ମୁସଲିମ ପୁଅ ଓ ହିନ୍ଦୁ ଝିଅ ସହ ୪ ଥର କଲେ ବିବାହ, କାରଣ ଜାଣିଲେ ଆପଣ ଭାବୁକ ହୋଇଯିବେ

ପ୍ରଥମ ବିବାହ

ଏକ ହିନ୍ଦୁ ଝିଅ ଓ ମୁସଲିମ ପୁଅ ବିବାହ କରିବାର ନିସ୍ପତି ନେଲେ । ସେମାନେ ୧୮ ଫେବୁୟାରୀ ୨୦୧୫ ମସିହାରେ କୋଟରେ ଯାଇ ବିବାହ କରିବାକୁ ନିସ୍ପତି ନେଲେ । ସାଧାରଣତଃ ମୁସଲିମ ମାନେ ୪ଥର ବିବାହ କରନ୍ତି କିନ୍ତୁ ଆଇନ ଅନୁସାରେ ତାଙ୍କୁ ୪ଥର ବିବାହ କରିବାର ଅନୁମତି ଦିଆଯାଏ ନାହିଁ । ସେମାନେ ବିବାହର ନିସ୍ପତି ନେଇ ତାଙ୍କ ଘର ଲୋକଙ୍କୁ ସୂଚନା ଦେଲେ । ଏହି ସୂଚନା ପାଇ ଫୈଜଙ୍କର ପିତା ଲଖନଊରୁ ମୁମ୍ବାଇ ର ଟିକେଟ କଲେ ।

୧୪ ଫେବୁୟାରୀ ଦିନ ଅଙ୍କିତାଙ୍କର ମା ଫୋନ କରି କହିଲେ ୧୮ ଫେବୃୟାରୀ ଅମାବାସ୍ୟାର ଦିନ ଅଟେ ଓ ସେହି ଦିନ ବିବାହ କରିବା ଉଚିତ ନୁହେଁ । ବାହାଘର ମାତ୍ର ୪ ଦିନ ବାକିଥିଲା । ଅଙ୍କିତାଙ୍କର ବାପା ଅଙ୍କିତାଙ୍କ ମା ଓ ଭାଇକୁ ବାହାଘରକୁ ପଠେଇବା ପାଇଁ ରାଜି ହୋଇଗଲେ । ଅମାବାସ୍ୟାରୁ ବଞ୍ଚିବା ପାଇଁ ଅଙ୍କିତା ଓ ଫୈଜ ୧୭ ଫେବୁୟାରୀ ସନ୍ଧ୍ୟାରେ ବିବାହ କରିଥିଲେ । ସେହି ବିବାହ ରାମ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ।

ଦ୍ଵିତୀୟ ବିବାହ

ଅଙ୍କିତା ତାଙ୍କ ଶଶୁରଙ୍କୁ କିପରି ସ୍ଵାଗତ କରିବେ ନେଇ ଚିନ୍ତିତ ଥିଲେ । ସେ ତାଙ୍କୁ ନମସ୍କାର କରିବେ କି ସଲାମ ଅଲେକୁମ କରିବେ ଜାଣିପାରୁ ନଥିଲେ । ଫୈଜଙ୍କର ବାପା ଅଙ୍କିତାଙ୍କୁ ବହୁତ ଭଲ ବ୍ୟବହାର କରିଲେ । ତା ପରେ ସେମାନେ କୋଟ ଯାଇ ବିବାହ କଲେ ।

ତୃତୀୟ ବିବାହ

କୋଟରେ ବିବାହ କରିବାର ଏକ ମାସ ପରେ ପୁଣି ଅଙ୍କିତା ଓ ଫୈଜ ବିବାହ କରିଥିଲେ । ସେମାନେ ଓଡିଆ ଘରର ପରମ୍ପରା ଅନୁସାରେ ବିବାହ କରିଥିଲେ । ସେମାନେ ମେହେନ୍ଦି ଓ ସଙ୍ଗୀତ ର ଆୟୋଜନ କରି ବହୁତ ଧୂମଧାମରେ ବିବାହ କଲେ । ମୁସଲିମଙ୍କ ବିବାହ ପରି ପୁଣି ସେମାନେ ଦୁଇଜଣ ବିବାହ କରିଥିଲେ । କାଜିଙ୍କୁ ଡାକି ସମସ୍ତଙ୍କ ସମ୍ମୁଖରେ ‘କବୁଲ ହେ’ କହି ବିବାହ କଲେ ।

ଚତୃଥ ବିବାହ

ଅଙ୍କିତା ଓ ଫୈଜ ଗାଁକୁ ଯାଇ ଚତୃର୍ଥ ଥର ବିବାହ କଲେ । ସେଠାରେ ଝିଅ ମାନଙ୍କର ଡ୍ରେସ କୋଡ ଅନାରକଲୀ, ସଲୱାର କୁର୍ତା ଓ ପୁଅମାନଙ୍କ ପାଇଁ କୁର୍ତା ପୟଜାମା ରଖାଯାଇଥିଲା । ବର ଏକ ସ୍କୁଟରରେ ଆସିଥିଲା । ସେମାନେ ସାତ ଫେରା ନେଇ ତାଙ୍କ ବିବାହ ସମ୍ପର୍ଣ୍ଣ କରିଥିଲେ ।