Vastu Shastra- ଘର ପାଇଁ ବହୁତ ଶୁଭ ହୋଇଥାଏ ଏହି 6 ଟି ଗଛ, ସବୁବେଳେ ଘରେ ରହିଥାଏ ମା ଲକ୍ଷ୍ମୀଙ୍କ କୃପା, ସବୁ କାର୍ଯ୍ୟରେ ମିଳେ ସଫଳତା

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆଜି ଆମେ ଏମିତି କିଛି ଗଛ ଲତା ବିଷୟ ରେ ଜାଣିବା ଯାହାକୁ କି ଘରେ ଲଗାଇବା ଦ୍ବାରା ଶୁଭ ହୋଇଥାଏ । ପ୍ରଥମେ ତୁଳସୀ ଗଛ । ତୁଳସୀ ଗଛ ସମସ୍ତେ ସମସ୍ତଙ୍କ ଘରେ ନିଶ୍ଚିତ ଲଗାନ୍ତୁ । କାରଣ ତୁଳସୀ ଗଛ ଘର ପାଇଁ ବହୁତ ହିଁ ଶୁଭ ହୋଇଥାଏ । ଏହାର ବହୁତ ହିଁ ଆୟୁର୍ବେଦିକ ଔଷଧୀୟ ଗୁଣ ରହିଛି ।

ଯଦି ଆପଣଙ୍କ ଘରେ ଆପଣ କିଛି ଶୁଭ ଗଛ ଲଗାଇବାକୁ ଚାହୁଁଛନ୍ତି ତେବେ ତୁଳସୀ ଗଛ ଠାରୁ ବେଶୀ ଶୁଭ ଆଉ କିଛି ହୋଇ ନ ଥାଏ । ଏହା ବହୁତ ହିଁ ଜଲଦି ବଢିଯାଇଥାଏ । ଏହା ବହୁତ ହିଁ ଶୁଭ ହୋଇଥାଏ ଘର ପାଇଁ ଏବଂ ଆପଣଙ୍କ ର ଅନେକ ଲାଭ ମଧ୍ୟ ହୁଏ ।

ଦ୍ୱିତୀୟ ରେ ମନୀ ପ୍ଲାଣ୍ଟ । ଆପଣ ସମସ୍ତେ ଏହାକୁ ଜାଣିଥିବେ ଏବଂ ସମସ୍ତେ ପ୍ରାୟ ଏହାକୁ ପସନ୍ଦ କରିଥାନ୍ତି । ଏହାକୁ ଆପଣ ଘରେ ବାହାରେ କେଉଁ ସ୍ଥାନ ରେ ବି ରଖିପାରିବେ । ଏହା ବଢିବା ପାଇଁ ବେସି ପାଣି , ସୂର୍ଯ୍ୟ ଏବଂ ମାଟି ଆବଶ୍ୟକ କରି ନ ଥାଏ । ଏହା ଘର ପାଇଁ ବହୁତ ହିଁ ଶୁଭ ହୋଇଥାଏ । ତେଣୁ ଆପଣ ଏହାକୁ ଆପଣଙ୍କ ଘରେ ଲଗାଇ ପାରିବେ ।

ତୃତୀୟ ପାନ ର ପତ୍ର । ଏହାକୁ ଆପଣ ଘରେ ବାହାରେ କେଉଁ ସ୍ଥାନରେ ବି ଲଗାଇପାରିବେ । ଏହା କମ ଆଲୋକ ରେ ବି ବଢ଼ିପାରେ ଖାଲି ଏହାକୁ ଗୋଟେ ସାହାରା ଦରକାର ହୋଇଥାଏ । ଆପଣ ମାନେ ତ ବହୁତ ଭଲରେ ଜାଣିଥିବେ କି ପାନ ପତ୍ର କେତେ ଶୁଭ ହୋଇଥାଏ କାରଣ ସବୁ ପୂଜା କାର୍ଯ୍ୟ ରେ ପାନ ପତ୍ର ର ବ୍ୟବହାର ପ୍ରାୟ ହୋଇଥାଏ । ଏହାକୁ ଆପଣ ବହୁତ ସହଜରେ ଲଗାଇ ପାରିବେ ।

