ଘରର ସମସ୍ତ ଅଶାନ୍ତି କୁ ଦୂର କରି ସୁଖ ଶାନ୍ତି ବୃଦ୍ଧି କରିବେ କିପରି ? ପଢନ୍ତୁ ଆଜିର 20 + Anuchinta

ପ୍ରତେକ ମଣିଷର ଜୀବନରେ କିଛି ନା କିଛି ସମସ୍ଯା ରହିଥାଏ । କେବେ ସୁଖ ତ ଆଉ କେବେ ଦୁଖ ଲାଗି ରହିଥାଏ । ଯାହାର କିଛି ସମାଧାନ ମଧ୍ୟ ରହିଥାଏ । ସେଥି ପାଇଁ ନିଜ ଜୀବନର ସମସ୍ୟାକୁ ଦୂର କରିବା ପାଇଁ ପ୍ରତେକ ମଣିଷକୁ କିଛି ନା କିଛି ଉପଚାର କରିବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଟିପ୍ସ ଦେବାକୁ ଯାଉଛୁ ଯାହା କରିଲେ ଆପଣ ଜୀବନରେ ସୁଖସମୃଦ୍ଧିର ଆଗମନ ହୋଇ ପାରିବ ।

ଘରର ସୁଖଶାନ୍ତିକୁ ବଜାୟ ରଖିବା ପାଇଁ  ଆପଣ ବ୍ୟବହାର କରୁଥିବା ଝାଡୁକୁ ଠିଆକରି ରଖନ୍ତୁ ନାହି । ଏହା ସହ ଝାଡୁକୁ କେବେବି ଗୋଇଠା ମରନ୍ତୁ ନାହି । ଆପଣ ଯେଉଁ ଘରେ ଶୋଇଥିବେ ସେହି ଘରେ ଦର୍ପଣ ରଖନ୍ତୁ ନାହି । ଆପଣ ଯେଉଁ ଘରେ ଶୋଉଥିବେ ସେହି ଘରର ଖଟ ଉପରେ କେବେ ବି ବସିକି ଖାଆନ୍ତୁ ନାହି । ଏହା କରିବା ଦ୍ଵାରା ଘରେ ଦରିଦ୍ରତା ଦେଖାଯାଏ ।

ଘରର ମୁଖ୍ୟ ଦ୍ଵାରରେ କେବେବି ଚପଲ ବା ଜୋତା ରଖନ୍ତୁ ନାହି । ଆପଣ ଘରେ କରୁଥିବା ପ୍ରଥମ ରୋଟିକୁ ଗାଈକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଘରେ ସୁଖସମୃଦ୍ଧି ଆସିଥାଏ । ଘରେ ସୁଖସାନ୍ତି ବଜାୟ ରହିବା ପାଇଁ ମୁଖ୍ୟଦ୍ବାରର ଡାହାଣ ପାଖରେ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ । ଘରର ଦକ୍ଷିଣ ଦିଗରେ କମଳା ବା ଗୋଲାପି ରଙ୍ଗ କରିଲେ ଅଯଥା ଖର୍ଚ୍ଚ ହୁଏ ନାହି ।

ଘରେ କେବେବି ଧୁଳି ଜମିବାକୁ ଦିଅନ୍ତୁ ନାହି ଓ କବାଟ ଖୋଲିବା ସମୟରେ ଯେପରି ଶବ୍ଦ ନ ହୁଏ ସେଥିପ୍ରତି ଧ୍ୟାନ ଦେବେ। ଏହାଦ୍ଵାରା ଅଶାନ୍ତି ସୃଷ୍ଟି ହୋଇଥାଏ । ପୂଜା ଘରେ କେବେବି ଧୂପ,ଦୀପ ଲିଭାଇବା ଉଚିତ ନୁହେ । ଘରେ ବାସ୍ତୁଦୋଷ ଦୂର କରିବା ପାଇଁ ତୁଳସୀ ଗଛ ଲଗାଇବା ଉଚିତ । ପାଣିରେ ଲୁଣ ପକାଇ ଘରେ ପୋଛିଲେ ଘରକୁ ସୁଖଶାନ୍ତି ଆସିଥାଏ ।

ଘରେ ଧଳା ରଙ୍ଗର ଗଣେଶ ମୂର୍ତ୍ତି ରଖିଲେ କଳହ ହୋଇନଥାଏ । ରୋଷେଇ ଘରେ ଖିଇବା ପ୍ରସ୍ତୁତ କରିବା ବେଳେ କିଛି କ୍ଷୀର ଛିଟା ମାରି ରୋଷେଇ ଆରମ୍ଭ କରିଲେ ରୋଗବୈରାଗ ଦୂର ହୋଇଥାଏ । ଅଁଳା ଗଛକୁ ପୂଜା କରିଲେ ଘରେ ସୁଖଶାନ୍ତି ଆସିଥାଏ । ଘରେ ଶ୍ରୀମଦ ଭଗବତ ଗୀତାର ୧୫ତମ ଅଧ୍ୟାୟ ନୀତିଦିନ ପଢିଲେ  ଘରେ ସୁଖଶାନ୍ତିର ବୃଦ୍ଧି ହୋଇଥାଏ । ସୂର୍ଯ୍ୟାସ୍ତ ପରେ କେବେବି କାହାକୁ କ୍ଷୀର, ଦହି, ପିଆଜ ଦେବା ଉଚିତ ନୁହେ ।

ଘରେ ପରିବା କାଟିବା ପରେ ପରିବା ଚୋପାକୁ ବାହାରେ ପକାଇଲେ ଘରକୁ ଶୁଭ ସମ୍ବାଦ ଶୁଣିବାକୁ ମିଳିଥାଏ । ଘରେ ଶୋଇବା ପୂର୍ବରୁ ରୋଷେଇ ଘରେ ଓ ଗାଧୁଆ ଘରେ ପାଣି ଭର୍ତ୍ତି କରି ରଖିଲେ ପରିବାର ଉନ୍ନତି ହେବା ସହ ବାଧାବିଘ୍ନ ଦୂର ହୋଇଥାଏ । ଘରର ସୁଖସମୃଦ୍ଧି ବୃଦ୍ଧି କରିବା ପାଇଁ ସକାଳୁ ଜଲ୍ଦି ଉଠି ଠାକୁରଙ୍କ ପୂଜା ଆରାଧନା କରିବା ଉଚିତ । ଏହି ସବୁ ନୀତି ନିୟମ ପାଳନ କରିଲେ ଆପଣଙ୍କ ଘରେ ସୁଖସମୃଦ୍ଧିର ଆଗମନ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି  ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।