ଅନେକ ସମୟରେ ଗର୍ଭବତୀ ଅବସ୍ଥା ରେ ନାରୀ ମାନେ ଛୋଟ ମୋଟ ଭୁଲ କରନ୍ତି ଯାହା ଦ୍ୱାରା କି ପିଲା ବୁଦ୍ଧିହିନ ଜାତ ହୁଏ ଏବଂ ଅମଙ୍ଗଳ ହୁଏ । ଯଦି ଆପଣ ଅନେକ ଏହି ଭଳି ଛୋଟ ଛୋଟ ଜିନିଷ କୁ ଅଣଦେଖା କରିବେ ତେବେ ଆପଣଙ୍କ ଅସୁବିଧା ହେବ ଏହା ସୁନିଶ୍ଚିତ ଅଟେ । ଅନେକ ଛୋଟ ମୋଟ ଭୁଲ ଯଦି ଗର୍ଭବତୀ ସମୟ ରେ ମା ମାନେ କରନ୍ତି ତେବେ ଏହା ର ଫଳ ସବୁ ନବ ଜନ୍ମିତ ଶିଶୁ କୁ ଭୋଗିବାକୁ ପଡିଥାଏ । ଗର୍ଭବତୀ କାଳ ରେ ମାଆ ମାନଙ୍କୁ ନିଜ ର ଅଧିକ୍ ରୁ ଅଧିକ ଯତ୍ନ ନେବା ଉଚିତ ଏହା ସହିତ ନିଜ ଶିଶୁ ର ଛୋଟ ରୁ ଛୋଟ ଜିନିଷ ଉପରେ ଧ୍ୟାନ ରଖିବା ଉଚିତ ।
ତେବେ ଆଜି ଆମେ ଆପଣଙ୍କୁ କହିବୁ କିଛି ଏଭଳି ବାସ୍ତୁ ଶାସ୍ତ୍ର ଟିପ୍ସ ଯାହାକୁ ମାନିଲେ ଆପଣ ଏବଂ ଆପଣଙ୍କ ଶିଶୁ ଦୁହିଁଙ୍କ ମଙ୍ଗଳ ହେବ । ତେବେ ଆର୍ଟିକିଲରେ ଆମେ ଆପଣଙ୍କ ପାଇଁ ଆଣିଛୁ ଏପରି କିଛି ଆମ ହିନ୍ଦୁ ଶାସ୍ତ୍ର ସମ୍ବନ୍ଧୀୟ ଟିପ୍ସ ଯାହା କୁ ଫଲୋ କରିଲେ ଜଣେ ଗର୍ଭବତୀ ମାଆ ଙ୍କୁ ଉତ୍ତମ ଶିଶୁ ପ୍ରାପ୍ତ ହୋଇ ପାରିବ ।
ଏହି ସମୟରେ ଭଗବାନ ଙ୍କ ବାଣୀ ରାମାୟଣ ଭଜନ ଆଦି ଶୁଣନ୍ତୁ । ଆପଣ ଏହା ଶୁଣିବା ଦ୍ୱାରା ଆପଣଙ୍କ ଶିଶୁ ମଧ୍ୟ ଏହା ଶୁଣିବ ତା ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିବ । ଏହି ସମୟରେ ଅଧିକ ସମୟ ଶାନ୍ତ ରହି ପୂଜା ଅର୍ଚନା ରେ ସମୟ ବ୍ୟତୀତ କରନ୍ତୁ । ଏହି ସମୟରେ ଖରାପ ଦୃଶ୍ୟ କିମ୍ବା ଖରାପ କାମ କରନ୍ତୁ ନାହିଁ । ଆପଣ ବୁଝି ପାରୁଥିବେ । ଏହି ସମୟରେ ଆପଣ ଯାହା କରିବେ ପିଲା ଉପରେ ସେ ସବୁର ନକରାତ୍ମକ ପ୍ରଭାବ ପଡ଼ିବ ।
ଶୋଇଲା ଘରେ ମହାଭାରତ କୃଷ୍ଣ ଅର୍ଜୁନ ଫଟୋ, ଦୁର୍ଗା,କାଳି, ଶିବ କାହାରି ମଧ୍ୟ ଫଟୋ ଏହି ସମୟରେ ରଖନ୍ତୁ ନାହିଁ । ଯଦି ହେବ ଏକ ନୃତ୍ୟ ଗଣେଶ କିମ୍ବା ଆଣ୍ଠୁଆ ଗୋପାଳ ଫଟୋ ରୁମ ର ପଶ୍ଚିମ କାନ୍ଥ ରେ ଲଗାନ୍ତୁ । ଏହା ଦ୍ୱାରା ପିଲା ଉପରେ ଶୁଭ ପ୍ରଭାବ ପଡ଼ିବ । ପିଲା ର ବୁଦ୍ଧି ଅତ୍ୟନ୍ତ ଭଲ ହେବା ସହ ସେ ସାହସୀ ଏବଂ ଚତୁର ହୋଇ ଜନ୍ମ ହେବ । ଏହି ସବୁ ବାସ୍ତୁ ପ୍ରତି ଧ୍ୟାନ ଦେଲେ ପିଲା ଶାନ୍ତ,ବୁଦ୍ଧିମାନ ସ୍ଵଭାଵ ର ଜନ୍ମ ହୁଏ ।
