ବହୁତ ଲୋକଙ୍କ ପ୍ରଶ୍ନ ଆସେ ମୁଁ ତ ଭଗବାନଙ୍କ ପୂଜା କରେ, ମୁଁ ତଭଗବାନଙ୍କ ଉପରେ ବିଶ୍ବାସ ରଖେ । ମୁଁ ତ ମୋ ଜୀବନର ଡୋର ଭଗବାନଙ୍କ ହାତରେ ଦେଇ ଦେଇଛି ତାହେଲେ ମୋ ଦୁଃଖ କମ୍ ହେଉନାହିଁ କଣ ପାଇଁ ? ଭଗବାନଙ୍କ ଉପରେ ଅତୁଟ ବିଶ୍ଵାସ ଥିଲେ ମଧ୍ୟ ମୋ ଜୀବନରେ ଅନ୍ଧାକାର ଅଛି । ମୁଁ ମୋ ଜୀବନରୁ ହତାଶ ଏବଂ ନିରାଶ ଅଛି । ହେଲେ କିଛି ଲୋକ ଅଛନ୍ତି ଜିଏ ଭଗବାନଙ୍କ ଉପରେ ଟିକିଏ ବି ବିଶ୍ଵାସ କରନ୍ତି ନାହିଁ ଯିଏ ନାସ୍ତିକ ଅଟନ୍ତି ତାଙ୍କ ଜୀବନରେ ଖାଲି ସୁଖ ହିଁ ସୁଖ ଥାଏ ।
ଏମିତି କଣ ପାଇଁ ? ଆଜି ଆମେ ଏହି ପ୍ରଶ୍ନର ଉତ୍ତର ଶ୍ରୀମଦ୍ ଭଗବତ ଗୀତା ଏବଂ ଏକ ପୁରାଣ ଅନୁସାରେ ଜାଣିବା । ଥରେ ଶ୍ରୀକୃଷ୍ଣ ଏବଂ ଉଦ୍ଧବ ବୁଲୁବୁଲୁ ବହୁତ ଦୂରକୁ ଚାଲିଗଲେ । ଶ୍ରୀକୃଷ୍ଣଙ୍କୁ ଏକ ମହଲ ଦିଶିଲା । ଶ୍ରୀକୃଷ୍ଣ ଉଦ୍ଧବ ଙ୍କୁ କହିଲେ ଚାଲି ଚାଲି ମୋ ଗଳା ଶୁଖି ଗଲାଣି ମତେ ଶୋଷ ଲାଗୁଛି ପାଣିର ବ୍ୟବସ୍ଥା କରନ୍ତୁ । ଉଦ୍ଧବ ସବୁଆଡକୁ ଚାହିଁ ମହଲ ଆଡକୁ ଗଲେ ଏବଂ ଡାକିଲା ପରେ ଜଣେ ଧନୀ ବ୍ୟକ୍ତି ବାହାରକୁ ଆସିଲା ।
ଯେତେବେଳେ ଉଦ୍ଧବ ତାଙ୍କୁ ପାଣି ମାଗିଲେ ସେତେବେଳେ ଧନୀ ବ୍ୟକ୍ତି ଜଣଙ୍କର ଭଗବାନଙ୍କ ଉପରେ ନଜର ପଡିଲା । ଧନୀ ବ୍ୟକ୍ତି ଭିତରକୁ ଗଲେ ଏବଂ ପାଣି ନେଇ ଆସିଲେ । ଧନୀ ବ୍ୟକ୍ତି ଜଣଙ୍କ କହିଲେ ଭଗବାନ ତାଙ୍କ ମହଲରେ ପ୍ରବେଶ କରନ୍ତୁ, ଏବଂ ବହୁତ ଭଲ ଭାବରେ ଧନୀ ବ୍ୟକ୍ତି ଜଣଙ୍କ ତାଙ୍କର ସ୍ବାଗତ କଲେ । ସେ ଭଗବାନଙ୍କୁ ବହୁତ ପ୍ରକାର ଖାଇବାକୁ ଦେଲେ । ଭଗବାନଙ୍କୁ ପାଖରେ ଦେଖି ବହୁତ ଖୁସି ଥିଲେ ।
