ଆଖି ଆଗରେ ଘର ଉପରେ ଚଢିଲା ବୁଲଡୋଜର, ରାସ୍ତାକଡରେ ଛାତି ପିଟି କାନ୍ଦୁଛନ୍ତି ବସ୍ତି ବାସିନ୍ଦା, ଦେଖନ୍ତୁ Video

ବିଭିନ୍ନ ସମୟରେ ବସ୍ତି ଉଚ୍ଛେଦ ଘଟଣା ସାମ୍ନାକୁ ଆସିଛି । ବସ୍ତିବାସିନ୍ଦାଙ୍କୁ ସରକାର ଥଇଥାନ ସ୍ଥାନ ଯୋଗାଇ ଦେବା ସହ ଅନେକ ସମୟରେ ବସ୍ତି ଉଚ୍ଛେଦ ଘଟଣାକୁ ନେଇ ଉତ୍ତେଜନା ମଧ୍ୟ ଦେଖା ଦେଇଛି । ଅନେକ ଦିନ ଧରି ମୁଣ୍ଡ ଗୁଞ୍ଜିଥିବା ଘରକୁ ଭାଙ୍ଗିବାର ଦେଖି ଲୋକ ବିରୋଧ କରନ୍ତି । ଏହିପରି ଏକ ଘଟଣା ଏବେ ଯାଜପୁର ଅଞ୍ଚଳରୁ ସାମ୍ନାକୁ ଆସିଛି । ବସ୍ତି ଉଚ୍ଛେଦ ସମୟର ଏହି ଦୃଶ୍ୟ ଦେଖିଲେ କେହି ବିନ କାନ୍ଦି ପକାଇବେ । ଉକ୍ତ ବସ୍ତି ବାସିନ୍ଦା ମାନଙ୍କୁ ଘର ଛାଡିବା ପାଇଁ ପୂର୍ବରୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ଦେଇଥିବା ସମୟ ଠାରୁ ପୂର୍ବରୁ ଘରଦ୍ଵାର ଭାଙ୍ଗିବାକୁ ପହଞ୍ଚି ଯାଇଥିଲେ ପ୍ରଶାସନ । ଯାହାଫଳରେ ବସ୍ତି ବାସିନ୍ଦା ମାନଙ୍କୁ ଥଇଥାନ ପାଇଁ ଘର ମିଳି ପାରି ନାହିଁ । ସେମାନଙ୍କ ଆଖି ଆଗରେ ସେମାନଙ୍କ ଘର ଭାଙ୍ଗି ଦିଆଯାଇଛି ଓ କେଇ ମୂହୁର୍ତ୍ତରେ ସେମାନଙ୍କ ମୁଣ୍ଡ ଉପରୁ ଛାତ ହଟିଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ବସ୍ତି ବାସିନ୍ଦା ଛାତି ପିଟି କାନ୍ଦୁଛନ୍ତି । ଘରେ ବଢିଲା ଝିଅ ଓ ପୁଅମାନେ ଥିବା ବେଳେ ଘରର ସ୍ତ୍ରୀମାନେ ମଧ୍ୟ ଏବେ ଦାଣ୍ଡରେ ବସିଛନ୍ତି ।

କେଉଁଆଡେ ଯିବେ କଣ କରିବେ କିଛି ବୁଦ୍ଧି ବାଟ ଦିଶୁନାହିଁ । ବସ୍ତି ବାସିନ୍ଦାଙ୍କ ଥଇଥାନ ବ୍ୟବସ୍ଥା ପାଇଁ ଅନେକ ପ୍ରତିଶ୍ରୁତି ମିଳିଛି, କିନ୍ତୁ ସେମାନଙ୍କ ପାଇଁ ସେସବୁ କାର୍ଯ୍ୟକାରୀ ହୋଇ ପାରିନାହିଁ । ସରକାର ପ୍ରଥମେ ସେମାନଙ୍କ ଥଇଥାନ ବ୍ୟବସ୍ଥା ନକରି ସେମାନଙ୍କ ମୁଣ୍ଡ ଗୁଞ୍ଜିବା ସ୍ଥାନ କିପରି ଭାଙ୍ଗି ଦେଲେ ସେମାନେ ଅଭିଯୋଗ କରିଛନ୍ତି ।

ରାସ୍ତା ଉପରେ ମୁଣ୍ଡ ପିଟି କାନ୍ଦିବା ଛଡା ସେମାନଙ୍କ ପାଖରେ ଆଉ କିଛି ଉପାୟ ନାହିଁ । ଅସହ୍ୟ ଖରାତାତି ବେଳେ ଯଦି ରହିବା ପାଇଁ ଘର ଗୋଟିଏ ନଥିବ ତେବେ କେମିତି ଅନୁଭବ ହେଉଥିବ ଆପଣ ଥରେ ଭାବି ଦେଖନ୍ତୁ । ଅଖିଆ ଅପିଆ ଖରା ଗରମରେ ରାସ୍ତାକଡରେ ଛାତି ପିଟି କାନ୍ଦୁଛନ୍ତି ଏହି ବସ୍ତି ବାସିନ୍ଦା ମାନେ । ସେମାନଙ୍କ ଲୁହ ପୋଛିବା ପାଇଁ କେହି ନାହିଁ ।

ରାଗରେ ଯାହା ମନକୁ ଆସିଲା କହି ପକାଉଛନ୍ତି ଓ ତା’ପରେ ବିକଳ ହୋଇ କାନ୍ଦୁଛନ୍ତି । ଗଣମାଧ୍ୟମ ଜରିଆରେ ସେମାନେ ନିଜ ଦୁଃଖ ଦୁନିଆକୁ ଦେଖାଇଛନ୍ତି । ଆମେ ଆଶା କରୁଛୁ ପ୍ରଶାସନ ସେମାନଙ୍କ ଥଇଥାନ ବ୍ୟବସ୍ଥା ଯଥାଶୀଘ୍ର କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।