ଆପଣଙ୍କ ଗ୍ୟାସ ସିଲିଣ୍ଡର ରେ ଆଉ କେତେ ଗ୍ଯାସ ଅଛି ? ଜାଣିବା ପାଇଁ ଫଲୋ କରନ୍ତୁ ଏହି ଟ୍ରିକ

ଦିନକୁ ଦିନ ବଢି ଚାଲିଛି ରୋଷେଇ ଗ୍ଯାସ ସିଲିଣ୍ଡରର ଦର । ଗୋଟିଏ ସିଲିଣ୍ଡରକୁ ମାସେ ଚଲାଇବା ବହୁତ କଷ୍ଟକର ହୋଇପଡୁଛି । ସିଲିଣ୍ଡର ମାସେରୁ ଅଧିକ କଷ୍ଟେମଷ୍ଟେ ଚଳିଯାଉ ବୋଲି ସମସ୍ତେ ଚାହାନ୍ତି । କିନ୍ତୁ ରୋଷେଇ ବେଳେ ଏହାର ହିସାବ ରଖିବା ମୁସ୍କିଲ । କଣ କଲେ ଗ୍ଯାସ ଅଧିକ ଦିନ ଯିବ ଏବଂ ସିଲିଣ୍ଡରରେ ଆଉ କେତେ ଗ୍ଯାସ ବଳକା ଅଛି କେମିତି ଜାଣିବେ ? ଏହା ଜାଣିବା ନିହାତି ଆବଶ୍ୟକ ।

ତେବେ ଲୋକମାନେ ସବୁବେଳେ ସିଲିଣ୍ଡରକୁ ହଲାଇ ଉଠାଇ ଦେଖିବାର ଭୁଲ କରନ୍ତି । ଯଦି ହାଲୁକା ଲାଗିଥାଏ ତେବେ ଭାବି ନିଅନ୍ତି କି ଗ୍ଯାସ ସରିଗଲାଣି । କିନ୍ତୁ ଏହି ଉପାୟ ଏକଦମ ଭୁଲ ଅଟେ । ଘରେ ନୂଆ ସିଲିଣ୍ଡର ଲାଗିବା ପରେ ତାହା ଖୁବ ଭଲ ଭାବେ ଚାଲିଥାଏ । କିନ୍ତୁ ଚୁଲାରେ ଆଞ୍ଚ କମ ହେବାକୁ ଲାଗିଲେ ଆପଣା ଅନୁମାନ ଲଗାଇ ଦିଅନ୍ତି କି ଗ୍ଯାସ ସରି ଆସିଲାଣି । ଏହି ହଡବଡିରେ ଆପଣ ସିଲିଣ୍ଡରକୁ ଉଠାଇ ହଲାଇ ଦେଖିଥାନ୍ତି । ସିଲିଣ୍ଡରର ଓଜନ ଅନୁଯାୟୀ ଆପଣ ଅନୁମାନ ଲଗାଇ ଦିଅନ୍ତି କି ଗ୍ଯାସ ଅଛି କି ନାହିଁ ।

କିନ୍ତୁ ଏହି ଉପାୟରେ ଆପଣଙ୍କୁ କେତେ କ୍ଷତି ସହିବାକୁ ପଡୁଛି ଆପଣ ଜାଣି ନାହାନ୍ତି । ପୁଣି ଏଥିରେ ବିପଦ ମଧ୍ୟ ଅଛି । ଏହିଭଳି ଭାବେ ଆପଣ ଗ୍ଯାସ ଚେକ କରୁଥିଲେ ଆଗକୁ ଏମିତି ବିଲକୁଲ କରନ୍ତୁ ନାହିଁ । କାରଣ ସିଲିଣ୍ଡରକୁ ହଲାଇ ଦେଖିବା ଦ୍ଵାରା ଆପଣଙ୍କର ହିଁ କ୍ଷତି ହେଉଛି । ସିଲିଣ୍ଡରରେ ବଳକା ଥିବା ଗ୍ଯାସ ଏହାଦ୍ବାରା ବେକାର ହୋଇଯାଏ । ଯଦି ଆପଣ ସଠିକ ଉପାୟରେ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ଗ୍ଯାସ କେତେ ଅଛି ଏବଂ କେତେ ଖାଲି ଅଛି ତେବେ ହି ଉପାୟଟି କରି ଦେଖନ୍ତୁ ।

ଆପଣ ଏକ କପଡା ନିଅନ୍ତୁ ଓ ସେହି କପଡାକୁ ଓଦା କରି ସିଲିଣ୍ଡରର ଉପରୁ ତଳ ଯାଏ ଓଦା କରି ଦିଅନ୍ତୁ । ଏହାପରେ କିଛି ସମୟ ଅପେକ୍ଷା କରନ୍ତୁ ଓ ତା’ପରେ ଦେଖନ୍ତୁ ସିଲିଣ୍ଡରର କେତେ ଭାଗ ଓଦା ଅଛି ଏବଂ କେତେ ଭାଗ ଶୁଖି ଯାଇଛି । ଏଥିରୁ ହିଁ ଆପଣ ଜାଣିପାରିବେ କେତେ ଗ୍ଯାସ ଅଛି । ଶୁଖିଲା ଭାଗକୁ ଦେଖି ଜାଣନ୍ତୁ ଯେ ଗ୍ଯାସ ସରି ଯାଇଛି ଓ ଆଉ ଓଦା ଦେଖା ଯାଉଥିବା ଭାଗ ପର୍ଯ୍ୟନ୍ତ ଗ୍ଯାସ ରହିଛି ।

ଏହା ପରଠାରୁ ସିଲିଣ୍ଡରକୁ ଆଉ ହଲାଇ ଝୁଲାଇ ନୁହେଁ ବରଂ ଏହିପରି ଚେକ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।