Garud Puran: ଏହି 3 କାମ କଲେ ପ୍ରସନ୍ନ ହୋଇଥାନ୍ତି ମାତା ଲକ୍ଷ୍ମୀ, 24 ଘଣ୍ଟା କରିଥାନ୍ତି ଧନବର୍ଷା

ହିନ୍ଦୁଧର୍ମରେ ଥିବା ୧୮ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣର ବିଶେଷ ମହତ୍ଵ ରହିଛି । ଗରୁଡ ଭଗବାନ ବିଷ୍ଣୁଙ୍କ ବାହନ ଅଟନ୍ତି । ଏହି ପୁରାଣରେ ଜୀବନ, ମୃତ୍ୟୁ, ଜ୍ଞାନ, ବିଜ୍ଞାନ, ଧର୍ମ ଓ ନୀତି ସହ ଜଡିତ ଅନେକ ରହସ୍ୟ ଉଲ୍ଲେଖ ରହିଛି । ଆଜି ଆମେ ଆପଣଙ୍କୁ ଗରୁଡ ପୁରାଣରେ ବର୍ଣ୍ଣିତ ଏମିତି କଥା କଥା କହିବାକୁ ଯାହା ଦ୍ଵାରା ଆପଣ ଧନଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରଶ୍ନ କରିପାରିବେ । ଏହି ଉପାୟ ସବୁକୁ ଅନୁସରଣ କରି ଆପଣ ଆର୍ଥିକ ସମସ୍ଯାକୁ ଦୂର କରିପାରିବେ ।

ପ୍ରଥମରେ ହେଉଛି ସଫା ବସ୍ତ୍ର ପରିଧାନ କରିବା । ଗରୁଡ ପୁରାଣ ଅନୁସାରେ ବ୍ୟକ୍ତି ସର୍ବଦା ପରିଷ୍କାର ଏବଂ ସୁଗନ୍ଧିତ ବସ୍ତ୍ର ପିନ୍ଧିବା ଉଚିତ । ଏହାଦ୍ବାରା ଆପଣଙ୍କ ପାଖକୁ ଧନର ଆଗମନ ହୋଇଥାଏ ଓ ଏହାସହ ସୌଭାଗ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ । କିନ୍ତୁ ଏହାର ବିପରୀତ ଅପରିଷ୍କାର ବସ୍ତ୍ର ପିନ୍ଧୁଥିବା ଲୋକଙ୍କ ଠାରୁ ମାତା ଲକ୍ଷ୍ମୀ କୋଷ ଦୂରରେ ରୁହନ୍ତି । ସେମାନଙ୍କୁ ବିଶେଷ ଧନଲାଭ ହୁଏ ନାହିଁ । ବ୍ୟକ୍ତି ପିନ୍ଧିଥିବା ଅପରିଷ୍କାର ବସ୍ତ୍ର ତାଙ୍କ ଜୀବନରେ ଦରିଦ୍ରତା ଏବଂ ଦୁର୍ଭାଗ୍ୟ ନେଇ ଆସିଥାଏ ।

ସଫାସୁତୁରା ବସ୍ତ୍ର ପିନ୍ଧିବା ଦ୍ଵାରା ମନ ମଧ୍ୟ ଉତ୍ତମ ଓ ସକାରାତ୍ମକ ରହିଥାଏ । ଏହାଦ୍ବାରା ଆପଣଙ୍କ କାର୍ଯ୍ୟରେ ଫୋକସ ବଢିଥାଏ ଓ ଆପଣ ଜୀବନରେ ବେଶ ଉନ୍ନତି କରିବା ସହ ଅଧିକ ଟଙ୍କା ରୋଜଗାର କରିଥାନ୍ତି । ମାତା ଲକ୍ଷ୍ମୀ ବହୁତ ସ୍ବଚ୍ଛତା ପ୍ରିୟ ଅଟନ୍ତି । ତେଣୁ ସେ ଅପରିଷ୍କାର ବସ୍ତ୍ର ପିନ୍ଧୁଥିବା ଲୋକଙ୍କ ପାଖକୁ ଆସନ୍ତି ନାହିଁ ।

