ମଣିଷ ଆଜି ଆଧୁନିକ ଯୁଗରେ ପଦାର୍ପଣ କରି ସାରିଥିଲେ ମଧ୍ୟ ଆଜିବି ଆମ ଦେଶର ଅନେକ ଅଞ୍ଚଳରେ କୁତ୍ସିତ ପ୍ରଥାମାନ ପ୍ରଚାଳନ ହୋଇ ଆସୁଛି । ଜାତିପ୍ରଥା ଭଳି କୁତ୍ସିତ ପ୍ରଥା ଆମ ଦେଶରେ ଯୁଗ ଯୁଗରୁ ଚଳିତ ହେଉଛି । ଏବେ ଗଞ୍ଜାମ ଜିଲ୍ଲାରୁ ଏଭଳି ଏକ ଉଦାହରଣ ସାମ୍ନାକୁ ଆସିଛି । ଜଣେ ବାୟୁସେନା ଓ ତାଙ୍କ ଭାଇ ଯିଏକି ଜଣେ ନୌସେନା ଅଫିସର ଉଭୟଙ୍କୁ ଗାଁରୁ ବାସନ୍ଦ କରି ଦିଆଯାଇଛି । ଓଡିଶା ସରକାର ଇଣ୍ଟରକାଷ୍ଟ ମ୍ୟାରେଜକୁ ପ୍ରୋତ୍ସାହନ ଦେବା ସହ ଏଥିପାଇଁ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ହେଲେ ଗଞ୍ଜାମ ଭଳି ଶିକ୍ଷିତ ଜିଲ୍ଲାର ଲୋକେ ସଚେତନ ହୋଇ ପାରୁନାହାନ୍ତି । ସେଠାରେ ଏବେବି ବାସନ୍ଦ ପ୍ରଥା ପ୍ରଚଳିତ ହେଉଛି । ଗାଁର ମୁଖିଆ ଯାହା କହୁଛନ୍ତି ତାକୁ ଗ୍ରାମବାସୀ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ନଚେତ ଗଣିବାକୁ ପଡୁଛି ମୋଟା ଅଙ୍କର ଜୋରିମାନା । ଇଏ ହେଉଛନ୍ତି ଭାରତୀୟ ବାୟୁସେନାରେ କାର୍ଯ୍ୟରତ ନନକମିଶନର ଅଫିସର ଅରିଜିତ ପ୍ରଧାନ । ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲାର ପୋଲସରା ଅନ୍ତର୍ଗତ କଳମ୍ବ ଗାଁର ।
ବାୟୁସେନା ଅଫିସର ଅରିଜିତ ଜଣେ ଅନ୍ୟ ଜାତିର ଝିଅଙ୍କୁ ବିବାହ କରିଥିବାରୁ ଉକ୍ତ ଗାଁର ମୁଖିଆ ତାଙ୍କୁ ଜାତିରୁ ବାସନ୍ଦ କରିଛନ୍ତି । ସେହିପରି ନୌସେନାରେ କାର୍ଯ୍ୟରତ ତାଙ୍କ ଭାଇବିନୟ ପ୍ରଧାନ ସେ ମଧ୍ୟ ଜଣେ ଅନ୍ୟ ଜାତିର ଝିଅଙ୍କୁ ବିବାହ କରିଥିବାରୁ ତାଙ୍କୁ ମଧ୍ୟ ଜାତିରୁ ବାସନ୍ଦ କରାଯାଇଛି । ଗତ ଜାନୁୟାରୀରେ ଅରିଜିତ ବିବାହ କରିଥିଲେ । କିନ୍ତୁ ସେ ବିବାହ କରିଥିବା ଝିଅ ରାଜଶ୍ରୀ ବଳାସୀ ଜାତିର ହୋଇ ନଥିବାରୁ ଗ୍ରାମବାସୀ ମଧ୍ୟରାତ୍ରିରେ ଏକ ସଭା ଡକାଇଥିଲେ ।
ଉକ୍ତ ସଭାରେ ଅରିଜିତଙ୍କ ବାପାଙ୍କୁ ଡକା ଯାଇଥିଲା ଓ ଗାଁରୁ ବାସନ୍ଦ ଘୋଷଣା କରା ଯାଇଥିଲା । ବାସନ୍ଦ ନିୟମ ଅନୁଯାୟୀ ଅରିଜିତଙ୍କ ପରିବାର ଗ୍ରାମର କୌଣସି ସଭାସମିତି, ବିବାହ ଉତ୍ସବ ଓ ଶୁଦ୍ଧିକ୍ରିୟା ଆଦିଆରେ ଯୋଗ ଦେଇପାରିବେ ନାହିଁ । ଅରିଜିତଙ୍କ ବାପାମା ଚାହିଁଲେ ଟଙ୍କା ଦେଇକି ଜାତିରେ ମିଶିପାରିବେ । କିନ୍ତୁ ଅରିଜିତ ଏବଂ ତାଙ୍କ ପତ୍ନୀ ଜୀବନରେ କେବେବି ଆଉ ତାଙ୍କ ଜାତିରେ ମିଶିପାରିବେ ନାହିଁ ।

ପରିବାରର ବା ସମାଜର କୌଣସି ମଧ୍ୟ ଭଲମନ୍ଦ କାର୍ଯ୍ୟରେ ଉଭୟ ଅରିଜିତ ଓ ବିନୟ ଏବଂ ତାଙ୍କ ପତ୍ନୀମାନେ ଯୋଗ ଦେଇପାରିବେ ନାହିଁ ବୋଲି ଗାଁ ମୁଖିଆ ଘୋଷଣା କରିଛନ୍ତି । ଏହା ବ୍ଯତୀତ ଆହୁରି ଅନେକ ସ୍ଥାନରେ ଏବେବି ଜାତିପ୍ରଥା ପାଳିତ ହେଉଛି । ଯାହାକି ଆମ ଭାରତୀୟ ସମ୍ବିଧାନରେ ମଧ୍ୟ ଉଲ୍ଲେଖ ନାହିଁ ।
ତେଣୁ ଏଭଳି ପ୍ରଥା ପ୍ରତି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ଓ ଲୋକମାନେ ମଧ୍ୟ ଏନେଇ ସଚେତନ ହେବା ଉଚିତ । ସେଥିପାଇଁ ଅରିଜିତ ଓ ତାଙ୍କ ପରିବାର ଏହା ବିରୁଦ୍ଧରେ ସ୍ଵତ ଉତ୍ତୋଳନ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।