ଆଜି ସ୍ଵାର୍ଥପର ଦୁନିଆରେ ମଣିଷ ନିଜ ସ୍ଵାର୍ଥ ସରିଗଲା ପରେ ଆଉ କାହାକୁ ଚିହ୍ନି ନଥାଏ । କିନ୍ତୁ ଏହି ସ୍ଵାର୍ଥପର ଦୁନିଆରେ ନିଃସ୍ଵାର୍ଥପର ପ୍ରେମର ଏକ ନିଚ୍ଛକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ଓ ଦେଖିବା ଲୋକର ଆଖି ଭିଜାଇ ଦେଉଛି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ବି ରାସ୍ତାମଝିରେ ଗୋଟିଏ କୁକୁର ଏକ ଅଟୋ ପଛରେ ତୀବ୍ରଗତିରେ ଦୌଡୁଛି । ଏହାକୁ ଦେଖିବା ଲୋକ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି କି କୁକୁରଟି କାହିଁକି ଏମିତି ଧାଉଁଛି ?

ସତେ ଯେମିତି ସେହି ଅଟୋ ଭିତରେ ଏହି ନିରୀହ କୁକୁରଟିର କଣ ଗୋଟେ ରହିଯାଇଛି । କୁକୁରଟି ଧାଉଁଥିବା ବେଳର ଏହି ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଆଉ ପୁରା ଘଟଣା ଜଣାପଡିବା ପରେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଉଛି । ଏହି ଦୃଶ୍ୟଟି ହେଉଛି ଉତ୍ତରପ୍ରଦେଶ ଆଗ୍ରାର । ଆଗ୍ରାର ଚବିଶପୁରା ସ୍ଥାନରେ ରହୁଥିବା ଜଣେ ବ୍ୟକ୍ତି ନିଜ ଭଡାଘର ବଦଳାଇ ଥିଲେ । ବ୍ୟକ୍ତିଜଣକ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଶିଫ୍ଟ ହେଉଥିଲେ ।
ସେହି ବ୍ୟକ୍ତିଙ୍କ ଛୋଟ ଝିଅର ସାଙ୍ଗ ହେଉଥିଲା ଗୋଟିଏ ବୁଲା କୁକୁର ଟିଏ । କୁକୁରଟି ତା ସାଙ୍ଗ ତାକୁ ଛାଡିଯାଉଛି ବୋଲି ଜାଣି ପାରିଥିଲା । ସେମାନଙ୍କୁ ଏଭଳି ଘରଛାଡି ଯାଉଥିବା ଦେଖି କୁକୁରଟି ବିଲକୁଲ ସହିପାରି ନଥିଲା । ନିଜ ସାଙ୍ଗକୁ ଏଭଳି ଦୂରକୁ ଯାଉଥିବା ଦେଖି ବ୍ୟସ୍ତବିବ୍ରତ ହୋଇ ରାସ୍ତାରେ ଧାଇଁବାକୁ ଲାଗିଥିଲା କୁକୁର । କୁକୁରଟି ତା’ କୁନି ସାଙ୍ଗ ପାଇଁ ବ୍ଯାକୁଳ ହୋଇପଡୁଛି ଓ ତାଙ୍କୁ ସତେ ଯେମିତି ଛାଡିବାକୁ ଚାହୁଁନି ।

ସାଙ୍ଗକୁ ତା’ ପରିବାର ସହ ଚାଲି ଯାଉଥିବା ଦେଖି ସେମାନେ ସବୁଦିନ ପାଇଁ ତାକୁ ଛାଡି ଯାଉଛନ୍ତି ବୋଲି କଥା କହିପାରୁ ନଥିବା କୁକୁରଟି ବୁଝି ପାରିଥିଲା । ଏହାକୁ ସହି ନପାରି ସେମାନେ ଯାଉଥିବା ଅଟୋ ପଛରେ କୁକୁରଟି ଧାଇଁବାରେ ଲାଗିଥିଲା । ଏହି ନିରୀହ ନିଷ୍ପାପ କୁକୁରଟି ଟିକିଏ ସ୍ନେହ ଦେଇଥିବା ସମ୍ପର୍କକୁ ଦୂରେଇ ଦେବାକୁ ଜମାରୁ ରାଜି ନୁହେଁ । ବୁଲା କୁକୁରଟି ଏହିଭଳି ଦୌଡି ଦୌଡି ଅଟୋ ପଛରେ ପାଞ୍ଚ କିଲୋମିଟର ଯାଏଁ ପଳେଇ ଯାଇଥିଲା ।
ଶେଷରେ ତା ନିଃସ୍ଵାର୍ଥପର ଭଲପାଇବାର ଜିତ୍ ହୋଇଥିଲା । ବ୍ୟକ୍ତିଜଣକ ବାଧ୍ୟ ହୋଇ ଗାଡି ଅଟକାଇ ଥିଲେ ଓ କୁକୁରକୁ ସାଙ୍ଗରେ ନେଇ ଯାଇଥିଲେ । ଯାହା ଦେଖିବା ଲୋକଙ୍କ ଆଖିରେ ଲୁହ ଆଣିଦେବା ସହ କୁକୁରକୁ ତା’ ପ୍ରିୟ ମଣିଷ ସହ ନୂଆ ଠିକଣା ମିଳିବା ନେଇ ସମସ୍ତେ ଖୁସି ମଧ୍ୟ ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।