ଗରିବ ଝିଅଟିର ବିବାହରେ ଏମିତି କାମ କରିଲେ ପୋଲିସବାଲା, ଜାଣିଲେ ଆପଣ ବି ସ୍ୟାଲୁଟ କରିବେ

ଭାରତରେ ପୋଲିସବାଲାଙ୍କ ଇମେଜକୁ ନେଇ ଲୋକମାନଙ୍କ ମିକ୍ସ ପ୍ରତିକ୍ରିୟା ରହିଛି । କିନ୍ତୁ ପୋଲିସବାଲାଙ୍କ ମଧ୍ୟରେ କିଛି ଭଲ ପୋଲିସ ବି ଅଛନ୍ତି ଓ କିଛି ଖରାପ ପୋଲିସବାଲା ବି ଅଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି ପୋଲିସବାଲାଙ୍କ ସହ ସାକ୍ଷାତ କରାଇବାକୁ ଯାଉଛୁ ଯେଉଁମାନେ ନା କେବଳ ନିଜର କର୍ତ୍ତବ୍ୟକୁ ପାଳନ କରଛନ୍ତି ଏହା ଛଡା ନିଜ ତରଫରୁ ମଣିଷତ୍ଵ ଦେଖାଇ ଏକ ଏମିତି କାମ କରିଛନ୍ତି କି ଯାହା ଦ୍ଵାରା ସମସ୍ତଙ୍କ ମନରେ ତାଙ୍କ ପାଇଁ ଇଜ୍ଜତ ବଢି ଯାଇଛି ।

କହିବାକୁ ଗଲେ ସବୁ ମାତା ପିତାଙ୍କ ସ୍ଵପ୍ନ ହୋଇଥାଏ କି ସେ ନିଜ ଝିଅର ବିବାହ ବହୁତ ଧୁମଧାମରେ କରିବେ । କିନ୍ତୁ କେତେ ଥର ଟଙ୍କା ଅଭାବରୁ କେତେକ ଲୋକମାନେ ସାଧାରଣ ଭାବରେ ବି ନିଜ ଝିଅର ବିବାହ କରି ପାରନ୍ତି ନାହିଁ । ଏମିତି ହିଁ ସମସ୍ୟାରେ ଘେରି ରହିଥିଲେ ରାଜସ୍ଥାନର ଟୋଂକ ଜିଲ୍ଲାରେ ରହୁଥିବା ଏକ ମହିଳା ।

ଏହି ମହିଳା ଜଣକ ନିଜ ଝିଅ ମମତାର ବିବାହ ବହୁ ଦିନ ହେବ କରିବାକୁ ଚାହୁଁଥିଲେ । କିନ୍ତୁ ମମତାର ପିତା ଓ ଭାଇର ମୃତ୍ୟୁ ପରେ ମହିଳା ଜଣକ ପୂରାପୂରି ଦରିଦ୍ର ହୋଇଗଲେ । ଏମିତିରେ ରାଜସ୍ଥାନ ପୋଲିସ ତାଙ୍କ ଜୀବନରେ ଭଗବାନ ହୋଇ ଆସିଲେ ।

କହିବାକୁ ଗଲେ ରାଜସ୍ଥାନର ଟୋଂକ ଜିଲ୍ଲାରେ ରହୁଥିବା ମମତା ଯେତେବେଳେ ଛୋଟ ଥିଲା ସେତେବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଗଲା । ଏହା ପରେ କିଛି ମାସ ପରେ ତାଙ୍କ ଭାଇଙ୍କର ବି ଏକ ଲମ୍ବା ରୋଗ କାରଣରୁ ମୃତ୍ୟୁ ହୋଇଗଲା । ମମତାର ବିବାହ ପାଇଁ ତାଙ୍କ ମା ବ୍ୟାଙ୍କରୁ ଲୋନ ନେଇଥିଲେ । କିନ୍ତୁ ସେ ସବୁ ଟଙ୍କା ମମତାର ଭାଇର ଚିକିତ୍ସାରେ ଖର୍ଚ୍ଚ ହୋଇଗଲା । ବର୍ତ୍ତମାନ ମମତା ଓ ତାର ମା ପୂରାପୂରି କରଜରେ ବୁଡି ଗଲେ ।

