ଆସିଗଲା ଗାଡି ଚାଳକ ଙ୍କ ପାଇଁ ଖୁସି ଖବର । ମାତ୍ର 15 ଟଙ୍କାରେ ମିଳିବ ପେଟ୍ରୋଲ । ହଁ ଦର୍ଶକ ବନ୍ଧୁ ଏହି କଥା ଟି ଶୁଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ଆଉ ଆପଣ ଭାବୁଥିବେ 104 ଟଙ୍କା ଦରରେ ବିକ୍ରି ହେଉଥିବା ପେଟ୍ରୋଲ ଏତେ କମ ଦାମରେ କେମିତି ମିଳିବ । ଏ କଥା ଆମେ ନୁହେଁ ବରଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରି କହିଛନ୍ତି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।
ଦର ଦାମ ର ମାୟା ଜାଲରେ ଛନ୍ଦି ହୋଇଥିବା ଜନତା ଙ୍କୁ ମିଳିବ ଆଶ୍ଵସ୍ତି । ଆଶାତୀତ ଭାବେ କମ ହୋଇଯିବ କନ୍ଦାଉ ଥିବା ପେଟ୍ରୋଲ ଦର । ମାତ୍ର 15 ଟଙ୍କାରେ ବିକ୍ରି ହେବ ପେଟ୍ରୋଲ । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଉଦୟପୁର ବିଭାଗର ପତଗଡ ଜିଲ୍ଲା ରେ ଏକ ସାଧାରଣ ସଭାରେ ଏପରି କହିଛନ୍ତି । ସେଠାରେ ସେ 5,600 କୋଟି ମୂଲ୍ୟର ଏକ ବିକାଶମୂଳକ ପ୍ରକଳ୍ପ ର ମୂଳଦୁଆ ପକାଇ ଥିଲେ ।
ଏହା ପରେ ସେଠାରେ ଉପସ୍ଥିତ ସାଂସଦ ଓ ସ୍ଥାନୀୟ ନେତା ମାନେ ସମ୍ବୋଧିତ କରିଥିଲେ । ଏହା ପରେ ନିତିନ ଗଡକରି କେନ୍ଦ୍ର ସରାଙ୍କର ଅନେକ ଯୋଜନା ବିଷୟରେ କହିଥିଲେ । ଏହା ସହ ଆଗାମୀ ନିର୍ବାଚନରେ ପୁଣି ଥରେ ବିଜେପି ସରକାରଙ୍କୁ ସହଯୋଗ କରିବାକୁ ଆହ୍ଵାନ ଦେଇଛନ୍ତି । ଏହା ସହ ନିତିନ ଗଡକରି କେନ୍ଦ୍ର ସରାଙ୍କରଙ୍କର 60 ବର୍ଷର କାହାଣୀ ମଧ୍ୟ ବଖାଣି ଥିଲେ ସେହି ସଭାରେ ।
ନିତିନ ଗଡକରି ତାଙ୍କର ଅଭିଭାଷଣରେ କହିଛନ୍ତି କି ବର୍ତ୍ତମାନ କୃଷକ କେବଳ ଖାଦ୍ଯ ଯୋଗାଣକାରୀ ନୁହନ୍ତି ବରଂ ଶକ୍ତି ଯୋଗାଣକାରୀ ହେବେ । ଇଥାନଲ ଓ ସୌର ଊର୍ଜା ଉତ୍ପାଦନ କରି ଶକ୍ତି ଯୋଗାଣକାରୀ ହୋଇ ପାରିବେ । ଅଗଷ୍ଟରେ ଟୟୋଟୋ କମ୍ପାନୀର ଗାଡି ଲଞ୍ଚ ହୋଇଛି । ହାରାହାରି 60% ଇଥାନଲ, 40% ବିଦ୍ୟୁତ ନିଆଗଲେ 15 ଟଙ୍କାରେ ମିଳିବ ପେଟ୍ରୋଲ ।
ଏଥିରେ 16 ଲକ୍ଷ କୋଟି ତାଙ୍କ ଆମଦାନୀ ହେବ । ଆଉ ସେହି ଟଙ୍କା କୃଷକ ଙ୍କ କାମରେ ଲାଗିବ ବୋଲି ନିତିନ ଗଡକରି କହିଛନ୍ତି । ଆଗକୁ ନିତିନ ଗଡକରି କହିଛନ୍ତି ବାହନ ଉଦ୍ଯୋଗ କାରୋବାରକୁ ଦ୍ଵିଗୁଣିତ କରି 15 ଲକ୍ଷ କୋଟି କରିବା ସରକାରଙ୍କର ଲକ୍ଷ୍ୟ । ଏବେ ବହନ ଉଦ୍ଯୋଗ କାରୋବାରରେ 7.5 ଲକ୍ଷ କୋଟି ଅଟେ । ଆଉ ଏହି କାରୋବାର ପାଇଁ 4 ଲକ୍ଷ କୋଟି ଲୋକଙ୍କୁ ରୋଜଗାର ମିଳିଯିବ ।
ଏହି ଉଦ୍ଯୋଗ ସରକାରଙ୍କ ଠାରୁ ଅଧିକ ସେବାକାର ଉପଲବ୍ଧ କରାଉଛି । ଏଥିପାଇଁ ଆଗାମୀ ଦିନରେ ଏହି ବ୍ୟବସାୟ ବୃଦ୍ଧି କରାଯାଇ 15 ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି । ଫଳରେ ଦେଶରେ 10 ଲକ୍ଷରୁ ଅଧିକ ନିଯୁକ୍ତି ମିଳିବ । ତେବେ ନିତିନ ଗଡକରି ଙ୍କ ହି ବୟାନ କୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।