ଭଗବାନ ତାଙ୍କ ସେବାରୁ ପ୍ରସନ୍ନ ହୋଇ ଉନ୍ନତି ଏବଂ ଅଗ୍ରଗତି ହବାର ଆଶିର୍ବାଦ ଦେଲେ । ଭଗବାନ ଆଶିର୍ବାଦ କରି ଆଗକୁ ବଢିଗଲେ । ଆଗରେ ଚାଲୁ ଚାଲୁ ସେ ଗୋଟିଏ ଛୋଟ କୁଡ଼ିଆ ଦେଖିଲେ । ସେହି କୁଡିଆକୁ ଦେଖି ଲାଗୁଥିଲା କୁଡ଼ିଆ ଅବସ୍ଥା ବହୁତ ଖରାପ । ଏହି କୁଡ଼ିଆ କେତେବେଳେ ବି ଭାଙ୍ଗି ଯାଇ ପାରେ । କୁଡ଼ିଆ ବାହାରେ ଗୋଟିଏ ଗାଈ ବନ୍ଧା ଥିଲା । ଶ୍ରୀକୃଷ୍ଣ ସେହି କୁଡ଼ିଆକୁ ଦେଖି ରହିଗଲେ ।
ଉଦ୍ଧବ କହିଲେ ଭଗବାନ ଏଠାରେ କଣ ପାଇଁ ରହିଗଲେ ? ଶ୍ରୀକୃଷ୍ଣ କହିଲେ ମୋ ଗଳା ଶୁଖୁ ଅଛି, ମ ପାଇଁ ପାଣିର ବ୍ୟବସ୍ଥା କରନ୍ତୁ । ପ୍ରଭୁ କହିଲେ ଇଏ କେମିତି ମାୟା ଏବେ ତ ମହଲରୁ ପାଣି ପିଇକରି ଆସିଲେ । ଶ୍ରୀକୃଷ୍ଣ କହିଲେ ମୋତେ ତ ଶୋଷ ଲାଗୁଛି, ଉଦ୍ଧବ କହିଲେ ଠିକ୍ ଅଛି ମୁଁ ଏହି କୁଡ଼ିଆରୁ ପାଣିର ପ୍ରବନ୍ଧ କରୁଛି । ଭଗବାନ ନିର୍ଦ୍ଦେଶ ଦେଲେ ଯିଏ କୁଡ଼ିଆ ବାହାରକୁ ଆସିବ ତାକୁ ମୋ ବିଷୟରେ କହିବ ନାହିଁ ।
ଉଦ୍ଧବ ଡାକିଲେ ସେହି କୁଡ଼ିଆରୁ ଜଣେ ବୃଦ୍ଧ ଜଣଙ୍କ ବାହାରି ଆସିଲେ । ଉଦ୍ଧବ ବୃଦ୍ଧ ଜଣଙ୍କୁ ପାଣି ମାଗିଲେ, ବୃଦ୍ଧ ଜଣଙ୍କ କହିଲେ ଆଜି ମୋ ଦେହ ଖରାପ ପାଣି ଆଣିବାକୁ ଯାଇ ନାହିଁ, ମୋର ଗାଈ କ୍ଷୀରକୁ ଆପଣ ପିଇ ଦିଅନ୍ତୁ ସେ ମୋ ଝିଅ ପରି । ଏହି ଗାଈ ମୋତେ ଜୀବନରେ କୈାଣସି ସମୟରେ ଧୋକା ଦେଇନାହିଁ । ଏତେ ଶିଘ୍ର ଆପଣଙ୍କ ପାଇଁ ପାଣିର ବ୍ୟବସ୍ଥା କରିପାରିବି ନାହିଁ ହେଲେ ଆପଣ ମୋ ଅତିଥି, ଆପଣଙ୍କ ଗଳା ଶୁଖୁଛି ସେଥିପାଇଁ ଆପଣଙ୍କୁ ମୁଁ ଗାଈ କ୍ଷୀରର ବ୍ୟବସ୍ଥା କରିଦେବି ।
ଏତିକି କହି ବୃଦ୍ଧ ଜଣଙ୍କ ଗାଈରୁ ଦୁଗ୍ଧ ବାହାର କରି ଦେଲେ । ଭଗବାନ ଦୁଗ୍ଧ ପିଇ ଆଗକୁ ଯାଇ ଆଶିର୍ବାଦ ଦେଲେ ଏହି ଗାଈ ଶିଘ୍ର ମୃତ୍ୟୁ ହୋଇଯାଉ ଏବଂ ମଣିଷ ଜୀବନ ପାଉ । ଉଦ୍ଧବ ଏହି କଥା ଶୁଣି ବହୁତ ବିଚଳିତ ହୋଇଗଲେ । ଉଦ୍ଧବ କହିଲେ ପ୍ରଭୁ ଦୁଗ୍ଧ ତ ବୁଢ଼ା ବ୍ୟକ୍ତିଙ୍କ ପାଇଁ ପାଇଲେ । ସେ ବୃଦ୍ଧ ଜଣଙ୍କ ଦ୍ବାରା ଯାହା ସମ୍ଭଭ ସେ କଲା । ସେ ଏକଥା ବି ଜାଣିନଥିଲେ ଯେ ସେ କାହାପାଇଁ ଦୁଗ୍ଧ ନେଇ ଯାଉଛନ୍ତି ।
