋକା ଯାଇପାରିବ । କ୍ୟୁଆର କୋଡ ଥିବା ସିଲିଣ୍ଡରରୁ ଜଣା ପଡିଯିବ ଯେ ସିଲିଣ୍ଡର କେତେ ଥର ଫିଲିଙ୍ଗ ହୋଇଛି ।

କେଉଁ ଡିଲର ପାଖରୁ କେଉଁ ଲୋକଙ୍କ ପାଖରେ ଏହା ପହଞ୍ଚିଛି ଏହାର ରେକର୍ଡ ମଧ୍ୟ ରହିବ । ସିଲିଣ୍ଡରରେ ଗ୍ଯାସ କମ୍ ରହୁଥିବା ବାରମ୍ବାର ଅଭିଯୋଗ ଆସିବା ପରେ ଚୋରଙ୍କ ଉପରେ କଟକଣା ଲଗାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ସୂଚନା ଅନୁସାରେ ସମସ୍ତ ଗ୍ଯାସ ସିଲିଣ୍ଡରରେ ଏହି ବ୍ୟବସ୍ଥା ଲାଗୁ କରାଯିବା ପାଇଁ କିଛି ମାସର ସମୟ ଲାଗିବ । ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ସରକାର ସବୁ ଏଲପିଜି ଗ୍ଯାସ ସିଲିଣ୍ଡରରେ କ୍ୟୁଆର କୋଡ ଲଗାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଏହାଦ୍ବାରା ଗ୍ଯାସ ସିଲିଣ୍ଡରକୁ ଟ୍ରାକ କରିବା ସହଜ ହେବ ଓ ଚୋରୀ କରୁଥିବା ବ୍ୟକ୍ତିଙ୍କୁ ସହଜରେ ଧରା ଯାଇପାରିବ । ଆସନ୍ତା 2023 ଫେବୃୟାରୀ ମାସରୁ ଆପଣଙ୍କ ଘରକୁ କ୍ୟୁଆର କୋଡ ଥିବା ନୂଆ ଗ୍ଯାସ ସିଲିଣ୍ଡର ଆସିବ । ଆପଣ ଯେତିକି ପରିମାଣର ଗ୍ଯାସ ପାଇଁ ଟଙ୍କା ଦେଉଛନ୍ତି ସେତିକି ପରିମାଣର ଗ୍ଯାସ ଆପଣ ପାଇବେ । ଆପ୍ମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।