ଘର କବାଟରେ ଲାଲ ରଙ୍ଗର ଡୋରି ବାନ୍ଧିବା ଦ୍ଵାରା କେଉଁ ଲାଭ ପ୍ରାପ୍ତି ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20 ରୁ ଅଧିକ Anuchinta

ଜ୍ଯୋତିଷ ଅନୁସାରେ ଶନି, ରାହୁ ଏବଂ କେତୁ ଆଦି ଗ୍ରହମାନଙ୍କ ଖରାପ ପ୍ରଭାବ ଯୋଗୁଁ ମନୁଷ୍ୟ ଜୀବନରେ ସଙ୍କଟ ଏବଂ ଦରିଦ୍ରତା ଦେଖା ଦେଇଥାଏ । କିନ୍ତୁ ଏହି ଗ୍ରହ ମାନଙ୍କର ଖରାପ ପ୍ରଭାବକୁ ନଷ୍ଟ କରିବା ପାଇଁ ଅନେକ ପ୍ରତିକାର ମଧ୍ୟ ରହିଛି, ଯାହା ଠିକ ଭାବେ ପାଳନ କରିବା ଦ୍ଵାରା ଗ୍ରହଙ୍କ କୁପ୍ରଭାବ ଦୂର ହୋଇ ଶୁଭଫଳ ମିଳିଥାଏ । ଜୀବନରେ ମଦ ମାଂସ ତ୍ୟାଗ କରିବା ସହିତ ମହିଳାମାନଙ୍କୁ ସମ୍ମାନ କରିବା ଉଚିତ ଓ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଭାବ ରଖିବା ଦ୍ଵାରା ଶୋଇଥିବା ଭାଗ୍ୟ ଜାଗ୍ରତ ହୋଇଥାଏ ।

ପ୍ରତ୍ଯେକ ଦିନ ଇଷ୍ଟଦେବଙ୍କୁ ପୂଜା କରିବା ସହିତ ଗୁରୁବାର ଦିନ ବ୍ରତ କରି ମନ୍ଦିରରେ ଠାକୁର ଦର୍ଶନ କରିବା ଦ୍ଵାରା ଭାଗ୍ୟ ଜାଗ୍ରତ ହୋଇଥାଏ । ଓସ୍ତଗଛ ମୂଳରେ ଜଳ ଅର୍ପଣ କରିବା ଉଚିତ ଏବଂ ହଳଦିଆ ବସ୍ତ୍ର ପିନ୍ଧିବା ସହିତ ମନ୍ଦିରରେ ହଳଦିଆ ଦ୍ରବ୍ୟ ଦାନ କରିବା ଦ୍ଵାରା ମଧ୍ୟ ସୁପ୍ତ ଥିବା ଭାଗ୍ୟ ଜାଗ୍ରତ ହୋଇଥାଏ । ପ୍ରତ୍ଯେକ ଦିନ ମଥାରେ କେଶର ଓ ଚନ୍ଦନ ଲଗାଇବା ଉଚିତ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

ଯଦି ବ୍ୟବସାୟ ଭଲ ଚାଲୁ ନଥାଏ ତେବେ ବୁଧବାର ଦିନ ପିଞ୍ଜରା ସହିତ ଶୁଆଟିଏ କିଣି ତାଙ୍କୁ ମୁକ୍ତ କରିବା ଦ୍ଵାରା ବ୍ୟବସାୟରେ ଉନ୍ନତି ହୋଇଥାଏ । ଯଦି ବାରମ୍ବାର କୌଣସି ସଙ୍କଟରେ ପଡୁଥାନ୍ତି ତେବେ କାହାର ଶବଯାତ୍ରାରେ ଯାଇଥିବା ସମୟରେ ଶ୍ମଶାନରୁ ଫେରିବା ବେଳେ କିଛି ପଇସା ପକାଇ ଫେରି ଆସିବା ଦ୍ଵାରା ତାହା ଦୂର ହୋଇଥାଏ ।

ପ୍ରତ୍ଯେକ ଦିନ ପିମ୍ପୁଡି, କାଉ, ଗାଈ, କୁକୁର ଏବଂ ପକ୍ଷୀମାନଙ୍କୁ କିଛି ଖାଦ୍ଯପଦାର୍ଥ ଦେବା ଉଚିତ । ଏହାଦ୍ବାରା ଶୁଭ ହେବା ସହିତ ଆକସ୍ମିକ ଦୁର୍ଘଟଣା ଏବଂ ସଙ୍କଟରୁ ମୁକ୍ତି ମିଳିଥାଏ । ଭାଇ ଭଉଣୀ ଭିତରେ ଯଦି ପଡୁ ନଥାଏ କିମ୍ବା ମନୋମାଳିନ୍ୟ ହେଉଥାଏ ତେବେ ଏକ ଏକ କେଜିରୁ ଉର୍ଦ୍ଧ୍ଵ ଗୁଡ ମଙ୍ଗଳବାର ଦିନ ମାଟିରେ ପୋତିବା ଦ୍ଵାରା ତାହା ଦୂର ହୋଇଥାଏ ।

ଖାଦ୍ଯରେ ଗୁଡର ଉପଯୋଗ କରିବା ଉଚିତ , ଏହା ସ୍ୱାସ୍ଥ୍ୟ ପାଇଁ ମଙ୍ଗଳକାରୀ ହୋଇଥାଏ ଏବଂ ଗୁଡ ଖାଇବା ଦ୍ଵାରା ଆର୍ଥିକ ଉନ୍ନତିର ସମ୍ଭାବନା ବୃଦ୍ଧି ହୋଇଥାଏ । ଆଙ୍ଗୁଠିରେ ରୂପର ମୁଦି ପିନ୍ଧିବା ଉଚିତ ଏହା ଶୁଭ ହୋଇଥାଏ ଏବଂ ସୁଖ ସୁବିଧା ପ୍ରାପ୍ତ ହେବା ସହିତ ସମାଜରେ ଭଲ ପ୍ରଭାବ ପଡିଥାଏ ।

ଚାନ୍ଦିର ମୁଦି ହାତରେ ପିନ୍ଧିବା ଦ୍ଵାରା ରାଶିଚକ୍ରରେ ସୂର୍ଯ୍ୟ ଏବଂ ଶନିଙ୍କ ସ୍ଥିତି ମଜବୁତ ହୋଇଥାଏ ଏବଂ ଭାଗ୍ୟ ଜାଗ୍ରତ ହୋଇଥାଏ । ଘର କବାଟରେ ଡାହାଣ ପଟରେ ଲାଲ ରଙ୍ଗର ଡୋରି ବାନ୍ଧିବା ଉଚିତ । ଏହା ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହୋଇଥାଏ ।

ଘରର ପୂର୍ବ ପଟରେ ଥିବା କାନ୍ଥକୁ ହଳଦିଆ ରଙ୍ଗ କରିବା ଉଚିତ । ଏହାଦ୍ବାରା ଶୁଭ ହୋଇଥାଏ ଏବଂ ଅର୍ଥ ଆଗମନର ସମ୍ଭାବନା ବୃଦ୍ଧି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।