“ଗଞ୍ଜି ପିନ୍ଧି ଭିଡିଓ, ଲୁଙ୍ଗି ପିନ୍ଧି ଭିଡିଓ…ମୋ ବୋପାଲୋ ଭିଡିଓ…କିନ୍ତୁ ବିଧାନସଭା ଆସି ପାରୁ ନାହାନ୍ତି”- ଏବେ ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କାରଣ କିଛିଦିନ ହେବ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ସେ ଏକ ହାତବାଲା ଧଳା ଗଞ୍ଜି ସାଙ୍ଗକୁ ଲୁଙ୍ଗି ପିନ୍ଧି ନବୀନ ନିବାସରୁ ଚାଲି ଚାଲି ଅଗଣା ଆଡକୁ ଆସୁଛନ୍ତି ଆଉ ଅପର ପଟ କାନ୍ଥରେ ଲାଗିଥିବା ପ୍ରଭୁ ଜଗନ୍ନାଥଙ୍କ ଫଟୋକୁ ହାତ ଯୋଡି ଜୁହାର କରୁଛନ୍ତି ।
ଏହି ଭିଡିଓକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି । କେହି କେହି ନବୀନ ବାବୁଙ୍କ ଏହିଭଳି ବ୍ୟବହାରକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକେ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଉଛନ୍ତି । କାରଣ ହିନ୍ଦୁଧର୍ମ ଅନୁସାରେ ଯଦି କେହି ଲୁଙ୍ଗି, ଗାମୁଛା କିମ୍ବା ଧୋତି ପିନ୍ଧିଥାନ୍ତି ତେବେ ପୂଜା କରିବା ସମୟରେ କଛା ମାରିବା ରୀତିନୀତି ରହିଛି । କିନ୍ତୁ ନବୀନ ବାବୁ ବିନା କଛା ମାରି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରୁଛନ୍ତି ।
ତେବେ ବିଶେଷ କରି ନିଜ ବ୍ୟକ୍ତିଗତ ଜୀବନକୁ ଜନ ସାଧାରଣଙ୍କ ଠାରୁ ଦୂରେଇ ରଖନ୍ତି ନବୀନ ବାବୁ । କିନ୍ତୁ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଲୋକେ ପ୍ରଶ୍ନ ଉଠାନ୍ତି କିମ୍ବା କୌଣସି ନିର୍ବାଚନ ପାଖେଇ ଆସେ ତେବେ ନବୀନ ବାବୁଙ୍କର କିଛି ଭିଡିଓ ପ୍ରକାଶ ପାଇବାର ଦେଖିବାକୁ ମିଳେ । ଯାହାକୁ ନେଇ ସୁର ଭାଇ ଖୁଲମ ଖୁଲା ପ୍ରତିକ୍ରିୟା ରଖିଛନ୍ତି । ସେ ଆରମ୍ଭରୁ କହିଥିଲେ କି, “ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକ୍ଟିଭ ରୁହନ୍ତୁ, ଜଗନ୍ନାଥ ଆଲ୍ଲା ଯୀଶୁ ତାଙ୍କୁ ଶକ୍ତି ଦିଅନ୍ତୁ ।
ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁ, କିନ୍ତୁ ସେ ଅଭିନୟ ନ କରନ୍ତୁ । କାଲି କେଉଁଠି ଠିଆ ହୋଇ ଭିଡିଓ, ଆଜି ନାଚ ଦେଖୁଛନ୍ତି ଭିଡିଓ, କେଉଁଠି ହାପ୍ ପ୍ଯାଣ୍ଟ ପିନ୍ଧି ଭିଡିଓ ତ କେଉଁଠି ବାରବେଲ ଟେକି ଭିଡିଓ । କେବଳ ଏହା ଜଣେଇବା ପାଇଁ କି ମୋ ସ୍ୱାସ୍ଥ୍ୟ ଭଲ ଅଛି ମୁଁ ଭଲ ଅଛି । ଆଉ ଓଡିଶାବାସୀଙ୍କ ବାସୀଙ୍କ ପାଇଁ ତାଙ୍କ ହୃଦୟ ଫାଟି ଯାଉଛି । ଖାଲି କହୁଛନ୍ତି ଓଡିଶାବାସୀଙ୍କ ମଙ୍ଗଳ ହେଉ ।
ଆରେ ଆଗେ ନିଜେ କେମିତି ଭଲ ରହିବ ଦେଖ । କେବଳ ଭୋଟ ପାଇଁ ଏହି ଆକଟିଂ । ନହେଲେ ସବୁବେଳେ ଖାଲି ଭିଡିଓ । ନିର୍ବାଚନ ଆସିଲେ ତାଙ୍କ ଭିଡିଓ ପ୍ରଚାର ଜୋରରେ ହୁଏ ।” ନବୀନ ବାବୁ ବିଧାନସଭା ଯାଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସୁର ଭାଇ । ଏହା ସହ ସେ କହିଛନ୍ତି କି ଆଗାମୀ ନିର୍ବାଚନରେ ଲୋକେ ଏହାର ଜବାବ ଦେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।