ଗଳାରେ ଦରଜ ହେଉଛି କି ? ଜାଣନ୍ତୁ କଣ କରିବେ ! -Dr N Himanshu Choudhury

ଟନସିଲର ଇଂଫେକସନକୁ ଟନ୍ସିଲାଇଟ୍ସ କୁହାଯାଏ । ଟନସିଲ ଆମ ଜିଭର ଦୁଇ ପାର୍ଶ୍ଵରେ ଗଳା ତଳେ ରହିଥାଏ । ଟନଶିଲର କାମ ହେଉଛି ଯେତେବେଳେ ପିଲା ମାନେ ଛୋଟ ଥାନ୍ତି ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଏହା ବଢାଇଥାଏ । କିନ୍ତୁ ଯେତେବେଳେ ପିଲା ମାନେ ବଡ ହୋଇଥାନ୍ତି ଟନସିଲ କାମ କରିବା ବନ୍ଦ ହୋଇଯାଏ ।

ଟନସିଲ ହେଉଛି ୨ ପ୍ରକାରର ଏକ୍ଯୂଟ ଟନ୍ସିଲାଇଟ୍ସ ଓ ଟ୍ୟୁନିକ ଟନ୍ସିଲାଇଟ୍ସ । ଯଦି ସପ୍ତାହେ ଯାଏଁ ଟନସିଲ ହୋଇଥାଏ ତେବେ ତାହାକୁ ଏକ୍ଯୂଟ ଟନ୍ସିଲାଇଟ୍ସ ଓ ଅନେକ ଦିନ ଯାଏଁ ଟନସିଲ ରହିଲେ ତାହାକୁ ଟ୍ୟୁନିକ ଟନ୍ସିଲାଇଟ୍ସ କୁହାଯାଏ । ଏକ୍ଯୂଟ ଟନ୍ସିଲାଇଟ୍ସ ହେଲେ ଗଳାରେ କଷ୍ଟ ହୋଇଥାଏ । ଏହା ସହ ଖାଇବା ବେଳେ କଷ୍ଟ ହୁଏ ବା କାନରେ ଯନ୍ତ୍ରଣା ହେବ ସହ ଜ୍ଵର ମଧ୍ୟ ହୋଇଥାଏ । ଟନସିଲରେ ବେଳେବେଳେ ଧଳା ସ୍ପାତ ଦେଖାଯାଏ । ବେଳେବେଳେ ପିଲାଙ୍କର ଟନ୍ସିଲାଇତ୍ସ ସହ ଏଥେନାଇଟ୍ସ ବଢିଥାଏ ।

ଯେତେବେଳେ ଏହା ହୋଇଥାଏ ତେବେ ପିଲା ମାନେ ନିସବା ନେବାରେ କଷ୍ଟ ଅନୁଭବ କରିଥାନ୍ତି, ରାତିରେ ପାଟି ଖୋଲିକି ସୋଇଥାନ୍ତି, ଧଇଁସଇଁ ହୋଇଥାନ୍ତି । ଯଦି ଏକ୍ଯୂତ ଟନ୍ସିଲାଇଟ୍ସ ବାରମ୍ବାର ହୋଇଥାଏ ତେବେ ଏହା ଧୀରେ ଧୀରେ ତୋନିକ ଟନ୍ସିଲାଇଟ୍ସରେ ପରିଣତ ହୋଇଥାଏ । ଟୋନିକ ଟନ୍ସିଲାଇଟ୍ସ ହେଲେ ପିଲା ମାନେ ଘୁଙ୍ଗୁଡି ମାରିଥାନ୍ତି ଯାହା ଫଳରେ ସେମାନକର ବିକାଶ ହୁଏ ନାହି । ଏହା ସହ ପିଲାର ଶରୀର ଯନ୍ତ୍ରଣା ହେବା ସହ ସେ ଦୁର୍ବଳ ଅନୁଭବ କରିଥାଏ । ଏହା ସହ ପିଲା ଖାଇବାକୁ ମଧ୍ୟ କଷ୍ଟ ଅନୁଭବ କରିଥାଏ ।

