ଗର୍ଭରେ ହିଁ ମାରିଦେବାକୁ ଚାହୁଁଥିଲେ ମା, ଘରେ ଖାଇବା ପାଇଁ ବି ନଥିଲା, ବର୍ତ୍ତମାନ ସେ ବର୍ଷକୁ କମାଉଛନ୍ତି ୧୦ କୋଟି ଟଙ୍କା

ସମୟ ସହ ମଣିଷ ବଦଳି ଯାଇଥାଏ, ଭଲ ସମୟରେ ସମସ୍ତେ ଆପଣଙ୍କ ସହିତ ଥାଆନ୍ତି । ହେଲେ ଖରାପ ସମୟରେ ବହୁତ କମ ଲୋକ ସହାୟତା କରିଥାନ୍ତି । ମଣିଷ ତା’ର କର୍ମ ଦ୍ଵାରା ହିଁ ଖରାପ ସମୟକୁ ଭଲ ସମୟରେ ବଦଳାଇ ଦେଇଥାଏ । ଠିକ ଏହିପରି ନିଜ ଭାଗ୍ୟ ବଦଳାଇଛନ୍ତି ଜଣେ ଟିଭି ଅଭିନେତ୍ରୀ । ଗର୍ଭରେ ଥିବା ସମୟରେ ତାଙ୍କୁ ମାରିବାକୁ ଚାହୁଁଥିଲେ ମା, କାରଣ ଘରର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା । ହେଲେ ବର୍ତ୍ତମାନ ତାଙ୍କର ବାର୍ଷିକ ଆୟ ହେଉଛି ୧୦ କୋଟି ଟଙ୍କା, ତେବେ ଆସନ୍ତୁ ଜାଣିବା ଏହି ଟିଭି ଅଭିନେତ୍ରୀଙ୍କ ବିଷୟରେ ।


ଟିଭିର ଏହି ଅଭିନେତ୍ରୀ ଆଉ କେହି ନୁହନ୍ତି, ସେ ହେଉଛନ୍ତି ସମସ୍ତଙ୍କୁ ନିଜର କମେଡିରେ ହସାଉଥିବା ଭାରତୀ ସିଂହ । ଭାରତୀଙ୍କର ଜନ୍ମ ୩ ଜୁଲାଇ ୧୯୮୪ ମସିହାରେ ଅମୃତସରରେ ହୋଇଥିଲା । ଷ୍ଟାର ୱାନରେ ଆସିଥିବା ଦି ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ ରେ ୨ୟ ରନର ଅପ୍ ହୋଇଥିବା ଭାରତୀ ସିଂହ ତାଙ୍କ ଜୀବନରେ ବହୁତ କଷ୍ଟ କରିଛନ୍ତି ।

ତାଙ୍କର ଜନ୍ମ ସମୟରେ ତାଙ୍କ ପରିବାର ବହୁତ ଦରିଦ୍ର ଅବସ୍ଥାରେ ଥିଲା । ଏହି ଦରିଦ୍ରତା ପାଇଁ ଭାରତୀଙ୍କ ମା ଭାରତୀଙ୍କୁ ଗର୍ଭରେ ମାରିଦେବା ପାଇଁ ଚାହୁଁଥିଲେ । ତାଙ୍କ ମା ଚାହୁଁ ନଥିଲେ ଯେ ତାଙ୍କର ପିଲା ମଧ୍ୟ ଏହି ଦରିଦ୍ରତାରେ ବଞ୍ଚୁ ।


ହେଲେ ପରେ ଭାରତୀଙ୍କ ପିତାଙ୍କ ନିଷ୍ପତ୍ତିରେ ଭାରତୀ ଜନ୍ମ ହୋଇଥିଲେ । ଏହା ପରେ ଯେତେବେଳେ ଭାରତୀ ୨ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଯାଇଥିଲା । ପିତାଙ୍କର ମୃତ୍ୟୁ ପରେ ଭାରତୀ ଧୀରେ ଧୀରେ ଅଭିନୟ କରିବା ଆରମ୍ଭ କରିଲେ । ବହୁତ କଷ୍ଟ ଓ ସଂଘର୍ଷ କରି ଭାରତୀ ଏହି ସଫଳତାକୁ ପାଇଛନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ କି ୨୦୧୯ ରେ ଫୋବର୍ଷ ଲିଷ୍ଟରେ ଭାରତୀ ୮୨ ତମ ସ୍ଥାନ ହାସଲ କରିଛନ୍ତି । ଏକ ରିପୋର୍ଟ ଅନୁସାରେ ଭାରତୀଙ୍କର ବର୍ଷକର ଆୟ ହେଉଛି ୧୦ କୋଟି ଟଙ୍କା । ବର୍ତ୍ତମାନ ସେ ବହୁତ ସୁଖମୟ ଜୀବନ ଯାପନ କରୁଛନ୍ତି ଓ ତାଙ୍କ ପରିବାରକୁ ବହୁତ ଖୁସିରେ ରଖିଛନ୍ତି ।