ଗାଈ ଟି ପ୍ରତିଦିନ ଏହି ଡ୍ରେସ ଦୋକାନକୁ ଆସି ବସି ରହିଥାଏ, କାରଣ ଜାଣିଲେ ଆପଣ ଚମକି ପଡିବେ !

ହିନ୍ଦୁଧର୍ମରେ ଗାଈକୁ ମା ଲକ୍ଷ୍ମୀଙ୍କ ଦର୍ଜା ଦିଆଯାଇଛି । ଗାଈ ଭିତରେ ୩୩ କୋଟି ଦେବାଦେବୀ ବାସ କରନ୍ତି ବୋଲି ବିଶ୍ବାସ କରାଯାଏ । ସେଥିପାଇଁ ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜାରେ ବିଶେଷ କରି ଗାଈର ପୂଜା କରାଯାଏ । ବିଶ୍ବାସ କରାଯାଏ କି ପ୍ରାଚୀନ କାଳରେ ଦେବତାମାନେ ମଧ୍ୟ ଗାଈକୁ ପୂଜା କରୁଥିଲେ । ବେଦରେ ମଧ୍ୟ ପ୍ରତ୍ଯେକ ମନୁଷ୍ୟକୁ ଗାଈ ପାଳନ କରିବାକୁ ଓ ତାଙ୍କର ପୂଜା କରିବାକୁ ମଧ୍ୟ କୁହାଯାଇଛି ।

ଯେଉଁ ବ୍ୟକ୍ତି ଗାଈକୁ ପ୍ରତିଦିନ ପୂଜା କରେ ଏବଂ ତାଙ୍କୁ ବସିବାକୁ ଜାଗା ଦିଏ, ସେହି ବ୍ୟକ୍ତିଙ୍କ ଘରେ ସାକ୍ଷାତ ମା ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ । ଏହି କଥାକୁ ସତ୍ୟ ପ୍ରମାଣିତ କରି ଦେଖାଇଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ଲୁଗା ବ୍ୟବସାୟୀ । ଏହି ବେପାରୀଙ୍କ ଦୋକାନକୁ ପ୍ରତିଦିନ ଗୋଟିଏ ଗାଈ ଆସୁଥିଲା । ଆରମ୍ଭରେ ସେ ଗାଈକୁ ସେଠାରୁ ଅଡେଇ ଦେଉଥିଲେ । କିନ୍ତୁ ଏମିତି ୩-୪ ମାସ ଧରି ଗାଈଟି ସେଠାକୁ ଆସିବାକୁ ଲାଗିଲା ।

ଗାଈକୁ ପ୍ରତିଦିନ ଏମିତି ଆସିବାର ଦେଖି ଦୋକାନୀଟି ଷ୍ଟାଫ ମାନଙ୍କ ସହ ବିଚାର ଚର୍ଚ୍ଚା କରି ଶେଷରେ ଦୋକାନ ଭିତରେ ଗାଈ ପାଇଁ ଏକ ଆସନ ପ୍ରସ୍ତୁତ କଲେ । ଏହା ପରଠାରୁ ପ୍ରତ୍ଯେକ ଦିନ ଗାଈ ଦୋକାନ ଭିତରକୁ ଆସି ପ୍ରାୟ ୩-୪ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ଭିତରେ ଆରାମ କରେ ଓ ଚାଲିଯାଏ । ଏହି ସମୟ ମଧ୍ୟରେ ଗାଈ ସେଠାରେ ପରିସ୍ରା କରେ ନାହିଁ କି ଗୋବର ମଧ୍ୟ କରେ ନାହିଁ । ଏପରିକି ଗାଈ କୌଣସି ଗ୍ରାହକଙ୍କୁ ହଇରାଣ ମଧ୍ୟ କରନ୍ତି ନାହିଁ । ଏହି କଥା ସବୁଆଡେ ଚର୍ଚ୍ଚା ହେବା ପରେ ଗାଈକୁ ଦେଖିବାକୁ ଲୋକେ ସେଠାରେ ଭିଡ ଜମାଉଥିଲେ ।

ଏହି ଘଟଣା ପରଠାରୁ ସ୍ଥାନୀୟ ବାସିନ୍ଦା ମାଣିବାକୁ ଲାଗିଲେ ଏହି ଦୋକାନ ଉପରେ ଗୋମାତାଙ୍କ ବିଶେଷ କୃପା ରହିଛି ଓ ସେଠାରୁ କିଣା ଯାଉଥିବା ବସ୍ତୁରେ ମଧ୍ୟ ଗୋମାତାଙ୍କ ଆଶୀର୍ବାଦ ରହିଛି । ସେଥିପାଇଁ ଅନେକ ଲୋକ ତାଙ୍କ ଦୋକାନକୁ ଲୁଗା କିଣିବାକୁ ଆସନ୍ତି ଓ କିଣିବା ପରେ ଗାଈର ମଥାରେ ତାହା ଛୁଆଁଇ ତଥା ଆଶୀର୍ବାଦ ନେଇ ସେଠାରୁ ଯାଆନ୍ତି । ଦୋକାନ ମାଲିକଙ୍କ କହିବା ଅନୁଯାୟୀ ଯେବେ ଠାରୁ ସେ ଗାଈକୁ ତାଙ୍କ ଦୋକାନ ମଧ୍ୟରେ ଆସନ ଦେଇଛନ୍ତି, ସେବେଠାରୁ ତାଙ୍କ ଆୟ ଦ୍ଵିଗୁଣ ହୋଇଯାଇଛି ।

ତେବେ ଗାଈଟି ଗତ ଛଅ ବର୍ଷ ଧରି ଦୋକାନକୁ ଏମିତି ଆସୁଛି । ଗାଈ ଏପରି ଏକ ଜୀବ ଯାହାର ମୂତ୍ର, ଗୋବର ସହ ପ୍ରତ୍ଯେକ ଅଙ୍ଗକୁ ପବିତ୍ର ବୋଲି ମାନାଯାଏ । ଗାଈର ଗୋବର କୃଷି ପାଇଁ ଅମୃତ ସମାନ ବୋଲି ମାନାଯାଏ । ଏହି ଅମୃତ କାରଣରୁ ହଜାର ହଜାର ବର୍ଷ ଧରି ଭାରତୀୟ ଭୂମିରେ ସୁନା ଫଳି ଆସୁଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କୁ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।