ଗ୍ୟାସ୍ ପାଇଁ ଆପଣଙ୍କ ଛାତିରେ ହୋଇଥାଏ ବହୁତ କଷ୍ଟ , ତେବେ ଅପଣାନ୍ତୁ ଏହି ଘରୋଇ ଉପାୟ – କମ୍ ସମୟରେ ଭିତରେ ହେଇଯିବେ ପୁରାପୁରି ଭଲ

ଗ୍ୟାସ୍ ପାଇଁ ଘରୋଇ ଉପାୟ

ଆଜିକାଲି ର ବ୍ୟସ୍ତ ବିବ୍ରତ ଜୀବନରେ ନିଜ ଶାରୀରର ଯତ୍ନ ନେବା କଷ୍ଟକର ହୋଇଗଲାଣି । ଆଜିକାଲି ଏମିତି କାମ ହୋଇଗଲାଣି ଯେ ପ୍ରାୟତଃ ଲୋକ ବସିକି କାମ କରୁଛନ୍ତି, ଏମିତି ବସିକି କାମ କରିବା କାହାକୁ ପସନ୍ଦ ନୁହେଁ କିନ୍ତୁ ବାଧ୍ୟରେ ଘଣ୍ଟେ ଘଣ୍ଟେ ବସି କାମ କରିବାକୁ ପଡୁଛି । ବହୁତ ସମୟ ଧରି ବସିକି କାର୍ଯ୍ୟ କରିବା ଦ୍ଵାରା ଏବଂ ଖାଦ୍ୟ ପାନୀୟ ର ଧ୍ୟାନ ନ ରଖିବା କାରଣରୁ ସମସ୍ତେ ଗ୍ୟାସ ରୋଗରେ ପୀଡିତ ହୋଇଯାଉଛନ୍ତି । ଏମିତି ଦେଖିବାକୁ ଗଲେ ଏହି ସମସ୍ୟା ସାଧାରଣ ହୋଇଗଲାଣି । ଏବଂ ଏହି ସମସ୍ୟାରେ ପୀଡିତ ସମସ୍ତ ବ୍ୟକ୍ତି ପ୍ରାୟତଃ ଗ୍ୟାସ ହେଲେ ହାକୁଡି ଆସିବା, ମନ ବିଚଳିତ ହେବା, ଛାତି ପୋଡିବା, ପେଟରେ ଗୋଳମାଳ, ଓ ପେଟ ଏବଂ ପିଟି ରେ ଯନ୍ତ୍ରଣା, ମୁଣ୍ଡ ବ୍ୟଥା, ଅଳସୁଆ ଲାଗିବା, ବା ଠକି ଯିବା ଭଳି ବହୁତ ସମସ୍ୟା ଦେଖାଦେଇ ଥାଏ ।

କାମ କରୁଥିବା ସମୟରେ ବେଳେ ବେଳେ ଭୋକ ଲାଗେ ନାହିଁ, ଏହି ପରିସ୍ଥିତିରେ ଏସିଡିଟୀ ଉତ୍ପନ ହୋଇଥାଏ । ଯଦି ଆପଣଙ୍କୁ ମଧ୍ୟ ଏହି ଭଳି ଗ୍ୟାସ ର ସମସ୍ୟା ଅଛି ତେବେ ଏହି ଘରୋଇ ଉପାୟ ଅପଣାଇ ଏଥିରୁ ମୁକ୍ତି ପାଇପାରିବେ । ଆଜି ଆମେ ଏହି ଲେଖା ମାଧ୍ୟମରେ କିଛି ଘରୋଇ ଉପାୟ କହିବାକୁ ଯାଉଛୁ ଯାହାକୁ ଅପଣାଇ ଆପଣ ପେଟରେ ହେଉଥିବା ଗ୍ୟାସ ଏବଂ ଛାତିରେ ହେଉଥିବା କଷ୍ଟ ରୁ ମୁକ୍ତି ପାଇପାରିବେ ।

ଗୁଜୁରାତି ଓ ଜୀରା

ଯଦି ଆପଣ ଗୁଜୁରାତି ଓ ଜୀରା ର ସେବନ କରୁଛନ୍ତି ତେବେ ଏହା ଦ୍ଵାରା ଛାତିରେ ଗ୍ୟାସ କାରଣରୁ ହେଊଥିବା ଜାଳା ପୋଡାରୁ ମୁକ୍ତି ମିଳିବ । ଏହା ଏକ ଭଲ ଘରୋଇ ଉପାୟ । ଏଥିପାଇଁ ଆପଣ ଗୁଜୁରାତିକୁ ପଣି ରେ କିଛି ସମୟ ଫୁଟାଇ ନିଅନ୍ତୁ ଓ ଏହାକୁ ପିଅନ୍ତୁ । ଏହା ଆପଣଙ୍କର ହଜମ ପରକ୍ରିୟାକୁ ସୁସ୍ଥ ରଖେ ଓ ଗ୍ଯାସ ରୁ ମୁକ୍ତି ଦିଏ । ଏହା ବ୍ୟତୀତ ଜୀରା ଖାଇବା ଦ୍ଵାରା ଆପଣଙ୍କର ହଜମ ଶକ୍ତି ଠିକ ରୁହେ ଯାହା ପାଇଁ ଗ୍ୟାସ ସମସ୍ୟା ଦେଖା ଦିଏ ନାହିଁ ।

ଅମୃତଭଣ୍ଡା

ଯଦି ଆପଣ ଅମୃତଭଣ୍ଡା ଖାଉଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ । ଏହା ଖାଇବା ଦ୍ଵାରା ତ୍ଵଚାରେ ନିଖର ଆସିବା ସହ ଏହା ଗ୍ଯାସ ସମସ୍ୟାକୁ ମଧ୍ୟ ଦୂର କରେ । ଗ୍ଯାସ ପାଇଁ ଛାତିରେ ହେଉଥିବା କଷ୍ଟକୁ ଦୁଆର କରେ ।

ଅଧିକ ପାଣି ପିଅନ୍ତୁ

ଯଦି ଆପଣ ପ୍ରଚୁର ମାତ୍ରାରେ ପାଣି ପିଉଛନ୍ତି ତେବେ ଆପଣଙ୍କ ଶରୀର ଠିକ ରହିବ, କାହିଁକି ନା ଅଧିକ ପାଣିର ସେବନ କରିଲେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଏହା ବ୍ଯତୀତ ଗ୍ଯାସ ସମସ୍ଯା ମଧ୍ୟ ହୁଏ ନାହିଁ ।

ତୁଳସୀ

ତୁଳସୀର ଧାର୍ମିକ ଓ ଔଷଧୀୟ ମହତ୍ଵ ଅଛି । ଯଦି ଆପଣ 10ଗ୍ରାମ ତୁଳସୀ  ର ରସ ପିଆନ୍ତି ତେବେ ପେଟରେ ହେଉଥିବା ସମସ୍ତ ସମସ୍ଯା ସୁର ହୋଇଥାଏ ।