ଏହା ପରେ ଘରର ଅବସ୍ଥା ଖରାପ ହେବାରୁ ମମତା ଦାଦନ ଖଟିବାକୁ ଗଲା । କିନ୍ତୁ ସେହି ଟଙ୍କା ଦ୍ଵାରା ସେ କରଜ ସୁଝି ପାରିଲା ନାହିଁ । ଏହା ପରେ ମମତା MNREGA (Mahatma Gandhi National Rural Employment Gurantee Act) ଅନୁସାରେ ଏକ ଜାଗାରେ କାମ କରିବାକୁ ଲାଗିଲା ।

କିନ୍ତୁ ଦୁର୍ଭାଗ୍ୟବଶତଃ ତାକୁ ସେଠି ନିଜ ପରିଶ୍ରମ ହିସାବରେ ଟଙ୍କା ମିଳିଲା ନାହିଁ । ଏହା ପରେ ମମତା ନିଜ ମା ସହିତ ଦତଵାସ ପୋଲିସ ଷ୍ଟେସନ ଗଲା ଯେଉଁଠି ପୋଲିସ ଅଧିକାରୀ ସରପଞ୍ଚଙ୍କ ସହ କଥାବାର୍ତ୍ତା କରି ମମତାକୁ ତାହାର ପାରିଶ୍ରମିକ ଦେଲେ ।

ଯେତେବେଳେ ମା ଝିଅ ଏହି କେସ ମାମଲାରେ ପୋଲିସ ଥାନାର ଚକ୍କର କାଟୁଥିଲେ ସେହି ସମୟରେ କେତେକ ଅଫିସରମାନଙ୍କୁ ଜଣା ପଡିଲା କି ମା ଝିଅ ବହୁତ ଦୁଃଖୀ ଅଛନ୍ତି ଓ ବହୁତ ଅସୁବିଧାର ସାମ୍ନା କରୁଛନ୍ତି । ସେମାନେ ଏହା ବି ଜାଣି ପାରିଲେ କି ମମତାର ନିର୍ବନ୍ଧ ହୋଇ ଯାଇଛି । କିନ୍ତୁ ଟଙ୍କାର ଅଭାବ କାରଣରୁ ତାହାର ବିବାହ ହୋଇ ପାରୁ ନାହିଁ । ଏମିତିରେ ପୋଲିସ ବାଲା ଏହି ମା ଝିଅଙ୍କ ସମସ୍ୟାର ସମାଧାନ କରିବା ପାଇଁ ଏକ ନୂଆ ଉପାୟ ବାହାର କରିଲେ ।

କହିବାକୁ ଗଲେ ପୋଲିସ ଅଫିସରମାନେ ନିଜ ଖର୍ଚରେ ହିଁ ମମତାର ବିବାହ ପୋଲିସ ଥାନାରେ କରିବା ପାଇଁ ନିର୍ଣ୍ଣୟ ନେଲେ । ଏଥିପାଇଁ ପୋଲିସ ଷ୍ଟେସନକୁ ରଙ୍ଗ ବେରଙ୍ଗ ଲାଇଟ ଓ ଫୁଲ ଦ୍ଵାରା ସଜ୍ଜିତ କରାଗଲା । ଏହା ପରେ ବରଯାତ୍ରୀ ପୋଲିସ ଷ୍ଟେସନକୁ ଆସିଲା ଓ ଯେଉଁଠି ମମତାର ବିବାହ ବହୁତ ଧୂମଧାମରେ ସମ୍ପନ୍ନ ହେଲା ।

କହିବାକୁ ଗଲେ ପୋଲିସର କାମ ମମତାକୁ ତାହାର ପାରିଶ୍ରମିକ ଦେବା ପରେ ଶେଷ ହୋଇ ଯାଉଥିଲା । କିନ୍ତୁ ସେମାନେ ତାହାର ବିବାହ କରିଲେ ଓ ତାଙ୍କ ଜୀବନର ସବୁ ଅସୁବିଧାକୁ ଦୂର କରିଦେଲେ । ଯାହା ନିଜ ମଧ୍ୟରେ ହିଁ ବହୁତ ପ୍ରଶଂସନୀୟ କଥା ଅଟେ ।