Ajira Anuchinta- ଘର ଉପରେ ପତାକା ଲଗାଇଲେ କଣ ହୋଇଥାଏ ? ଏହା ସହିତ ପଢନ୍ତୁ ଆହୁରି 10 ଟି Anuchinta

ବନ୍ଧୁଗଣ ଆଜି ଆପଣ ମାନଙ୍କୁ କିଛି ନୀତିବାଣୀ ବା ଉପଦେଶ ବିଷୟରେ କହିବାକୁ ଯାଉଛୁ ଯାହା ଆମର ନୀତି ଦିନିଆ ଜୀବରେ ବହୁତ କାମରେ ଆସିଥାଏ । ଏମିତି କିଛି ନୀତିବାଣୀ ରହିଛି ଯାହାର ପାଳନ କରିଲେ ଆମ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହି ସବୁ ନୀତିବାଣୀ ପୂର୍ବ କାଳରୁ କୁହାଯାଇଛି ଯାହାର ବିଶେଷ ମହତ୍ଵ ରହିଛି । ତେବେ ଆସନ୍ତୁ ଜାଣିବା ସେହି ସବୁ ନୀତିବାଣୀ ଗୁଡିକ କଣ ରହିଛି ।

୧- ଯଦି ଘରର ପାଣିକଳ ବାହାର କରିବାକୁ ଚାହୁଁଥାନ୍ତି ତେବେ ଉତ୍ତର ବା ପୂର୍ବ ଦିଗରେ ରହିବା ଉଚିତ । ନଚେତ ଅଯଥା ଖର୍ଚ୍ଚ ଭାର ବଢିଥାଏ । ଘରେ ଟଙ୍କା ରଖୁଥିବା ତିଜୋରିର ମୁହଁ ଉତ୍ତର ଦିଗକୁ ହେଲେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ୨- ଘରର ତୁଳସୀ ଗଛ ସୁଖିବା ଦ୍ଵାରା ଅର୍ଥ ସମସ୍ଯା ଦେଖା ଯାଇଥାଏ । ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଦ୍ଵାରା ଅଶୁଭ ହୋଇଥାଏ । ଘରେ ଗାଡି ପାର୍କିଂ ପାଇଁ ଡାଖିବା ବା ଉତ୍ତର-ପଶ୍ଚିମ ଦିଗ ଶୁଭ ହୋଇଥାଏ ।

୩- ଘରର ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ସୂର୍ଯ୍ୟମୁଖ୍ୟ ଫୋଟୋ ଲଗାଇବା ଉଚିତ । ଘରର ଛାତ ଉପରେ ବା ଶିଡିଘରେ ଅଳିଆ ଆବର୍ଜନା ରଖିଲେ ଅଶୁଭ ହୋଇଥାଏ । ଘର ତିଆରି ସମୟରେ ପୁରୁଣା ଇଟା ବା କାଚ ବ୍ୟବହାର କରିଲେ ଅମଙ୍ଗଳ ହୋଇଥାଏ ।

୪- ଘରେ ଆର୍ଥିକ ସମସ୍ଯା ଲାଗି ରହିଥିଲେ ଉତ୍ତର ଦିଗରେ ମା ଲକ୍ଷ୍ମୀ ଓ କୁବେରଙ୍କ ଫୋଟୋ ଲଗାଇଲେ ଏହା ଦୂର ହୋଇଥାଏ । ଘରର ଉତ୍ତର-ପୂର୍ବ ଓ ଦକ୍ଷିଣ ଦିନରେ ପ୍ରକୃତିର ଫୋଟୋ ଲଗାଇଲେ ଶୁଭ ହୋଇଥାଏ ।

୫- ମଙ୍ଗଳବାର ଦିନ ଭୁଲରେ ବି ଆମିଷ ବା ମଦ୍ୟପାନ କରିବା ଅନୁଚିତ । ଏହା ଦ୍ଵାରା ଜୀବନରେ ନାକାରାତ୍ମକ ପ୍ରଭାବ ପଡିଥାଏ । ଏହି ଦିନ ଦାଢି ବା ନଖ କାଟିବା ଅନୁଚିତ । ଏହି ଦିନ ଧାରୁଆ ଜିନିଷ କିଣିବା ଦ୍ଵାରା ଘରେ କଳହ ଦେଖାଯାଏ ।

୬- ମଙ୍ଗଳବାର ଦିନ କଳା ବସ୍ତ୍ର ନ ପିନ୍ଧି ନାଲି ବସ୍ତ୍ର ଧାରଣ କରିବା ଉଚିତ । ଏହି ଦିନ ଟଙ୍କା ଉଧାର ଦେବା ଅନୁଚିତ । ଡାହାଣ ହାତର ଅନାମିକା ହାତରେ ସୁନା ମୁଦି ଧାରଣ କରିଲେ ଲକ୍ଷ୍ୟ ହାସଲ ହୋଇଥାଏ । ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ୫ମିନିଟ ହାତ ଯୋଡିଲେ କାର୍ଯ୍ୟ ସଫଳ ହୋଇଥାଏ ।

୭- ଘରର ପୂର୍ବ ଦିଗରେ ସୂର୍ଯ୍ୟମୁଖ୍ୟ ଫୁଲ ରଖିଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ରୋଷେଇ ଘରକୁ ଭୁଲରେ ବି ଚପଲ ମାଡି ଯିବା ଅନୁଚିତ । ଘରର ମୁଖ୍ୟ ଦ୍ଵାରା କେବେ ବି ଲୁହାର କରିବା ଅନୁଚିତ । ଘରର କବାଟ ଖୋଲିବା ବା ବନ୍ଦ କରିବା ସମୟରେ ଶବ୍ଦ ହେଲେ ଘରେ ଅସାନ୍ତି ଦେଖାଯାଏ ।

୮- ଘର ଉପରେ ବାୟବ କୋଣରେ ଗେରୁଆ ରଙ୍ଗର ପତାକା ଲଗାଇଲେ ଶୁଭ ହୋଇଥାଏ । ପତାକାରେ ଓମ ଲେଖି ଘରର ଛାତ ଉପରେ ଲଗାଇଲେ ରୋଗ, ଶୋକ ଦୂର ହୋଇଥାଏ । ଏହା ସହ ଯଶ, ବୃଦ୍ଧି ପ୍ରାପ୍ତ ହୋଇଥାଏ ।