ଦ୍ଵିତୀୟରେ ହେଉଛି ଘର ଅପରିଷ୍କାର ହେବାକୁ ନଦେବା । ଯେପରିକି ଆମେ ପୂର୍ବରୁ ଆପଣଙ୍କୁ କହିଛୁ କି ମାତା ଲକ୍ଷ୍ମୀ ଅତ୍ୟନ୍ତ ସ୍ଵଚ୍ଛତା ପ୍ରିୟ ଅଟନ୍ତି । ତାଙ୍କୁ ଅପରିଷ୍କାର ବିଲକୁଲ ମଧ୍ୟ ପସନ୍ଦ ନୁହେଁ । ତେଣୁ କେବଳ ନିଜକୁ ସଫାସୁତୁରା ରଖିବା ଯଥେଷ୍ଟ ନୁହେଁ । କିଛି ଲୋକ ନିଯେ ବହୁତ ସଜେଇ ହୋଇ ରହିଥାନ୍ତି କିନ୍ତୁ ସେମାନଙ୍କ ଘର ଅପରିଷ୍କାର ରଖିଥାନ୍ତି । ଘର ଅପରିଷ୍କାର ରହିଲେ ଏହା ଘରକୁ ନକରାତ୍ମକ ଊର୍ଜାଙ୍କୁ ଆକର୍ଷିତ କରିଥାଏ ।

ଏହା ଦେଖି ମାତା ଲକ୍ଷ୍ମୀ ନାରାଜ ହୋଇଯାନ୍ତି ଓ ସେହି ଘରେ ପାଦ ଦିଅନ୍ତି ନାହିଁ । ତେଣୁ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ ଓ ରଙ୍ଗୋଲି ଆଦି ତିଆରି କରି ମାତା ଲକ୍ଷ୍ମୀଙ୍କ ସ୍ଵାଗତ କରିବା ଉଚିତ । ଘରେ ମାଟି ଧୂଳି ଓ ବୁଢିଆଣୀ ଜାଲ ତିଆରି ହେବାକୁ ନଦେବା ଉଚିତ । ସଫା ଘର ସକାରାତ୍ମକ ଊର୍ଜାର ପ୍ରତୀକ ହୋଇଥାଏ ଓ ଏହାଦ୍ବାରା ଘରକୁ ଧନର ଆଗମନ ହୋଇଥାଏ ।

ତୃତୀୟରେ ହେଉଛି କ୍ଷମତା ବା ସକ୍ଷମ ଠାରୁ ଅଧିକ ଦାନ ଦେବା ଉଚିତ ନୁହେଁ । ଗରୁଡ ପୁରାଣରେ ଏକ ଶ୍ଳୋକ ଉଲ୍ଲେଖ ରହିଛି, “ଦାତା ଦରିଦ୍ର: କୃପଣୋର୍ଥଯୁକ୍ତ: ପୁତ୍ରୋବିଧେୟ: କୁଜନସ୍ୟ ସେବା । ପରାପକାରେଷୁ ନରସ୍ୟ ମୃତ୍ୟୁ: ପ୍ରଜାୟତେ ଦିଶ୍ଚରିତାନି ପଞ୍ଚ ॥” ଏହି ଶ୍ଳୋକର ଅର୍ଥ ହେଉଛି ଆମେ ନିଜ ସାମର୍ଥ୍ୟ ଅନୁସାରେ ହିଁ ଦାନ କରିବା ଉଚିତ ।

ଯଦି ବ୍ୟକ୍ତି ପୂର୍ବରୁ ଗରିବ ଥିବେ ତେବେ ତାଙ୍କୁ ଦାତା ନହେବା ଉଚିତ । ଯଦି ଆପଣ ଏହି କଥାର ଧ୍ୟାନ ରଖନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ପାଖକୁ ନିଶ୍ଚୟ ଆସିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।