ଯାହା ଆପଣ ମାଗିଲେ ସେ ତାଠାରୁ ଅଧିକ କଲେ । ଧନୀ ବ୍ୟକ୍ତି ଜଣଙ୍କ ଧନୀ ଥିଲା ଆପଣ ତାଙ୍କୁ ଆହୁରି ଧନୀ ହେବା ପାଇଁ ଆଶୀର୍ବାଦ ଦେଲେ । ଆଉ ଏହି ଗରିବ ପାଖରେ କେବଳ ଏହି ଗାଈ ମାତ୍ର ଥିଲା । ଆପଣ ଗାଈର ଭଲ କରିବା ପାଇଁ ତାକୁ ମଣିଷ ଜୀବନ ଦେଇଦେଲେ ହେଲେ ସେ ବୁଢା ବ୍ୟକ୍ତିର ଦୋଷ କଣ ? ସେ ଗାଈତ ତା’ର ଝିଅ ପରି ଥିଲା ।
ଭଗବାନ ଏହା ଶୁଣି ହସିଲେ ଆଉ କହିଲେ ଏହି ବ୍ୟକ୍ତି ମନରେ ମୋତେ ଭକ୍ତି କରେ ଏବଂ ସିଏ ମୁକ୍ତିର ବହୁତ ପାଖରେ ଅଛନ୍ତି କିନ୍ତୁ ଇଏ ତାଙ୍କ ଗାଈର ମୋହ କାରଣରୁ ସାଂସାରିକ ମାୟାରୁ ବାହାରକୁ ଆସି ପାରୁନାହିଁ । ଏଥିରେ ସନ୍ଦେହ ନାହିଁ ତାଙ୍କ ଗାଈର ମୃତ୍ୟୁ ପରେ ତାଙ୍କୁ ଦୁଃଖ ହବ ହେଲେ ସେ ଆଗକୁ ଯାଇ ମୋକ୍ଷ ପାଇବେ । ଭଗବାନ କହିଲେ ମୋ ଆଶିର୍ବାଦ ସିଏ କଣ ଚାହୁଁଛି ଏହା ଉପରେ ନିର୍ଭର କରୁନାହିଁ କିନ୍ତୁ ତାହା ପାଇଁ କଣ ଜରୁରୀ ଏହି କଥାରେ ନିର୍ଭର କରେ ।
ଶ୍ରୀମଦ୍ ଭଗବତ ଗୀତାରେ ୭ମ ଅଧ୍ୟାୟରେ ୧୩ତମ ଶ୍ଳୋକରେ ଶ୍ରୀକୃଷ୍ଣ କୁହିଛନ୍ତି ଯେ ୩ ଗୁଣରୁ ସଂସାରର ଲୋକ ମୋହରେ ବନ୍ଧା ହୋଇଥାନ୍ତି । ସେଥିପାଇଁ ଏହି ୩ଗୁଣ ପାଇଁ ଭଗବାନଙ୍କୁ ଜାଣିପାରନ୍ତି ନାହିଁ । ପ୍ରଥମେ ଆମେ ଭାବିବା ଦରକାର ନାହିଁ ଯେ ଆମ ସହିତ ଏହା କଣ ପାଇଁ ହେଉଛି । କାରଣ ଆମେ ଜାଣି ନାହାନ୍ତି ଆଜି ଯାହା ଆମ ସାଙ୍ଗରେ ହେଉଛି କାଲି ଏହାର କି ପ୍ରଭାବ ପଡ଼ିପାରେ ।
ଆଜି ଯାହା ଆମକୁ ଖରାପ ଲାଗୁଛି ଖାଲି ହୁଏତ ଆମକୁ ଭଲ ଲାଗିପାରେ । ଯେମିତିକି କାହାଣୀରେ କୁହାଯାଇଛି ମୃତ୍ୟୁ । ପ୍ରଥମେ ତ ବୃଦ୍ଧ ଜଣଙ୍କୁ ଦୁଃଖ ଲାଗିବ କିନ୍ତୁ ଶେଷରେ ମୋକ୍ଷ ପର୍ଯ୍ୟନ୍ତ ପହଞ୍ଚି ଯିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।