ମୁହଁରେ ସରକାରୀ ଫାଇଲ ନେଇ ଚମ୍ପଟ ମାରିଲା ଛେଳି, ଗୋଡେଇ ଗୋଡେଇ ହାଲିଆ ହୋଇଗଲେ କର୍ମଚାରୀ, ଏହି ଭିଡିଓ ଦେଖିଲେ ଆପଣ ବି ହସ ସମ୍ଭାଳି ପାରିବେନି, ଦେଖନ୍ତୁ Video

ଗାଡିରେ ପରିବା ଟାଙ୍ଗି ଟିକେ ମୁହଁ ବୁଲାଉ ବୁଲାଉ ଗାଈ ବା ଷଣ୍ଢ ପରିବା ଆତ୍ମସାତ କରି ଦେଇଥିବାର ଆପଣ ଅନେକ ଥର ଦେଖିଥିବେ କିମ୍ବା ଆପଣଙ୍କ ସହ ମଧ୍ୟ ଏମିତି ହୋଇଥିବ । କିନ୍ତୁ କେବେ ଛେଳି ସରକାରୀ ଅଫିସର କାଗଜପତ୍ର ଧରି ପଳାଉଥିବାର ଆପଣ ଦେଖିଛନ୍ତି କି ? ଆଜି ଆମେ ଆପଣଙ୍କୁ ଏକ ଭି-ଡି-ଓ ଦେଖାଇବୁ ଯେଉଁଥିରେ କ୍ଷେତ୍ର ପଞ୍ଚାୟତ କାର୍ଯ୍ୟଳୟର କର୍ମଚାରୀଙ୍କ ଅବହେଳା ସାମନାକୁ ଆସିଛି । କାର୍ଯ୍ୟଳୟରେ ଗୋଟିଏ ଛେଳି ପଶି ସରକାରୀ ଫାଇଲ ନେଇ ପଳାଇ ଯାଉଥିବା ବେଳେ ବାହାରେ ଖରା ଖାଉଥିଲେ କର୍ମଚାରୀ ।

ଜଣେ କର୍ମଚାରୀ ଦେଖିଥିଲେ ଛେଳି ଟିଏ କୌଣସି ଏକ କାଗଜ ପାଟିରେ ନେଇ ପଳାଉଛି । ତେବେ କୌଣସି ଜରୁରୀ କାଗଜପତ୍ର ହୋଇଥିବ ଭାବି ସେ ଛେଳି ପଛେ ପଛେ ଗୋଡାଇଥିଲେ । କିନ୍ତୁ ଛେଳିଟି ତାଙ୍କୁ ସହଜରେ ଧରା ଦେଇ ନଥିଲା । ଛେଳି ଆଗେ ଆଗେ ଆଉ କର୍ମଚାରୀ ତା’ ପଛେ ପଛେ ଦୌଡିଥିଲେ । ଛେଳିଟି ପାଟିରେ କାଗଜ ନେଇ ଧରା ଦେବାର ନାଁ ନେଉ ନଥିଲା । ସତେ ଯେମିତି ସେ ଗୋଡାଗୋଡି ଖେଳୁଥିଲା ଲୋକଟି ସହ । କର୍ମଚାରୀଟି ମଧ୍ୟ ଖୁବ୍ ଯତ୍ନର ସହ ଛେଳି ପଛରେ ଗୋଡାଇ ଥିଲା ।

ତେବେ ଅନେକ ସମୟ ଧରି ଗୋଡାଗୋଡି ହେବା ପରେ ଯାଇ ଛେଳି ମୁହଁରୁ କାଗଜଟିକୁ ଆଣି ପଡ଼ିଥିଲେ ସେହି ବ୍ୟକ୍ତି ଜଣକ । ଏହିପରି ଏକ ରୋଚକ ଘ-ଟ-ଣା ଦେଖିବାକୁ ମିଳିଛି କାନପୁରର ଏକ କ୍ଷେତ୍ର ପଞ୍ଚାଯତ କାର୍ଯ୍ୟଳୟ ବାହାରେ । ଯାହାର ଭି-ଡି-ଓ ଏବେ ଖୁବ୍ ଭା-ଇ-ରା-ଲ ହେବାରେ ଲାଗିଛି । ବ୍ୟକ୍ତି ଜଣକ କାଗଜଟି ପାଇଁ ଛେଳି ପଛରେ ଗୋଡାଉଥିବା ବେଳେ କେହି ଜଣେ ଏହି ଦୃଶ୍ୟର ଭି-ଡି-ଓ ବନାଇଥିଲେ ଏବଂ ସୋ-ସି-ଆ-ଲ ମି-ଡି-ଆ-ରେ ପୋଷ୍ଟ କରି ଦେଇଥିଲେ ।

ଯାହାଫଳରେ ଭି-ଡି-ଓ-ଟି ନିଆଁ ଭଳି ଭା-ଇ-ରା-ଲ ହେଉଛି । ଆଉ ଲୋକଙ୍କୁ ମଧ୍ୟ ଖୁବ୍ ପସନ୍ଦ ହେଉଛି । ଏହି ଭି-ଡି-ଓ ଦେଖିବା ପରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଏହି ଭି-ଡି-ଓ-ରୁ ସରକାରୀ ଅଫିସର କାର୍ଯ୍ୟ ଶୈଳୀ ସାମନାକୁ ଆସିଛି । ସରକାରୀ ଅଫିସରେ ସମସ୍ତ କାର୍ଯ୍ୟ କେବେ ମଧ୍ୟ ଶୀଘ୍ର ହୁଏ ନାହିଁ, ସେଠାକୁ ବାରମ୍ବାର ଦୌଡିବାକୁ ପଡେ ବୋଲି ଆପଣ ଶୁଣିଥିବେ ବା ନିଜେ ଅଙ୍ଗେ ମଧ୍ୟ ନିଭାଇଥିବେ ।

ତେବେ ଏହି ଭି-ଡି-ଓ ଭାଇରାଲ ହେବା ପରେ ଲୋକେ ପଞ୍ଚାୟତ ଅଫିସର କର୍ମଚାରୀଙ୍କ ଉପରେ ଖୁବ୍ ବର୍ଷୁଛନ୍ତି । ଆଉ କିଛି ଲୋକ କେବଳ ଛେଳିର ଚଗଲାମି ଦେଖି ଖୁବ୍ କୌତୁହଳ ହୋଇ ଯାଉଛନ୍ତି । ତେବେ ଆପଣଙ୍କ ସହ କେବେ ଏମିତି ହୋଇଛି କି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।