ଅଧିକାଂଶ ଭାଇରସ ଇଂଫେକସନ ଦ୍ଵାରା ଟନ୍ସିଲାଇଟ୍ସ ହୋଇଥାଏ । କିଛି ପିଲା ବାହାର ଖାଦ୍ଯ ପାଣି ପିଇବା ଦ୍ଵାରା ସେମାନଙ୍କର ଟନ୍ସିଲାଇଟ୍ସ ହୋଇଥାଏ । ଯେତେବେଳେ ଶରୀରରେ ଇମ୍ୟୁନିଟି ପାୱାର କମ ହୋଇଥାଏ ସେତେବେଳେ ବାରମ୍ବାର ଟନ୍ସିଲାଇଟ୍ସ ଅଧିକ ହୋଇଥାଏ । ବାରମ୍ବାର ଟନ୍ସିଲାଇଟ୍ସ ହେଲେ ତାହାର ଆକରା ବଢିଯାଏ ତେବେ ଅଧିକ କଷ୍ଟ ଅନୁଭବ ହୋଇଥାଏ । ଯେତେବଳେ ଟନସିଲ ଅଧିକ ଇଂଫେକସନ ହୋଇଯାଏ ତେବେ ତାହା ପୂଜ ହୋଇଯାଏ । ଏହା ହେବା ଦ୍ଵାରା ଖାଇବାରେ କଷ୍ଟ ହେବା ସହ କଥାବାର୍ତ୍ତା ମଧ୍ୟ କରି ହୁଏ ନାହି ।

ଏହା ଅଛଡା ବାରମ୍ବାର ଇଂଫେକସନ ହେଲେ ଗଳାରେ ଭିତରେ ଗ୍ଲାମସ ବଢିଥାଏ । ଅଧିକ ଟନସିଲ ଇନଫେକସନ ହେଲେ ଲୋକଙ୍କର ଯଏଣ୍ଟ ପେନ ହେବା ସହ ହାର୍ଟରେ ମଧ୍ୟ ପ୍ରଭାବ ପକାଇଥାଏ । ଅନ୍ୟ ଏକ ଟନସିଲ ହେଉ ଡିପଥେରିୟା ଯାହା କିଛି ମାତ୍ରାରେ ଇଂଫେକସନ ହୋଇଥାଏ । ଟନସିଲ ହୋଇଥିଲେ ମେଡ଼ିସିନ ୫ରୁ ୭ ଦିନ ଯାଏଁ ଦିଆଯାଏଆ । ବର୍ତ୍ତମାନ ମେଡିକାଲ ସାଇନ୍ସ ଆଗେଇ ଥିବାରୁ ଆଣ୍ଟିବେଟିକ ମେଡ଼ିସିନ ଦିଆଯାଏ । ଯଦି ଟନସିଲ ବର୍ଷକୁ ୩ରୁ ୪ ତାହାର ହେଉଥାଏ ତେବେ ଏହାର ମେଡ଼ିସିନ ଦ୍ଵାରା ଚିକିତ୍ସା କରାଯାଇ ପାରିବ ।

କିନ୍ତୁ ଯେତେବେଳେ ଟନସିଲ ବଢି ଖାଇବାରେ କଥା କହିବାରେ କଷ୍ଟ ହୁଏ ତେବେ ସର୍ଜରୀ କରାଯାଏ । ଅପରେସନ ନିଶା ଦ୍ଵାରା ଟନସିଲ ସର୍ଜରୀ କରାଯାଏ । ଅପରେସନ ହେବା ଦ୍ଵାରା ଇମ୍ୟୁନିଟି ପାୱାରରେ କୌଣସି ପ୍ରଭାବ ଦେଖାଯାଏ ନାହି । ଟନସିଲ ରୋକିବା ପାଇଁ ବାହାର ଖାଇବା ବନ୍ଦ କରିବା ଉଚିତ । ଏହା ସହ ଶରୀରର ଇମ୍ୟୁନିଟି ପାୱାର ବଢେଇବା ଦରକାର । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।