କଣ ଆପଣଙ୍କର କି ଆପଣଙ୍କ ସମ୍ବନ୍ଧୀୟଙ୍କର ନାମ G ରୁ ଆରମ୍ଭ ହେଉଛି ! ତେବେ ଜାଣି ନିଅନ୍ତୁ G ନାମ ଲୋକଙ୍କ ବିଷୟରେ କିଛି ଖାସ କଥା

ଇଂରାଜୀର ସପ୍ତମ ଲେଟର G ଅଟେ । ସବୁ ଲେଟର ନାମର ବ୍ୟକ୍ତି ମାନଙ୍କର କୌଣସି ନା କୌଣସି ଗୁଣ କିମ୍ବା ଦୋଷ ନିଶ୍ଚିତ ଥାଏ । ଆଜି ଆମେ ସେହି ଗୁଣ ଓ ଦୋଷ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କର କିମ୍ବା ଆପଣଙ୍କର ନିକଟ ସମ୍ବନ୍ଧୀୟ ବ୍ୟକ୍ତିଙ୍କର ନାମ Gରୁ ଆରମ୍ଭ ହୋଇଥାଏ ତେବେ ଜାଣି ନିଅନ୍ତୁ ତାଙ୍କ ସହିତ ଜଡିତ କିଛି ଖାସ କଥା ।

G ନାମ ଥିବା ବ୍ୟକ୍ତିମାନଙ୍କର ଗୁଣ ଏବଂ ଦୋଷ

·    G ନାମ ଥିବା ବ୍ୟକ୍ତିମାନଙ୍କର ହୃଦୟ ସଫା ହୋଇଥାଏ । ସେମାନେ କିଛି ବି କାହାକୁ ଲୁଚାନ୍ତି ନାହିଁ । କିନ୍ତୁ ଏମାନଙ୍କର କ୍ରୋଦ୍ଧ ଏମାନଙ୍କୁ ଲୋକମାନଙ୍କ ନଜରରେ ଖରାପ କରି ଦିଏ । କାରଣ ରାଗରେ ବି ଏମାନେ ସତ ହିଁ କହିଥାନ୍ତି ।

·    ଏମାନେ ସତ ଓ ନିଜର ସିଦ୍ଧାନ୍ତ ପାଇଁ କାହାର ବି ସାମ୍ନା କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । କାହାକୁ ଭୟ କରନ୍ତି ନାହିଁ । ଏମାନେ ସତ୍ୟତାର ସାଥ ଦେବାକୁ ପସନ୍ଦ କରନ୍ତି ।

·    ଏମାନେ ନିଜକୁ ସବୁ ପରିସ୍ଥିତିରେ ଶ୍ରେଷ୍ଠ ପ୍ରମାଣିତ କରିବାକୁ ଚାହାନ୍ତି । ସାମାଜିକ ଜୀବନରେ ଏମାନେ ହସୁଥାନ୍ତି ଓ ସମସ୍ତଙ୍କ ସହିତ ଜଲ୍ଦି ମିଶି ଯାଆନ୍ତି ।

·    ଏହି ଲୋକମାନେ ବହୁତ ରଚନାତ୍ମକ ହୋଇଥାନ୍ତି । ଏମାନେ କାହାରି କଥାରେ ଆସନ୍ତି ନାହିଁ । ସବୁବେଳେ ନିଜ ମନର ହିଁ ଶୁଣିଥାନ୍ତି ।

·    G ନାମ ଥିବା ବ୍ୟକ୍ତିମାନେ ପ୍ରେମ ମାମଲାରେ ଲାଜକୁଳା ସ୍ଵଭାବର ହୋଇଥାନ୍ତି । ଏହି ଲୋକମାନେ ଯାହାକୁ ବି ପ୍ରେମ କରନ୍ତି ତାକୁ ହୃଦୟର ସହିତ ଭଲ ପାଆନ୍ତି ।

·    ଏମାନେ ନିଜର ପାର୍ଟନରକୁ ନିଜ ଠାରୁ ତଳେ ରଖିବା ପାଇଁ ପସନ୍ଦ କରନ୍ତି । ଯେଉଁ କାରଣରୁ ଦାମ୍ପତ୍ୟ ଜୀବନରେ ତାଳ – ମେଳରେ ଅସୁବିଧା ହୋଇଥାଏ ।

·    ବିବାହ ପରେ G ନାମର ମହିଳାମାନେ ବିଭିନ୍ନ ପ୍ରକ୍ରର ଅସୁବିଧାର ସାମ୍ନା କରନ୍ତି । ଯେତେବେଳେ କି ପୁରୁଷଙ୍କ ଜୀବନ ବିବାହ ପରେ ଅଧିକ ସୁଖମୟ ହୋଇଥାଏ ।

·    G ନାମର ବ୍ୟକ୍ତିମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ କଥାବାର୍ତ୍ତାରେ ଏତେ ଧନୀ ହୋଇଥାନ୍ତି କି ସାମ୍ନାରେ ଥିବା ବ୍ୟକ୍ତି ଏମାନଙ୍କ ଆଡକୁ ଆକର୍ଷିତ ହୋଇଯାଆନ୍ତି । ଏମାନେ କୌଣସି ବି ବ୍ୟକ୍ତିଙ୍କୁ ନିଜ କଥାରେ ନିଜର ବନ୍ଧୁ କରି ଦିଅନ୍ତି ।

·    ଏମାନଙ୍କୁ ଯେଉଁ ଠାରୁ ଯାହା ବି ଶିକ୍ଷା ମିଳିଥାଏ ସେମାନେ ତାକୁ ହାସଲ କରିବା ପାଇଁ ଚେଷ୍ଟା କରନ୍ତି ଏବଂ କୌଣସି ନୂଆ କାର୍ଯ୍ୟ କରିବାରେ ଭୟ କରନ୍ତି ନାହିଁ ।

·    G ନାମର ବ୍ୟକ୍ତିମାନେ ବହୁତ ପ୍ରଭାବଶାଳି ହୋଇଥାନ୍ତି । ଏମାନେ ସହଜରେ କାହାକୁ ବି ଇମ୍ପ୍ରେସ କରି ଦିଅନ୍ତି ।