ତକିଆ ତଳେ ଏକ ମୟୁର ପର ରଖନ୍ତୁ କିମ୍ବା ସାମ୍ନା କାନ୍ଥ ରେ ଦୁଇଟି ମୟୁର ପର ଟାଙ୍ଗୀ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ ଉପରେ କୌଣସି ଦୁଷ୍ଟ ଶକ୍ତି ର ପ୍ରଭାବ ପଡ଼ିବ ନାହିଁ । ଏହି ଗର୍ଭବତୀ ସମୟ କାଳ ମଧ୍ୟରେ କେବେ ମଧ୍ୟ ଅମାବାସ୍ୟା ରାତ୍ରି ରେ କୁଆଡେ ମଧ୍ୟ ବାହାରକୁ ଯାଆନ୍ତୁ ନାହିଁ । ଏହା ଛଡ଼ା ଗର୍ଭବତୀ ସମୟରେ ଯଦି କୌଣସି ଗ୍ରହଣ, ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ର ଗ୍ରହଣ ଲାଗିଥାଏ ତେବେ ଏହି ଦୃଶ୍ୟ ଦେଖନ୍ତୁ ନାହିଁ କିମ୍ବା ବାହାରକୁ ବହାରନ୍ତୁ ନାହିଁ ନଚେତ ଶିଶୁ ଗ୍ରହଣ ଖଣ୍ଡିଆ ହୋଇପାରେ । ଭୋଜନ କରିବା ସମୟରେ ଭୋଜନ ମନ୍ତ୍ର ପାଠ କରନ୍ତୁ
ଭୋଜନ ମନ୍ତ୍ର; ଓଁମ ସହନା ଭବତୁ ସନଉ ଭୁନନ୍ତୁ ସହବୀର୍ୟଂ କରବାବହେ ତେଜସ୍ୱିନା ବଧିତ ମସ୍ତୁ,ମା ବିଦୁସା ବହେ ଓଁ ଶାନ୍ତି,ଶାନ୍ତିହି ଶାନ୍ତି
ଏହି ମନ୍ତ୍ର ଭୋଜନ ପୂର୍ବରୁ ଥରେ ମାତ୍ର ପାଠ କରନ୍ତୁ । ଖାଇବା ସମୟରେ ପ୍ରଥମେ ଭଗବାନ ଏବଂ ଦଶ ଦିଗପାଳ ଙ୍କୁ ଅଳ୍ପ ଟିକେ ଥୋଇ ଭୋଜନ ଆରମ୍ଭ କରନ୍ତୁ । ଏହା ଦ୍ୱାରା ଶିଶୁ ବଳଶାଳୀ ହେବ ଏବଂ ବୁଦ୍ଧି ମାନ ହେବ ଏବଂ ପିଲା ପେଟରେ ସୁସ୍ଥ ରହିବ । ପେଟରେ ପିଲା ଥିବା ସମୟରେ ସନ୍ଧ୍ୟା ସମୟ ପରେ ଘରୁ ପଦା କୁ ବହାରନ୍ତୁ ନାହିଁ । କାରଣ ସୂର୍ଯ୍ୟ ଅସ୍ତ ପରେ ଅନେକ ନକରାତ୍ମକ ଶକ୍ତି ବାହାରେ ବିଚରଣ କରିଥାନ୍ତି । ଏହି ସମୟରେ ବାହାରେ ବୁଲା ବୁଲି କଲେ ପିଲା ଜନ୍ମ ପରେ ଅତ୍ୟନ୍ତ ଦୁଷ୍ଟ ବୁଦ୍ଧି ର ହୋଇଥାଏ । ପିତା ମାତା ଙ୍କ କଥା ଆଦୌ ମାନି ନଥାଏ ।
ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ।