Bollywood ରେ ପୁଣି ଶୋକର ଛାୟା, କରୋନା ରେ ଚାଲିଗଲା ଆଉ ଜଣେ ବରିଷ୍ଠ ଅଭିନେତାଙ୍କ ଜୀବନ

ଟିଭି ଓ ବଲିଉଡର ଅଭିନେତା ବିକ୍ରମଜିତ କୱରପାଲଙ୍କର କରୋନାରେ ମୃ-ତ୍ୟୁ-ବ-ର-ଣ ହୋଇଛି । ତାଙ୍କ ବୟସ ୫୨ ବର୍ଷ ଅଟେ । ସେ ଅଭିନେତା ହେବା ପୂର୍ବରୁ ଆର୍ମୀର ଅଫିସର ଭାବେ କାମ କରୁଥିଲେ । ସେ ଆର୍ମୀରୁ ଅବସର ନେବା ପରେ ୨୦୦୩ରେ ଅଭିନୟ ଦୁନିଆରେ ଡେବ୍ୟୁ କରିଥିଲେ । ବିକ୍ରମଜିତ କୱରପାଲଙ୍କର ନି-ଧ-ନ-କୁ ନେଇ ଅଭିନେତା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ଖବର ଶେୟାର କରିଛନ୍ତି ।

ସେଲେବ୍ସ ଶୋକ ପ୍ରକାଶ କରିଲେ : ଆସିୟକ ପଣ୍ଡିତ ନିଜ ଟ୍ଵିଟରେ ଲେଖିଛନ୍ତି ଯେ ” ଆଜି ସକାଳେ କରୋନାରେ ପୀଡିତ ଥିବା ମେଜର ବିକ୍ରମଜିତ କୱରପାଲଙ୍କର ମୃ-ତ୍ୟୁ ସମ୍ବାଦ ଶୁଣି ଦୁଖ ଲାଗିଲା । ଅବସର ନେଇଥିବା ଆରମି ଅଫିସର କୱରପାଲ ଅନେକ ଫିଲ୍ମରେ ଓ ଟିଭି ସିରିଏଲରେ ଅଭିନୟ କରିଥିଲେ, ତାଙ୍କ ପରିବାର ଓ ସମ୍ଭଧୀୟ ମାନଙ୍କୁ ମୋର ସହାନୁଭୁତି ଜଣାଉଛି” ।

ଅଶୋକ ପଣ୍ଡିତଙ୍କ ବ୍ଯତୀତ ଅନ୍ୟ ଅଭିନେତା ମନୋଜ ବାଜପେୟୀ, ଶ୍ରୀୟା ପିଲଗାଓଁକର, ରୋହି ରାଏ, ନୀଳ ନିତିନ ମୁକେଶ, କୁବରା ସାଇଟ ସହିତଙ୍କ ଛଡା ଅନ୍ୟ ଅଭିନେତା ମାନେ ମଧ୍ୟ ନିଜ ଟ୍ଵିଟରେ ଶୋକ ପ୍ରକାଶ କରିଛନ୍ତି । ମନୋଜ ବାଜପେୟୀ ଲେଖିଛନ୍ତି ଯେ ” ହେ ଭଗବାନ, କେତେ ବଡ ଦୁଖ ସମ୍ବାଦ, ଆମେ ଦୁହେଁ ପରସ୍ପରକୁ ଗତ ୧୪ ବର୍ଷ ହେଲା ଜାଣିଥିଲୁ, ୧୯୭୧ ମସିହାରେ ହେଇଥିବା ଫିଲ୍ମରେ ଆମର ଭେଟ ହୋଇଥିଲା, ବହୁତ ଆଶ୍ଚର୍ଯ୍ୟକର ଖବର ଅଟେ “।

ଶ୍ରୀୟା ପିଲଗାଓଁ କର ନିଜ ମତରେ ଲେଖିଛନ୍ତି ଯେ ” ମେଜର ବିକ୍ରମଜିତ ଜଣେ ଭଲ ମଣିଷ ହେବା ସହ ସମସ୍ତଙ୍କ ସହ ଖୁସିରେ ରୁହନ୍ତି। ଆମେ ଆପଣଙ୍କୁ ସ୍ମରଣ କରୁଛୁ । ଆମେ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ ।

ରୋହିତ ବୋସ ରାୟ ନିଜ ଟ୍ଵିଟରେ ଲେଖିଛନ୍ତି ଯେ ” ମେଜର ବିକରମଜିତ ଜଣେ ଭଲ ମଣିଷ ହେବା ସହ ତାଙ୍କ ଚିନ୍ତାଧାରା ସବୁବେଳେ ସାକାରାତ୍ମକ ହୋଇଥାଏ ଓ ସେ ସବୁବେଳେ ହସିଥାନ୍ତି” ।

ନୀଳ ନିତିନ ମୁକେଶ ଲେଖିଛନ୍ତି ଯେ ” ବହୁତ ବଡ ଦୁଖ ଖବର, ମୁଁ ମେଜର ବିକ୍ରମଜିତଙ୍କୁ ବହୁତ ବର୍ଷ ହେଲାଣି ଜାଣିଛି, ମୁଁ ଆଉ ସିଏ ଅନେକ ଫିଲ୍ମରେ ସାଥି ହୋଇ କାମ କରିଛୁ, ଆମ ଦୁହିଙ୍କର ଶେଷ ଫିଲ୍ମ “ବାଏପାସ” ଥିଲା, ସେ ଜଣେ ଭଲ ମଣିଷ ଥିଲେ, ତାଙ୍କୁ ସଦାବେଳେ ସେହି ରୂପରେ ମନେ ପକାଇବେ, ଆପଣଙ୍କୁ ମନେ ପକାଇବି ମୋର ପ୍ରିୟ ବନ୍ଧୁ”।

କୁବରା ସାଇଟ ନିଜ ଟ୍ଵିଟରେ ଲେଖିଛନ୍ତି ଯେ “୧୧ ବର୍ଷ ତଳେ ଆମ ଦୁହିଙ୍କର ଏକ ଅଡିସନରେ ସାକ୍ଷାତ ହୋଇଥିଲା, ସେତେବେଳେ ଆପଣ ମୋତେ ରେଲାକ୍ସ ହେବା ପାଇଁ କହିଥିଲେ, ମୁଁ ଆପଣଙ୍କୁ ବହୁତ ମନେ ପକାଇବି” ।

ଏହି ସୋ ଓ ଫିଲ୍ମରେ ନଜର ଆସିଥିଲେ : କହି ରଖୁଚୁ କି ବିକ୍ରମଜିତ କୱରପାଲ “ସୋ ସ୍ପେଶାଲ ଆପ୍ସ’, “ଇଲଲିଗଜ ଜଷ୍ଟିସ”, “ଆଉଟ ଓଫ ଅରଦର”, ‘ଆପକେ କେ କାମରେ ମେ କୋଇ ରେହେଟା ହେ ମେ କାମ କିଆ ଥା”, ଏହା ଛଡା ସେ ‘ସାହୋ’, “ଦ ଗାଜି ଆଟକ ଓ ରାକେଟ ସିଂ”, “ସେଲ୍ସ ମ୍ୟାନ ଅଫ ଦ ଇୟର” ଆଦି ଫିଲ୍ମରେ କାମ କରିଥିଲେ ।