ଗାଦି ଛାଡିବା ପୂର୍ବରୁ ବଡ ଚାଲ୍ ଖେଳିଗଲେ Imran Khan, ଏହିସବୁ କାରନାମା କରି ବିପକ୍ଷ ଦଳକୁ ଫସେଇ ଦେଇଗଲେ, ଯାହା ପାକିସ୍ତାନକୁ ପଡିବ ମହଙ୍ଗା…

ବିପକ୍ଷ ଦଳ ଏବଂ ସେନା ମିଳିତ ଭାବେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି । କିନ୍ତୁ ଗାଦିରୁ ଉଠିବା ପୂର୍ବରୁ ହିଁ ଇମ୍ରାନ ଖାନ ଏମିତି ଅନେକ କିଛି କରି ଯାଇଛନ୍ତି ଯାହା ନିହାତି ଭାବେ ଆଗକୁ ନୂଆ ସରକାର ଓ ସେନା ଉଭୟଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିବ । ଇମ୍ରାନ ଯାହା କରି ଯାଇଛନ୍ତି ତାହା ପାକିସ୍ତାନର ଆଗାମୀ ଅନେକ ପିଢିକୁ ଭୋଗିବାକୁ ପଡିବ । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଇମ୍ରାନ ଖାନ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ ସତ କିନ୍ତୁ ସେସବୁ କେବେବି ପୂରଣ କରିଲେ ନାହିଁ ।

ନିଜର ପୁରା କାର୍ଯ୍ୟକାଳ ମଧ୍ୟରେ ଇମ୍ରାନ ଖାନ ବିପକ୍ଷ ଦଳକୁ କଟୁକଥା ଶୁଣାଇ ଆସୁଥିଲେ । ଆଉ ଏବେ ଯିବା ପୂର୍ବରୁ ତିନୋଟି ଏପରି କାରନାମା କରି ଯାଇଛନ୍ତି ଯାହା ବିପକ୍ଷ ସରକାର ବନିବା ପୂର୍ବରୁ ହିଁ ତାଙ୍କ ସମସ୍ଯାକୁ ବଢାଇ ଦେଇଛି । ସର୍ବପ୍ରଥମେ ଇମ୍ରାନ ଖାନ ପାକିସ୍ତାନର ଲୋକଙ୍କୁ ବାଣ୍ଟି ଦେଇଛନ୍ତି । ଇମ୍ରାନ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜନତାଙ୍କ ବିଷୟରେ କେବେ କିଛି ବି ଚିନ୍ତା କଲେନି । ମହଙ୍ଗା ମାଡ ଓ ବେରୋଜଗାର ଯୋଗୁଁ ଜନତା ସବୁବେଳେ ଇମ୍ରାନ ଖାନଙ୍କୁ ଦୋଷ ଦେଇ ଆସୁଥିଲେ ।

କିନ୍ତୁ ଏହି ଜନତା ଅଚାନକ ତାଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇ ଆସିଥିଲେ । ଯିବା ପୂର୍ବରୁ ଇମ୍ରାନ ଖାନ ଅତି ଚାଲାଖିର ସହକାରେ ଜନତାଙ୍କୁ ବାଟବଣା କରିଦେଲେ । ଇମ୍ରାନ ଖାନ ତାଙ୍କର ଶେଷ କେତୋଟି ଭାଷଣରେ ଭାରତ ଏବଂ ଭାରତୀୟଙ୍କୁ ଜମେଇକି ପ୍ରଶଂସା କରିଥିଲେ । ସେ କହୁଥିଲେ କି ଭାରତ ଏବଂ ଟା’ର ଲୋକମାନେ ଅତ୍ୟନ୍ତ ସ୍ବାଭିମାନୀ ଅଟନ୍ତି ଓ ମୁଁ ଚାହେଁ କି ପାକିସ୍ତାନର ଲୋକମାନେ ମଧ୍ୟ ଭାରତ ଭଳି ଉନ୍ନତି କରନ୍ତୁ ।

ଇମ୍ରାନଙ୍କ ମୁହଁରୁ ଭାରତର କଥା ଶୁଣି ଜନତା ଏକଦମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ସେମାନଙ୍କୁ ଲାଗିଥିଲା କି ଏବେ ଇମ୍ରାନ ଖାନ ହିଁ ତାଙ୍କୁ ଭାରତ ଠୁ ଆଗରେ ନେଇଯିବେ । ଏହିପରି ଭାବେ ଇମ୍ରାନ ଜନତାଙ୍କୁ ଧୋକାରେ ରଖି ବିପକ୍ଷଙ୍କୁ ମୁସ୍କିଲରେ ପକାଇ ଦେଇଗଲେ । ଅନ୍ୟପରେ ଆମେରିକାକୁ ଆକ୍ଷେପ କରି ବିପକ୍ଷଙ୍କୁ ଆଉ ଏକ ସମସ୍ଯା ମଧ୍ୟ ଉପହାର ଦେଇଗଲେ ଇମ୍ରାନ । ତାଙ୍କ ସରକାର ଭାଙ୍ଗିବା ପଛରେ ଆମେରିକାର ହାତ ଅଛି କହି ସେ ଆମେରିକା ସହ ଶତ୍ରୁତା କରିନେଲେ ।

ଋଷ ସହ ମଧ୍ୟ ସେ ନିକଟତର ହେବାକୁ ଭାବିଲେ । କିନ୍ତୁ ଉଭୟ ଦେଶରୁ ତାଙ୍କୁ କିଛିବି ମିଳିଲାନି । ଏବେ ନୂଆ ସରକାରଙ୍କ ସବୁ ସମୟ ଆମେରିକା ଓ ଋଷକୁ ମନାଇବାରେ ଚାଲିଯିବ । ତୃତୀୟରେ ପାକିସ୍ତାନ ସଂଯୁକ୍ତ ରାଷ୍ଟ୍ର ଠାରୁ ଆରମ୍ଭ କରି ଓଆଇସି ଦେଶ ପର୍ଯ୍ୟନ୍ତ କାଶ୍ମୀର ପ୍ରସଙ୍ଗ ନେଇଗଲେ । କିନ୍ତୁ କିଛି ଫାଇଦା ହେଲାନି । ଓଲଟା ସେହି ଦେଶମାନେ ପାକିସ୍ତାନକୁ ଝଟକା ଦେଇ କାଶ୍ମୀରରେ ନିବେଶ କରିବାକୁ ଆଗେଇ ଆସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।