Vastu Shastra- ଶ୍ରୀକୃଷ୍ଣ କୁହନ୍ତି ପ୍ରତିଦିନ ଗାଈର ଏହି ଅଙ୍ଗ ଛୁଇଁବା ଦ୍ୱାରା ଦୂର ହୋଇଯାଏ ଦରିଦ୍ରତା

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଗାଈ ସମସ୍ତ ସଂସାରର ମା ଅଟେ । ଗାଈ ଗୋଟିଏ ଦିବ୍ୟ ପ୍ରାଣୀ ଅଟେ । ଯେଉଁ ଘରେ ଗାଈ ଥାଏ ସେହି ଘରେ ସମସ୍ତ ପ୍ରକାରର ବାସ୍ତୁ ଦୋଷ କଟିଯାଏ । ଧର୍ମଗ୍ରନ୍ଥ ଅନୁସାରେ ଗାଈ ମଧ୍ୟରେ ସମସ୍ତ ଦେବାଦେବୀ ବାସ କରନ୍ତି । ଗାଈ ପୂଜା କରିବା ଦ୍ବାରା ସମସ୍ତ ଦେବାଦେବୀଙ୍କ ପୂଜା ଫଳ ପ୍ରାପ୍ତ ହୋଇଥାଏ । ଗାଈ ଉପରେ ସମସ୍ତ ନକ୍ଷତ୍ରର ପ୍ରଭାବ ପଡିଥାଏ । ଖାଈର ମଝି ହାଡରେ ସୂର୍ଯ୍ୟ କେତୁ ନାଡି ହୋଇଥାଏ, ଯାହା ସୂର୍ଯ୍ୟ କିରଣରେ ରକ୍ତରେ ସ୍ବର୍ଣ୍ଣକ୍ଷେତ୍ର ବନାଇ ଥାଏ ।

ସ୍ବର୍ଣ୍ଣକ୍ଷେତ୍ର ଗାଈର ଦୁଧରେ ବିଦ୍ୟମାନ ହୋଇଥାଏ । ଯାହା ମନୁଷ୍ୟ ପାଇଁ ଅମୃତସହ ସମାନ ହୋଇଥାଏ । ଏହି ସ୍ବର୍ଣ୍ଣକ୍ଷେତ୍ର ପାଇଁ ଗାଈର ଦୁଧ ହାଲକା ହଳଦିଆ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଗୋମାତାର ପୂଜା କରିବା ଦ୍ବାରା କେଉଁ କେଉଁ ଫଳ ଆମକୁ ମିଳିଥାଏ, ଏହା ସହିତ ଘରେ ବାସ୍ତୁ ଦୋଷ ନଷ୍ଟ କରିବା ପାଇଁ କେଉଁ କେଉଁ ଉପାୟ କରିବା ଦରକାର ଏବଂ ଗାଈର କେଉଁ ଅଙ୍ଗକୁ ସ୍ପର୍ଶ କରିବା ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ମାନନ୍ତି । ତେବେ ଆସନ୍ତୁ ଜାଣିବା ।

ସନାତନ ହିନ୍ଦୁ ଧର୍ମର ଗାଈ, ଗଙ୍ଗା ଏବଂ ଗାୟତ୍ରୀ ମନ୍ତ୍ର ର ଅନେକ ମହତ୍ତ୍ଵ ରହିଛି । ଶାସ୍ତ୍ର ଅନୁସାରେ ଗାଈ ମଧ୍ୟରେ ୩୩କୋଟି ଦେବାଦେବୀ ରହୁଛନ୍ତି ଏବଂ ଯେଉଁ ଜାତକ ନିତିଦିନ ଗାଈର ସେବା କରେ ତାହା ଉପରେ ଦେବାଦେବୀଙ୍କ କୃପା ବରଷି ଥାଏ । ଯିଏ ଗାଈର ସେବା କରେ ତାକୁ ସେ ମା ବୋଲି ମାନେ ଏବଂ ଗୋମାତା ତାର ସମସ୍ତ ଦୁଃଖ କଷ୍ଟ ଦୂର କରିଦିଏ ଏବଂ ସେହି ଜାତକର ସମସ୍ତ ମନସ୍କାମନା ପୂରଣ କରିଥାଏ । କୁହାଯାଏ ସୂର୍ଯ୍ୟାସ୍ତ ପରେ ଗାଈ ଯେତେବେଳେ ଘରକୁ ଫେରେ, ତାହା ପାଦର ଧୁଳି ସମସ୍ତ ପାପ ଧୋଇ ନିଏ ।

ଯଦି ବ୍ୟକ୍ତି ସମସ୍ତ କାର୍ଯ୍ୟରେ ଅସଫଳ ତେବେ ଗୋମାତାକୁ ସବୁଜ ଖାଦ୍ୟ ଖାଇବାକୁ ଦବା ଦରକାର । ଏହାଦ୍ବାରା ବୁଧଗ୍ରହ ଦଶା ଠିକ୍ ହୋଇଯାଏ । ଯଦି ଆପଣଙ୍କର ମଙ୍ଗଳଦଶା ପଡ଼ିଥାଏ ତେବେ ବ୍ରାହ୍ମଣ କିମ୍ବା କୈାଣସି ଗରିବଙ୍କୁ ଗାଈ ଦାନ କରନ୍ତୁ । ଯଦି ନବଗ୍ରହ ଶାନ୍ତ କରିବାକୁ ଚାହୁଁଛନ୍ତି ତେବେ କାଳିଗାଈ ଦାନ କରନ୍ତୁ । ଯଦି ଆପଣ କୈାଣସି କାର୍ଯ୍ୟରେ ଅସଫଳ ତେବେ ଗୋମାତାକୁ ରୁଟି ଖାଇବାକୁ ଦିଅନ୍ତୁ ଏବଂ ତାଙ୍କ କାନରେ ମନ କଥା କୁହନ୍ତୁ ।

ଗାଈର ନିୟମିତ ପୂଜା କରିବା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଏବଂ ଘରର ଆର୍ଥିକ ସ୍ଥିତି ମଜବୁତ୍ ହୋଇଥାଏ । ଯଦି ପିତୃ ଦୋଷରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ଅମାବାସ୍ୟା ଦିନ ଗାଈକୁ ରୁଟି ଗୁଡ଼ ଖାଇବାକୁ ଦିଅନ୍ତୁ । ଗୋମାତା ପିଠିରେ ଏକ ଉଠିଥିବା କୁଜରେ ହାତ ମାରିଲେ ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ସମସ୍ତ ବାସ୍ତୁ ଦୋଷ ମଧ୍ୟ ।