ଗାଡି ଚକାରେ ଗୁଡେଇ ହୋଇ ଯାଇଥିଲା ୮ ଫୁଟର ଅଜଗର, ଆଉ ତା ପରେ…

ଆଜିକାଲି ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟୁଛି । ଏହି ପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲାରେ । ଯଦି ଆପଣ ଏହି ଘଟଣା ବିଷୟରେ ଶୁଣିବେ ଆପଣ ମଧ୍ୟ ଭୟଭୀତ ହୋଇଯିବେ । ଏଠାରେ ରାସ୍ତା ଉପରେ ଏକ ଯୁବକ ବାଇକ ସହିତ ଠିଆ ହୋଇ ଫୋନରେ କଥା ହେଉଥିଲା । ରାସ୍ତା କଡରେ ଥିବା ଘାସରୁ ବାହାରି ଆସିଥିଲା ୮ ଫୁଟ ଲମ୍ବା ବିଶିଷ୍ଠ ବିଶାଳକାୟ ଅଜଗର । ଅଜଗରଟି ରାସ୍ତାକୁ ଆସି ଯୁବକର ବାଇକର ପଛ ଚକାରେ ଗୁଡେଇ ହୋଇ ଯାଇଥିଲା  ।

ଏହା ଦେଖି ଯୁବକ ଜଣକ ଭୟରେ ଦୌଡି କିଛି ବାଟ ପଳାଇଲା । କିନ୍ତୁ ପରେ ସେହି ଯୁବକ ଜଣକ ସାହସର ସହିତ ସେହି ଅଜଗରକୁ ବାଇକର ଚକାରୁ ଟାଣି ବାହାର କରିଲା ଓ ଲୋକମାନଙ୍କ ସହାୟତାରେ ଅଜଗରକୁ ଜଙ୍ଗଲରେ ଛାଡିଲା । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏହି ଘଟଣାଟି ହେଉଛି କୁଶୀନଗର ଜିଲ୍ଲାର ତମକୂହିରାଜ ଥାନା କ୍ଷେତ୍ରର । ଶନିବାର ଦିନ ଲତବାଚଟ୍ଟି ବଜାରର ନିବାସୀ ରାହୁଲ, ନିଜ ବାଇକରେ ଏକ ସ୍ଥାନକୁ ଯାଉଥିଲା । ହେଲେ କିଛି ବାଟ ଅତିକ୍ରମ କରିଲା ପରେ ସେ ରାସ୍ତା କଡରେ ବାଇକ ରଖି ଫୋନରେ କଥା ହୋଇଥିଲା । ହେଲେ ହଠାତ ରାସ୍ତା କଡରେ ଥିବା ଘାସରୁ ବାହାରି ଆସିଥିଲା ୮ ଫୁଟ ଲମ୍ବା ବିଶିଷ୍ଠ ବିଶାଳକାୟ ଅଜଗର । ଅଜଗରଟି ରାସ୍ତାରେ ଆସି ରାହୁଲ ର ବାଇକର ପଛ ଚକାରେ ଗୁଡେଇ ହୋଇ ଯାଇଥିଲା । ଏହା ପରେ ରାହୁଲ ଫୋନ ରଖି ନିଜ ବାଇକକୁ ଆଗକୁ ଗଡାଇବା ପାଇଁ ଚେଷ୍ଟା କରିଥିଲା, ହେଲେ ସେ ଅସଫଳ ହୋଇଥିଲା ।


ସେହି ସମୟରେ ରାହୁଲ ର ନଜର ତା’ର ଗାଡି ଚକାରେ ପଡିଥିଲା ଓ ସାପକୁ ଦେଖି ତା’ର ହୋସ ଉଡିଯାଇଥିଲା । ରାହୁଲ ଭୟରେ ଗାଡି ଛାଡି ଦୂରକୁ ଦୌଡି ପଳାଇଲା । ସେହି ସମୟରେ ଆସୁଥିବା ଅନ୍ୟ ଲୋକମାନେ ମଧ୍ୟ ଏହି ଦୃଶ୍ୟ ଦେଖି ଭୟଭୀତ ହୋଇ ଯାଇଥିଲେ । ରାଷ୍ଟ୍ରୀୟ ରାଜମାର୍ଗ ୨୮ରେ ହୋଇଥିବା ଏହି ଘଟଣା ପାଇଁ କିଛି ଲୋକ ବନବିଭାଗକୁ ଫୋନ କରିଥିଲେ, ହେଲେ କେହି ଆସିନଥିଲେ । ପରେ ରାହୁଲ ଅଜଗରର ଲାଞ୍ଜକୁ ଧରି ଟାଣିଥିଲା ଓ ଅଜଗରକୁ ଚକାରୁ ଅଲଗା କରି କିଛି ଲୋକଙ୍କ ସହାୟତାରେ ଅଜଗରକୁ ଜଙ୍ଗଲ ମଧ୍ୟରେ ଛାଡିଥିଲା ।