ନିଜେ ମା ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ଏହି ସମୟରେ ନିଜ ଘରେ ଝାଡୁ ଲଗାଇଥାଏ ତାଙ୍କ ଘର ଧନ ଦୌଲତରେ ଭରି ଯାଇଥାଏ

ଝାଡୁ କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହା ଯାଏ । ଯଦି ଆପଣ ଏଠି କୁହାଯାଇଥିବା ସମୟରେ ଝାଡୁ କରୁଛନ୍ତି ତେବେ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ଆସିବା ସୁନିଶ୍ଚିତ । ଆଜି ଆମେ ଆପଣଙ୍କୁ କହିବୁ କୁ କେଉଁ ସମୟରେ ଝାଡୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଝାଡୁ ଦ୍ଵାରା କିଛି ଉପାୟ ଯାହା ଫଳରେ ଆପଣଙ୍କୁ ଲାଭ ମିଳିବ ଏବଂ ଆପଣଙ୍କୁ କେଉଁ ସମୟରେ ଝାଡୁ କରିବା କଥା ନୁହଁ ।

ମାତା ଲକ୍ଷ୍ମୀ ଙ୍କ କୃପା ସମସ୍ତେ ପାଇବାକୁ ଚାହିଁଥାନ୍ତି । ଆମ ଶାସ୍ତ୍ର ରେ ବହୁତ୍ ଶୁଭ ଅଶୁଭ ବିଷୟରେ କୁହାଯାଇଛି ତାହା ମଧ୍ୟରୁ ଝାଡୁ କୁ ନେଇ କେତେ ବିଶେଷ ଜିନିଷ ଅଛି ଚାଲନ୍ତୁ ଜାଣିବା । ଘରେ ଝାଡୁ କୁ କେବେ ମଧ୍ୟ ଓଲଟା ରଖନ୍ତୁ ନାହିଁ । ଓଲଟା ଝାଡୁ ଆପଣଙ୍କ ପାଇଁ ଅଶୁଭ ହୋଇପାରେ ତେଣୁ ଝାଡୁ କୁ କେବେ ଓଲଟା ରଖନ୍ତୁ ନାହିଁ । ଏପରି ଭୁଲ କରନ୍ତୁ ନାହିଁ ।

ପରିବାରର କୌଣସି ବ୍ୟକ୍ତି ଯଦି ଶୁଭ କାର୍ଯ୍ୟରେ ଯାଉଛନ୍ତି କିମ୍ବା କୌଣସି ଯାତ୍ରାରେ ଯାଉଛନ୍ତି ତେବେ ତାଙ୍କର ଯିବା ମାତ୍ରେ କେବେ ମଧ୍ୟ ଝାଡୁ କରନ୍ତୁ ନାହିଁ । ଆପଣ କିଛି ସମୟ ରହିଯାନ୍ତୁ ଏବଂ ତାପରେ ଭଗବାନ ଙ୍କୁ ପ୍ରାଥନା କରିବା ପରେ ଝାଡୁ କରନ୍ତୁ ।

ସକାଳ ୪ ଟାରୁ ୮ ଟା ଭିତରେ ଯଦି ଆପଣ ଘରେ ଝାଡୁ କରୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହି ସମୟରେ ଦେବୀ ଦେବତା ଭ୍ରମଣ କରିଥାନ୍ତି । ତେଣୁ ସୂର୍ଯ୍ୟ ଉଦୟ ବେଳେ ଝାଡୁ କରିବା ବହୁତ ଶୁଭ ବୋଲି କୁହାଯାଏ । ଆପଣଙ୍କୁ ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବ । ଘରେ ସୁଖ ଶାନ୍ତି ରହିବ ।

ଯଦି ଆପଣଙ୍କ ଘରେ ଅଶାନ୍ତି ହେଉଛି ବା ଆପଣଙ୍କୁ ସବୁ କାମରେ ସମସ୍ୟା ଦେଖା ଯାଉଛି ବା ଆପଣ ସବୁବେଳେ ଚିନ୍ତା ରେ ରହୁଛନ୍ତି, ଧନ ର ଅଭାବ ରହିଛି ତେବେ ଶୀଘ୍ର ହିଁ ନିଜର ପୁରୁଣା ଝାଡୁ ଫୋପାଡି ଏକ ନୂଆ ଝାଡୁ ଆଣନ୍ତୁ ଏବଂ ମାତା ଲକ୍ଷ୍ମୀ ଙ୍କ ପୂଜା କରନ୍ତୁ । ତାପରେ ଝାଡୁ କୁ ଏକ ନାଲି ରଙ୍ଗର କପଡାରେ ରେ ଗୁଡ଼ାଇ ଲୁଚାଇଦିଅନ୍ତୁ ମାନେ ରଖିବେ ଝାଡୁ ଯେମିତି କେହି ଦେଖିବେ ନାହିଁ ।

ଯେବେ ପର୍ଯ୍ୟନ୍ତ ଆପଣଙ୍କ ସମସ୍ୟା ଦୂର ହୋଇନାହିଁ ସେବେ ପର୍ଯ୍ୟନ୍ତ ଝାଡୁ କୁ ବ୍ୟବହାର କରନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଆପଣଙ୍କ ସବୁ ସମସ୍ୟା ସ୍ଵୟଂ ମାତା ଲକ୍ଷ୍ମୀ ଦୁର କରିବେ ଏବଂ ଆପଣଙ୍କ ଘରେ ବିଜୟମାନ ହେବେ । ନିଜର ମନକାମନ ପୂର୍ଣ୍ଣ ହେବା ପରେ ସେହି ଝାଡୁ କୁ ପୂଜା କରନ୍ତୁ ମାତା ଲକ୍ଷ୍ମୀ ଙ୍କୁ ପୂଜା କରନ୍ତୁ ଏବଂ ସେହି ଝାଡୁ କୁ ଆଖ ପାଖରେ ଥିବା ମନ୍ଦିରରେ ଦାନ କରିଦିଅନ୍ତୁ ।

ଏହି ଝାଡୁ ଦ୍ଵାରା ମନ୍ଦିରରେ ଝାଡୁ ଥରେ କରିବାକୁ ଚେଷ୍ଟା ନିଶ୍ଚିନ୍ତ କରନ୍ତୁ କିନ୍ତୁ ଯଦି ଆପଣ କରିପାରିନାହାନ୍ତି ତେବେ ସେହି ମନ୍ଦିରର କୌଣସି କର୍ମଚାରୀ କୁ ନିବେଦନ କରନ୍ତୁ କି ସେ ଆପଣଙ୍କ ସାମ୍ନାରେ ଥରେ ମାତ୍ର ସେହି ଝାଡୁରେ ସଫା କରିବେ ।

ରାତିରେ କେବେ ବି ଘରେ ଝାଡୁ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଆପଣ ନିଜର କୌଣସି ପ୍ରିୟ ବ୍ୟକ୍ତି ପାଇଁ ଖରାପ ସମାଚାର ଆଣିବେ । ଏହି ଭୁଲ ଘରେ ଖରାପ ଶକ୍ତି କୁ ଆମନ୍ତ୍ରଣ କରିଥାଏ । କେବେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।