ଗାଈକୁ ଦେଖୁ ଦେଖୁ କରିଦିଅନ୍ତୁ ଏହି ଗୋଟିଏ କାମ, ସବୁ ଇଛା ପୂରଣ ହୋଇଯିବ… (Astrology)

ବନ୍ଧୁଗଣ ଗାଈଙ୍କୁ ଆମ ହିନ୍ଦୁ ଧର୍ମ ଶାସ୍ତ୍ରରେ ଗୋମାତାର ସ୍ଥାନ ଦିଆଯାଇଛି । ଶାସ୍ତ୍ରର ମାନ୍ୟତା ଅନୁସାରେ ଗୋମାତାଙ୍କ ଠାରେ ସବୁ ଦେବାଦେବୀ ବାସ କରିଥାନ୍ତି । ତେଣୁ ଗାଈ ଆମ ମାନଙ୍କ ପାଇଁ ପୂଜନୀୟ ଅଟନ୍ତି । ଆମ ସମସ୍ତଙ୍କୁ ଗୋମାତାଙ୍କର ସେବା କରିବା ନିତାନ୍ତ ଦରକାର ହୋଇଥାଏ । ଗୋମାତାଙ୍କର ସେବା, ଯତ୍ନ କରିବା ସହ ତାଙ୍କୁ ଖାଇବାକୁ ଦେଲେ । ସମସ୍ତ ଦେବାଦେବୀଙ୍କର ଆଶ୍ରୀବାଦ ମିଳିଥାଏ ।

ତେବେ ବନ୍ଧୁଗଣ ଗାଈକୁ ଦେଖିବା ମାତ୍ରେ କେଉଁ କାମ କରିଲେ ବହୁତ ପୂଣ୍ୟଫଳ ମିଳିଥାଏ ଆସନ୍ତୁ ସେ ସମ୍ପର୍କରେ ଆଜି ଏଠାରେ ଆଲୋଚନା କରିବା । ହିନ୍ଦୁ ଧର୍ମ ଅନୁସାରେ ଗାଈଙ୍କୁ ପୂଜା କରାଯାଇଥାଏ । କାରଣ ସେ ଆମର ଗୋମାତା ଅଟନ୍ତି । ଏପରିକି ତାଙ୍କର ଗୋମୟ ଅର୍ଥାତ ଗୋବର ଏବଂ ଗୋମୁତ୍ର ଅନେକ ପୂଜା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ଗାଈ ଠାରୁ ମିଳୁଥିବା କ୍ଷୀର ଆମ ପାଇଁ ଅମୃତ ସମାନ ଅଟେ । ଏହି ସବୁ କଥା ଉପରେ ଧ୍ୟାନ ପକାଇଲେ ଆମେ ଜାଣିବାକୁ ପାଇବା ।

ଯେ ଗାଈ ଠାରୁ ଆମେ କେତେ ଉପକାର ପାଇପାରୁଛୁ । ଯେଉଁ ଲୋକ ହୃଦୟରୁ ଗାଈ ମାନଙ୍କର ସେବା, ଆଦର କରିଥାଏ । ସେହି ଲୋକଙ୍କୁ ଗୋମାତାଙ୍କର ଆଶ୍ରୀବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଆପଣଙ୍କୁ ଆମେ ଆଗରୁ କହି ରଖିଛୁ। ଯେ ଗାଈ ଠାରେ ସବୁ ଦେବାଦେବୀ ମଧ୍ୟ ବାସ କରିଥାନ୍ତି । ତେଣୁ ଗାଈଙ୍କ ସେବା କରୁଥିବା ଲୋକଙ୍କୁ ଘରକୁ କେବେବି କୌଣସି ବଡ ସମସ୍ଯା ଆସିନଥାଏ ।

ଆପଣ ଗାଈ ମାନଙ୍କୁ କେବେବି ବାସି ଖାଦ୍ୟ ଦିଅନ୍ତୁ ନାହିଁ । ସବୁବେଳେ ଆପଣଙ୍କ ରୋଷେଇର ପ୍ରଥମ ଖାଦ୍ୟ ଗାଈଙ୍କୁ ଦେବା ଉଚିତ ବୋଲି ମାନାଯାଇଥାଏ । ଗାଈମାନଙ୍କୁ ଆପଣ କେବେବି ଅଇଁଠା ଖାଦ୍ୟ ଦିଅନ୍ତୁ ନାହିଁ । ଏହାଦ୍ୱାରା ଆପଣ ଦରିଦ୍ର ହୋଇଯାଇଥାନ୍ତି ଓ ମାତା ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯାଇଥାଆନ୍ତି । ଗାଈ ମାନଙ୍କୁ ପୁଜିବା ଦ୍ୱାରା ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତିର ବାତାବରଣ ଦେଖାଦେଇଥାଏ ।

ବାଟରେ ଗାଈକୁ ଦେଖିଲାମାତ୍ରେ ଆପଣ ଯଦି ଗାଈକୁ ଖାଇବାକୁ ଦିଅନ୍ତି ତାହେଲେ ଆପଣଙ୍କୁ ବହୁତ ପୁଣ୍ୟ ମିଳିଥାଏ । ଯେଉଁ ବ୍ୟକ୍ତି ଘରୁ ବାହାରିବା ବେଳେ ବା ରାସ୍ତାଘାଟ ଯେଉଁଠାରେ ବି ଗାଈଙ୍କୁ ଦେଖନ୍ତି । ତାଙ୍କୁ ଯଦି ଆପଣ ନିଜ ସମର୍ଥ ଅନୁସାରେ କିଛି ଖାଇବାକୁ ଦିଅନ୍ତି । ତେବେ ଆପଣଙ୍କର ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ ।

ଆପଣ ତଥା ଆପଣଙ୍କ ପରିବାରର ଅନେକ ମଙ୍ଗଳ ହୋଇଥାଏ । ଆଶା କରୁଛୁ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