ଚତୁର୍ଥ ରେ କଦଳୀ ଗଛ । କଦଳୀ ଗଛ ବହୁତ ହିଁ ଶୁଭ ହୋଇଥାଏ । ଏହାକୁ ଆପଣ ଆପଣଙ୍କ ଘର ପାଖରେ ଓ ଗେଟ ପାଖରେ ଲଗାଇପାରିବେ । କଦଳୀ ଗଛ କୁ ଆମେ ବହୁତ ପୂଜା କାର୍ଯ୍ୟ ରେ ଲଗାଇଥାଉ ଏବଂ ପୂଜା ମଧ୍ୟ କରିଥାଉ ।

ପଞ୍ଚମ ରେ ହଳଦୀ ଗଛ । ହଳଦୀ ଗଛ କୁ ତ ଆପଣ ମାନେ ଜାଣିଥିବେ ଏବଂ ଏହି ଗଛ ରେ ବହୁତ ଭଲ ଫୁଲ ମଧ୍ୟ ହୋଇଥାଏ । ଏବଂ ହଳଦୀ ଗଛରେ ବହୁତ ପରିମାଣରେ ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି ଏହା ଆପଣ ବହୁତ ଭଲରେ ଜାଣିଥିବେ । ଏହା ପବନ କୁ ସୁଦ୍ଧ କରିଥାଏ ଏବଂ ସବୁ କୀଟାଣୁ ଙ୍କୁ ମଧ୍ୟ ନଷ୍ଟ କରିଥାଏ । ଆପଣ ଏହି ଗଛ ରୁ ହଳଦୀ ମଧ୍ୟ ବାହାର କରିପାରିବେ । ଏହା ବହୁତ ଶୁଭ ହୋଇଥାଏ ଆପଣଙ୍କ ଘର ପାଇଁ ।

ଷଷ୍ଠ ରେ ଅପରାଜିତା ଗଛ । ଅପରାଜିତା ଗଛ ରେ ବହୁତ ସୁନ୍ଦର ଫୁଲ ହୋଇଥାଏ । ଏହି ଫୁଲ ର ରଙ୍ଗ ନୀଳ ଏବଂ ଧଳା ହୋଇଥାଏ । ଏହି ଗଛ ଆପଣଙ୍କ ପାଇଁ ବହୁତ ହିଁ ଶୁଭ ହୋଇଥାଏ । ଏହି ଗଛରେ ଶୀତ ଦିନ କୁ ଛାଡିଦେଲେ ଆଉ ସବୁ ଦିନ ଫୁଲ ଆସିଥାଏ । ଏହାର ଫୁଲ ବହୁତ ସୁନ୍ଦର ତ ହୋଇଥାଏ ଏବଂ ସବୁ ପୂଜା ରେ ଏହି ଫୁଲ ର ବ୍ୟବହାର ହୋଇଥାଏ । ଆପଣ ତ ଏହାର ନାମ ଶୁଣୁଛନ୍ତି କି ଅପରାଜିତା ତେବେ ଆପଣ ଜାଣିପାରୁଥିବେ ନାମ ଅନୁସାରେ ଏହା ମଧ୍ୟ କେତେ ସୁନ୍ଦର ହୋଇଥିବ ।

ଏହାଛଡା ଆହୁରି ମଧ୍ୟ ଅନେକ ଗଛ ଅଛି ଯାହା ଆପଣଙ୍କ ଘର ପାଇଁ ଶୁଭ ହୋଇଥାଏ । କିନ୍ତୁ ତାହାକୁ ଆମେ ଘର ଭିତରେ ଲାଗେଇପାରି ନ ଥାଉ । ତେଣୁ ଆପଣ ଏତିକି ଗଛ ଆପଣଙ୍କ ଘରେ ଲଗାନ୍ତୁ ଯାହା ବହୁତ ଶୁଭ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।